Odisha news

ଆମେରିକାରେ ବର୍ଣ୍ଣ ବୈଷମ୍ୟ ବାଦ

0

ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : କରୋନା ଭୂତାଣୁ ସଂକ୍ରମଣ ଆମେରିକାରେ ମୃତୁ୍ୟର ତାଣ୍ଡପ ସୃଷ୍ଟି କରିଥିବାବେଳେ ଏବଂ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଗୋରା ପୋଲିସଙ୍କ ଅମାନୁଷିକ ମାଡରେ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତୁ୍ୟ ଘଟଣାକୁ ନେଇ ସମଗ୍ର ଦେଶରେ ଜାତିଆଣ ବହ୍ନି ଏବେ ତେଜିୟାନ ହେବାରେ ଲାଗିଛି । ପରିସ୍ଥିତି ଏପରି ଅଣାୟତ ହୋଇପଡ଼ିଛି ଯେ, ଦେଶର ୪୦ଟି ସହରରେ କର୍ଫୁ୍ୟ ଜାରି କରାଯାଇଥିବା ବେଳେ ନିଜକୁ ବିଶ୍ୱରେ ସର୍ବଶକ୍ତିମାନ ବୋଲାଉଥିବା ଖୋଦ୍ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ନିଜ ସୁରକ୍ଷା ପାଇଁ ବଙ୍କର’ରେ ଆଶ୍ରୟ ନେବାକୁ ପଡ଼ିଛି । ଏଥିରୁ ଆମେରିକାର ଜାତିଆଣ ବା ବର୍ଣ୍ଣବୈଷମ୍ୟ ହିଂସା ଯେ, କେତେ ଉକôଟ ଆକାର ଧାରଣ କରିଛି ତାହା ସଜହରେ ଅନୁମାନ କରାଯାଇପାରେ । ଏହା ସତ୍ୟ ଯେ, ଆମେରିକା ଦକ୍ଷୀଣ ଆଫ୍ରିକା ପରି ରାଷ୍ଟ୍ରରେ ବର୍ଣ୍ଣବୈଷମ୍ୟବାଦ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଛି । ବର୍ଣ୍ଣବୈଷମ୍ୟରେ ହଜାର ହଜାର କୃଷ୍ଣକାୟ ଶିକାର ହୋଇ ଆସିଛନ୍ତି । ଆମେରିକାରେ ଗୋରା ଲୋକଙ୍କ ସଂଖ୍ୟା ୮୫ ପ୍ରତିଶତ ଥିବାବେଳେ କଳା ଲୋକଙ୍କ ସଂଖ୍ୟା ୧୩ ପ୍ରତିଶତ ଓ ବହିରାଗତ ଅନ୍ୟାନ୍ୟ ବର୍ଗଙ୍କ ସଂଖ୍ୟା ମାତ୍ର ୨ ପ୍ରତିଶତ ରହିଛି ।

ଶ୍ୱେତାଙ୍ଗମାନେ କୃଷ୍ଣକାୟଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ବ୍ୟବାହାର କରି ଆସୁଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଆବାସ, ସାମାଜିକ ସୁରକ୍ଷା ଏବଂ ଅର୍ଥନୈତିକି ବିକାଶ କ୍ଷେତ୍ରରେ ମଧ୍ୟ ଉପେକ୍ଷିତ୍ର ଲାଂଛିତ ଓ ନିର୍ଯ୍ୟାତିତ ହୋଇ ଆସୁଛନ୍ତି । କୃଷ୍ଣକାୟ ବର୍ଗର ବାରାକା ଓବାମା ଆମେରିକାର ପ୍ରଥମ ରାଷ୍ଟ୍ରପତି ହେବା ପରେ କଳା-ଗୋରା ଭେଦଭାବର ଅବସାନ ଘଟିବ ବୋଲି ଆଶା କରାଯାଉଥିଲା ମାତ୍ର ଏବେ ବି ଆମେରିକାରେ ଭେଦଭାବ, ବର୍ଣ୍ଣବୈଷମ୍ୟବାଦ ଗୋରା ଲୋକଙ୍କ ଅସ୍ଥିମଜ୍ୱାଗତ ହୋଇ ରହିଛି, ଏହାର ସଦ୍ୟତମ ଉଦାହରଣ ହେଉଛି, ଜର୍ଜ ଫ୍ଲଏଡ ନାମକ ଜଣେ କୃଷ୍ଣକାୟ ଲୋକଙ୍କୁ ଜଣେ ଗୋରା ପୋଲିସ ଅମାନୁଷିକ ମାଡ ମାରିବା ସହ ବେକ ଉପରେ ଚଢି ଶ୍ୱାସରୁଦ୍ଧ କରି ମାରିଦେବା । ଆଣ୍ଠୁରେ ବେକ ଚାପି ମାରିଦେବାର ଦୃଶ୍ୟ ଭିଡିଓରେ ଭାଇରାଲ ହେବା ପରେ ସମଗ୍ର ଆମେରିକାରେ ଦେଖାଦେଇଛି ଦୃଢ ପ୍ରତିବାଦ ।

