ଆନ୍ତଃରାଜ୍ୟ
ସମ୍ବଲପୁର, ୧୭ା୧: ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଯୁବତୀ ଚାଲାଣ ର୍ୟାକେଟର ପର୍ଦ୍ଦାଫାଶ କରିଛି । ଏହି ଘଟଣାରେ ସ୍ୱାମୀ ଓ ସ୍ତ୍ରୀଙ୍କ ସହ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ତେବେ ପଶ୍ଚିମ ଓଡିଶାରେ ଏଭଳି ଅନେକ ର୍ୟାକେଟ ସକ୍ରୀୟ ରହିଛିା ଏମାନେ ବିଭିନ୍ନ ଲୋକଙ୍କୁ ହାତ କରି ଗରିବ ଶ୍ରେଣୀର ଯୁବତୀମାନଙ୍କୁ ବିବାହର ପ୍ରଲୋଭନ ଦେଖାଇ ନେଇଯାଉଥିବା ଜଣାପଡିଛି । ସେମାନଙ୍କୁ ମଧ୍ୟପ୍ରଦେଶ,ରାଜସ୍ଥାନ, ଉତ୍ତରପ୍ରଦେଶ ଓ ହରିୟାନା ଭଳି ରାଜ୍ୟରେ ବିକ୍ରି କରୁଥିବା ଜଣାପଡିଛିା ଏସବୁ କଥା ପୁଲିସ ଜାଣତରେ ହେଉଥିବା ବେଳେ ଅଭିଯୋଗ ନପାଇବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଏଭଳି ଘଟଣା ବାରମ୍ଭାର ଘଟୁଛି । ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅର୍ନ୍ତଗତ ବାରବାଣୀ ଗ୍ରାମର ସମୀର କୁମ୍ଭାରଙ୍କ ସ୍ତ୍ରୀ ବସ ଯୋଗେ ଗୋଶାଳାରେ ଥିବା ତାଙ୍କ ସମ୍ପର୍କୀୟ ଘରକୁ ଗତ ୧୯ ଡିସେମ୍ବର, ୨୦୧୯ରେ ବୌଦ୍ଧରୁ ସକାଳ ପ୍ରାୟ ୫ଟାରେ ଆସୁଥିଲେ । ସେ ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଇଁଠାପାଲି ବସଷ୍ଟାଣ୍ଡରେ
ଓହ୍ଲାଇ ଅନ୍ୟ ଏକ ବସକୁ ଅପେକ୍ଷା କରିଥିଲେ । ତେବେ ତାଙ୍କୁ ୨ଜଣ ସ୍ତ୍ରୀ ଲୋକ ଓ ୩ଜଣ ପୁରୁଷ ଡାକିବା ସହ ତାଙ୍କ ମୁହଁରେ କଳା କପଡା ବାନ୍ଧି ନେଇଯାଇଥିଲେ । ଅପହୃତା ମହିଳାଙ୍କ ସ୍ୱାମୀ ଜଣେ ଡ୍ରାଇଭର ହୋଇଥିବାରୁ ସ୍ତ୍ରୀ ଗୋଶାଳାରେ ଥିବା କଥା ଭାବି ଅଚିନ୍ତା ରହିଥିଲେ । ତେବେ ଅପହୃତା ମହିଳା ଗତ ୩ ତାରିଖରେ ତାଙ୍କ ସ୍ୱାମୀଙ୍କୁ ଫୋନ କରି ଏଘଟଣା ସଂପର୍କରେ କହିଥିଲେ ।