ରଘୁନାଥପୁର, ତା୧/୨ଜନସାଧାରଣଙ୍କ ବିପୁଳ ସମର୍ଥନ ପାଇ ପ୍ରତିନିଧିତ୍ୱ କରୁଥିବା ପ୍ରତିନିଧି ମାନେ ନିଜର କ୍ଷମତାର ଅପ ବ୍ୟବହାର କରି ମାରଣାସ୍ତ୍ର ସହ ସାଧାରଣ ନାଗରିକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣା କେବଳ ରଘୁନାଥପୁର ବ୍ଲକ ଅଂଚଳରେ ହଟ ଚମକ ସୃଷ୍ଟି କରିଛି ।ଏ ନେଇ ଗୁରୁତର ହୋଇଥିବା ପରିବାର ପକ୍ଷରୁ ରଘୁନାଥପୁର ଥାନାରେ ଏକ ଲିଖିତ ଅଭି ଯୋଗ ହୋଇଛି ।ଅଭିଯୋଗରୁ ପ୍ରକାଶ, ରଘୁନାଥପୁର ଥାନା ଅନ୍ତର୍ଗତ ସାଦେଇପୁର ଗ୍ରାମର ଶରତ ସ୍ୱାଇଁଙ୍କ ସ୍ତ୍ରୀ ହେମଲତା ସ୍ୱାଇଁ ଓ ତାଙ୍କ ପୁଅ ସଂଗ୍ରାମ ସ୍ୱାଇଁ ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ସାଦେଇପୁର ସରପଚଂ ଡମ୍ବରୁଧର ବେହେରା ଓ ତାଙ୍କର ୪ଜଣ ସହେଯାଗୀଙ୍କ ସହ ତାଙ୍କ ଘରେ ପହଂଚି ସଂଗ୍ରାମଙ୍କୁ ଡାକି କଟୁରୀ ବେଂଟରେ ପିଟି ଗୁରୁତର କରିଥିଲେ । ତାଙ୍କର ମାଆ ହେମଲତା ଏହା ପ୍ରତିବାଦ କରିବାରୁ ଆକ୍ରମଣ କାରୀମାନେ ହେମଲତାଙ୍କର ମୁଣ୍ଡର ପଛ ପଟକୁ ପ୍ରହାର କରିଥିଲେ । ତାଙ୍କର ବୋହୁ ଟୁକୁନୀ ସ୍ୱାଇଁ ଏହା ବିରୋଧ କରିବାରୁ ତାଙ୍କୁ ଟଣାଓଟରା କରିବା ସହ ଦୁର୍ବ୍ୟବହାର ପୂର୍ବକ ଥାନାକୁ ଗଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇ ସେ ସ୍ଥାନରୁ ଚାଲିଯାଇଥିଲେ । ଗୁରୁତର ଅବସ୍ଥାରେ ଗତ କାଲି ରାତିରେ ହେମଲତା ରଘୁନାଥପୁର ମେଡିକାଲରେ ଚିକିତ୍ସା ହୋଇଥିଲେ । ତାଙ୍କ ମୁଣ୍ଡରେ ୪ଗୋଟି ଷ୍ଟିଚ୍ ପଡିଅଛି । ଆଜି ଏ ସଂର୍ପକରେ ହେମଲତା ରଘୁନାଥପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୋଗକୁ ଗ୍ରହଣ କରି ଥାନାର କେଶ ନଂ-୭/୨୦୨୦ ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ନିଜେ ଓ ଅନ୍ୟ ସମର୍ଥକ ମାନଙ୍କୁ ବଂଚାଇବା ପାଇଁ ସରଫଚ ଶ୍ରୀ ବେହେରା ଅତି ଚତୁରତାର ସହିତ ସଂଗ୍ରାମଙ୍କ ନାମରେ ଏକ ପାଲଟା ଅଭିଯୋଗ ଥାନାରେ କରିଛନ୍ତି । ଏ ସମ୍ପର୍କରେ ରଘୁନାଥପୁର ଥାନାର ନୁତନ ଆଇଆଇସି ନିରଞନ ମଲ୍ଲିକ ଦ୍ୱୀତିୟ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଆମ ପ୍ରତିନିଧୀଙ୍କୁ ଜଣାଇଛନ୍ତି ।ତେବେ ଆହତ ହେମଲତା ଆକ୍ରମଣକାରୀଙ୍କ ଠେଲାପେଲାରେ ଆଘାତପ୍ରାପ୍ତ ହୋଇଥିବା ଥାନା ଅଧୀକାରି ସୂଚନା ପ୍ରଦାନ କରିଛନ୍ତି ।