Odisha news

ଅଙ୍କୁରିତ ମାଣ୍ଡିଆ ଦୂର କରିଥାଏ ଭୟଙ୍କର ଶାରୀରିକ ସମସ୍ୟା : ରିସର୍ଚ୍ଚ  

0
ଆଜିକାଲି ସ୍ୱାସ୍ଥ୍ୟକର ଖାଦ୍ୟ ମିଳିବ ଖୁବ କଷ୍ଟକର ହୋଇଛି l ତେଣୁ ବିଶ୍ୱାସ ଭାବରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଙ୍କୁରିତ ଶସ୍ୟ ଖାଇବାକୁ ନିର୍ଦେଶ ଦେଉଛନ୍ତି l ଯାହାଦ୍ୱାରା ଆମ ଶରୀରକୁ ମିଳିଥାଏ ଭରପୁର ଲାଭ ସେହି ଅଙ୍କୁରିତ ଶସ୍ୟ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ମାଣ୍ଡିଆ l ମାଣ୍ଡିଆକୁ ନେଇ ହୋଇଥିବା ଅଧ୍ୟୟନ ଅନୁସାରେ ଏହା ପୋଷକତତ୍ୱର ଗୋଟିଏ ଗନ୍ତାଘର ଅଟେ l ଅଙ୍କୁରିତ ମାଣ୍ଡିଆ ରେ ଏଭଳି ମୂଲ୍ୟବାନ ତତ୍ୱ ରହିଛି ଯାହାକି ଦୂର କରିଥାଏ ୧୦ଟି ରୋଗ l ଆଜି ଆସନ୍ତୁ ଜାଣିବା ଏହି ରୋଗ ଗୁଡିକ କଣ l
* ଅଙ୍କୁରିତ ମାଣ୍ଡିଆରେ ଭରପୁର ମାତ୍ରାରେ ଆଇରନ ରହିଛି l ଯାହାକି ହେମୋଗ୍ଲୋବିନ ସ୍ତରକୁ ବଢାଇବାରେ ସାହାଯ୍ୟ କରିଥାଏ ଓ ରକ୍ତ ହୀନତା ଠାରୁ ଦୁରେଇ ରଖିଥାଏ l ଗର୍ଭବତୀ ମହିଳା ମାନଙ୍କ ପାଇଁ ଅଙ୍କୁରିତ ମାଣ୍ଡିଆ ଖୁବ ହିତକର l
*ଅଙ୍କୁରିତ ମାଣ୍ଡିଆ କ୍ୟାଲସିୟମ ର ଗୋଟିଏ ଭଲ ସ୍ରୋତ ଅଟେ l ଏହାକୁ ସେବନ କରିବା ଦ୍ୱାରା ଛୋଟ ପିଲା ମାନଙ୍କର ହାଡର ବିକାଶ ହୋଇଥାଏ l ଏବଂ ବଡ଼ ମାନଙ୍କୁ କ୍ୟାଲସିୟମ ଜନିତ ସମସ୍ୟାରୁ ହେଉଥିବା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳିଥାଏ l ଏହାଛଡା ଦାନ୍ତ ମଧ୍ୟ ଷ୍ଟ୍ରଙ୍ଗ ରହିଥାଏ l
* ମାଣ୍ଡିଆ ରେ ଫାଇବର ଖୁବ ଉଚ୍ଚ ମାତ୍ରାରେ ରହିଥାଏ ତେଣୁ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହିତ ପେଟ ସମ୍ବନ୍ଧୀୟ ବିଭିନ୍ନ ରୋଗ ମଧ୍ୟ ଦୂର ହୋଇଥାଏ l ଯେପରିକି ଖାଦ୍ୟ ହଜମ ହେବ ସହିତ ପେଟ ରେ ଗ୍ୟାସ ସମସ୍ୟା ଦୂର ହୋଇଥାଏ l
* ମାଣ୍ଡିଆରେ ଉଚ୍ଚ ମାତ୍ରାରେ ଅମିନୋ ଏସିଡ ରହିଥାଏ, ଯାହାଦ୍ୱାରା ତ୍ୱଚା ଓ କେଶ ସୁନ୍ଦର ରହିଥାଏ l ଯେଉଁ ମାନଙ୍କର କେଶ ଝଡ଼ୁଛି ଏମାନେ ନିୟମିତ ଅଙ୍କୁରିତ ମାଣ୍ଡିଆ ସେବନ କରନ୍ତୁ l
* ଯେଉଁ ମାମାନେ ଶିଶୁଙ୍କୁ ସ୍ତନ୍ୟପାନ କରାଉଛନ୍ତି ସେମାନେ ନିୟମିତ ଅଙ୍କୁରିତ ମାଣ୍ଡିଆ ସେବନ କରିବା ଜରୁରୀ l କାହିଁକି ନା ଏଥିରେ ଥିବା ଆଇରନ , କ୍ୟାଲସିୟମ ଓ ଅମିନୋ ଏସିଡ ଉଭୟ ମା ଓ ଶିଶୁଙ୍କୁ ଶକ୍ତି ଯୋଗାଇଥାଏ l
* ଅଙ୍କୁରିତ ମାଣ୍ଡିଆରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ l ଏହାକୁ ସେବନ କରିବା ଦ୍ୱାରା ଅବସାଦ, ଅନିଦ୍ରା, ମୁଣ୍ଡବିନ୍ଧା ଓ ଚିନ୍ତା ଭଳି ସଋଷିଙ୍କ ସମସ୍ୟା ଦୂର ହୋଇଥାଏ l
* ସକାଳୁ ନିୟମିତ ଅଙ୍କୁରିତ ମାଣ୍ଡିଆ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରିତ ହୋଇଥାଏ l ଏବଂ ଶରୀରରେ ଗୁଡ଼ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ହୋଇଥାଏ l
* ଅଙ୍କୁରିତ ମାଣ୍ଡିଆରେ ପୋଲିଫାଇନାଲ ଓ ଡାଏଟାରି ଫାଇବର ଭରପୁର ମାତ୍ରାରେ ରହିଥାଏ l ଯାହାକି ଶରୀରରେ ଗ୍ଲୁକୋଜ ସ୍ତରକୁ କଣ୍ଟ୍ରୋଲ ରଖିବାରେ ସାହାଯ୍ୟ କରେ l
Nalco

Leave A Reply