Odisha news

ଅଙ୍କୁରିତ ମାଣ୍ଡିଆ ର ସ୍ୱାସ୍ଥ୍ୟଗତ ଲାଭ : ଇମ୍ୟୁନିଟି ବୁଷ୍ଟ କରିବାରେ ସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ

0
ମାଣ୍ଡିଆ ଗୋଟିଏ ଏଭଳି ଜିନିଷ ଯାହା ଗାଁ ଗହଳୀ ରେ ଅନେକ ପ୍ରିୟ ଅଟେ l ଏଥିରେ ଭରପୁର ପୋଷାକ ତତ୍ୱ ରହିଥାଏ l ଏହାଛଡା ଅନେକ ସ୍ୱାସ୍ଥ୍ୟଗତ ଲାଭ ମଧ୍ୟ ମିଳିଥାଏ l ଅନେକ ଲୋକ ମାଣ୍ଡିଆ ର ବ୍ୟବହାର ଯାଉ ଭାବରେ କରି ଥାଆନ୍ତି, ନଚେତ ମାଣ୍ଡିଆ କୁ ଗୁଣ୍ଡ କରି ରୁଟି ଭାବରେ ସେବନ କରନ୍ତି l କିନ୍ତୁ ଆପଣ କଣ ଜାଣିଛନ୍ତି ମାଣ୍ଡିଆ କୁ ଅଙ୍କୁରିତ କରି ଖିଆ ଯାଇଥାଏ l ଅଙ୍କୁରିତ ମାଣ୍ଡିଆ ଖୁବ ସ୍ୱାଦିଷ୍ଟ ଲାଗିଥାଏ l ଆହୁରି ମଧ୍ୟ ପୋଷାକ ତତ୍ୱ ଭରପୁର ମିଳିଥାଏ l ଅଙ୍କୁରିତ ମାଣ୍ଡିଆ ଇମ୍ୟୁନିଟି ବୁଷ୍ଟ କରିବାରେ ସାହାଯ୍ୟ କରେ l
ଆସନ୍ତୁ ଜାଣିବା ଅଙ୍କୁରିତ ମାଣ୍ଡିଆ ର ସ୍ୱାସ୍ଥ୍ୟଗତ ଲାଭ –
– ଅଙ୍କୁରିତ ମାଣ୍ଡିଆ ରେ ଅମିନୋ ଏସିଡ ରହିଥାଏ, ଯାହାକି କୋଲେଷ୍ଟ୍ରଲ କୁ ହ୍ରାସ କରିଥାଏ l ଏଥିରେ ଫାଇବର ମାତ୍ରା ମଧ୍ୟ ଅଧିକ ରହିଥାଏ , ଯାହାଦ୍ୱାରା ହୃତ୍ପିଣ୍ଡ ସୁସ୍ଥ ରୁହେ l ଏହାଛଡା ଲିଭର ଫ୍ୟାଟ ମଧ୍ୟ ହ୍ରାସ ହୁଏ l ମାଣ୍ଡିଆ ଗ୍ଲୁଟେନ ଫ୍ରି ହୋଇଥାଏ, ତେଣୁ ଲାକଟୋଜ ଇନଟାଲରେନ୍ସ ଲୋକଙ୍କ ପାଇଁ ଗୋଟିଏ ଭଲ ବିକଳ୍ପ ଅଟେ l
– କୌଣସି ଜିନିଷ କୁ ଅଙ୍କୁରିତ କରି ଖାଇବା ଦ୍ୱାରା ସେଥିରେ ଫ୍ୟାଟ ର ମାତ୍ରା କମି ଯାଇଥାଏ l ଏହାଛଡା ଏହାକୁ ହଜମ କରିବାରେ ସାହାଯ୍ୟ ମିଳିଥାଏ l ମାଣ୍ଡିଆ ଅଙ୍କୁରିତ କରି ଖାଇବ ଦ୍ୱାରା ଶରୀର କୁ ପ୍ରୋଟିନ ମିଳିଥାଏ l ମଳ ତ୍ୟାଗ ବା କୋଷ୍ଠ କାଠିନ୍ୟ ସମସ୍ୟା ହୋଇ ନଥାଏ l
– ନିୟମିତ ଭାବରେ ଅଙ୍କୁରିତ ମାଣ୍ଡିଆ ଖାଇବା ଦ୍ୱାରା ୟୁରିକ ଏସିଡ କମି ଯାଇଥାଏ l ଏହାଛଡା ଗଣ୍ଠି ଓ ହାଡ଼ ସମ୍ବନ୍ଧୀୟ ଯନ୍ତ୍ରଣ ରୁ ମଧ୍ୟ ଆରାମ ମିଳିଥାଏ l
– ଅଂକୁରିତ ମାଣ୍ଡିଆ ରେ ଆବଶ୍ୟକୀୟ ପୋଷାକ ତତ୍ୱ ରହିଥାଏ l ଯାହାକି ସଂକ୍ରମଣ ରୁ ରକ୍ଷା କରିଥାଏ l ଏଥିରେ ଥିବା ମାଇକ୍ରୋ ବାୟଲୋଜି ଗୁଣ ଛୋଟ ପିଲା ଙ୍କୁ ରୋଗ ଠାରୁ ଦୂରେଇ ରଖିଥାଏ l ଯଦି ଆପଣ ରୋଗ ଠାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ନିୟମିତ ଅଂକୁରିତ ମାଣ୍ଡିଆ ଖାଆନ୍ତୁ l
– ଅଂକୁରିତ ମାଣ୍ଡିଆ ଓଜନ ନିୟନ୍ତ୍ରଣ କରିବାର ଗୋଟିଏ ଭଲ ମାଧ୍ୟମ l ଏଥିରେ ଡାଏଟ୍ରି ଫାଇବର , କ୍ୟାଲସିୟମ , ଆଇରନ , ପ୍ରୋଟିନ , ଭିଟାମିନ ବି 1 ଓ ବି 2 ରହିଥାଏ ଯାହାକି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ l
Nalco

Leave A Reply