ପ୍ରତିବାଦକାରୀ କୃଷ୍ଣକାୟଙ୍କ ସହ ଅନ୍ୟ ଅଣ-ଗୋରା ଓ ଉଦାରବାଦୀ ଗୋରା ଲୋକ ସାମିଲ ହୋଇଛନ୍ତି । ପ୍ରତିବାଦ ଗୋଟିଏ ପରେ ଗୋଟିଏ ସହରକୁ ମାଡି ଚାଲିଥିବା ବେଳେ ଟ୍ରମ୍ପ ପ୍ରଶାସନ କର୍ଫୁ୍ୟ କଟକଣା ଜାରି କରିଥିବା ବେଳେ ଏହା ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେନା-ମୁତୟନ କରିବାକୁ ରାଷ୍ଟ୍ରପତି ଟ୍ରମ୍ପ ଧମକ ଦେଇଛନ୍ତି । ଆମେରିକାରେ ବର୍ଣ୍ଣବୈଷମ୍ୟବାଦ ହିଂସା ଯେ, ଏବେ ନିୟନ୍ତ୍ରଣ ବାହାରେ ଏହା ନିସନେ୍ଦହରେ କୁହାଯାଇପାରେ । ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଛୋଟମୋଟ ଜାତିଗତ ହିଂସା ଧାର୍ମିକ ବିବାଦ ଉତେଜନା ଘଟଣାରେ ଆମେରିକାର ସର୍ବଦା ଅଙ୍ଗୁଳି ନିଦେ୍ର୍ଦଶ କରିବା ସହ କଟୁ ସମାଲୋଚନା କରିବାକୁ କୁଣ୍ଠାବୋଧ କରୁନଥିଲା ।

୨୦୦୨ ମସିହାର ଗୁଜରାଟ ଦଙ୍ଗା ଘଟଣା ନେଇ ଆମେରିକା ଗସ୍ତ ପାଇଁ ତତ୍କାଳୀନ ଗୁଜରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁମତି ଦେଇନଥିଲା । ଏବେ ଆମେରିକାର ଜାତିଆଣ ଉତେଜନା ବ୍ରିଟେନ ଓ ଜର୍ମାନୀକୁ ମଧ୍ୟ ବ୍ୟାପିବାରେ ଲାଗିଛି । ଏହା ସତ୍ୟ ଯେ, ରାଷ୍ଟ୍ରପତି ଟ୍ରମ୍ପ ଜଣେ ଉଗ୍ର ଜାତିଆଣବାଦୀ ନେତା ବୋଲି କୁହାଯାଇପାରେ । କଥା କଥାକେ ସେ ଏବେ ଯେପରି ପୂର୍ବତନ ରାଷ୍ଟ୍ରପତି ତଥା ନୋବେଲ ଶାନ୍ତି ବିଜୟୀ ବାରାକ ଓବାମାଙ୍କୁ ସମାଲୋଚନା କରୁଛନ୍ତି, ଦୋଷାରୋପ କରୁଛନ୍ତି, ଏଥିରୁ ତାଙ୍କର ଉଗ୍ର ଜାତିଆଣ ମନୋଭାବ ସ୍ପଷ୍ଟ ଅନୁମାନ କରାଯାଇପାରେ ।

ଏହା ସତ୍ୟ ଯେ, ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଟ୍ରମ୍ପ ପୁନର୍ବାର ପ୍ରାର୍ଥୀ ହେବା ସମ୍ଭାବନା ରହିଛି । ବିଭିନ୍ନ କ୍ଷେତ୍ରରେ ଟ୍ରମ୍ପ ପ୍ରଶାସନ ବିଫଳ ହୋଇଥିବା ମହାମାରୀ କରୋନା ସଂକ୍ରମଣ ମୁକାବିଲା କରିବାରେ ମଧ୍ୟ ବିଫଳ ହୋଇଛନ୍ତି । ଆମେରିକାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଅତିକ୍ରମ କରିଥିବାବେଳେ ମୃତୁ୍ୟ ସଂଖ୍ୟା ୧ଲକ୍ଷ ୮ ହଜାର ଅତିକ୍ରମ କରିଛି । ତାଙ୍କର ଭାବମୂର୍ତି, ଦକ୍ଷତା ଯାହା ସେଥିରେ ପୁନର୍ବାର ନିର୍ବାଚିତ ହେବା ଆଶାକ୍ଷୀଣ, ଯାହା ବିଭିନ୍ନ ସର୍ଭେ ରିପୋର୍ଟ କହେ । ଏପରି କ୍ଷେତ୍ରରେ ସାମାଜିକ ଅସ୍ଥିରତା ତାଙ୍କୁ ସୁହାଇବ । କୃଷ୍ଣକାୟ ଫ୍ଲଏଡଙ୍କୁ ହତ୍ୟା ଏକ ସୁଚିନ୍ତିତ ଯୋଜନା ନୁହେଁ, ବୋଲି ଏହା କୁହାଯାାଇପାରେ ନାହିଁ । ମାନବିକତା ସୁରକ୍ଷା ଉପରେ ତାକୁ ବିଶ୍ୱ ସମୁଦାୟକୁ ଉତର ଦେବାକୁ ହେବ । ଆମେରିକାର ବର୍ଣ୍ଣବୈଷମ୍ୟବାଦ ନିନ୍ଦକନୀୟ, ଏହା ନିଶ୍ଚିତ ।

Leave A Reply