Odisha news

ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁଟିନ ଦେଲେ ଯୁବକ ମାନଙ୍କୁ ପ୍ରଜନନ କ୍ଷମତା ବୃଦ୍ଧି କରିବାର ନିଆରା ଉପାୟ

0

ଜନସଂଖ୍ୟା କୁ ନେଇ ଦୁନିଆରେ ଅନେକ ଦେଶ ଚିନ୍ତାରେ, କିଛି ଦେଶ ଜନସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାରେ ତ ଆଉକିଛି ଦେଶ ଜନସଂଖ୍ୟା ହ୍ରାସ ହେଉଥିବାକୁ ନେଇ ଚିନ୍ତାରେ l ସେହିଭଳି କିଛି ଚିନ୍ତା ରୁଷ ରେ ଦେଖା ଦେଇଛି l ଯେଉଁଠାରେ ପ୍ରଜନନ ଡର ବର୍ତମାନ ସବୁଠୁ କମ ରହିଛି l ଏହାକୁ ନେଇ ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁଟିନ ଦେଶର ଯୁବକ ମାନଙ୍କୁ ଏଭଳି ଉପଦେଶ ଦେଇଛନ୍ତି କି ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚା ଧରିଛି l

ପୁଟିନ କହିଛନ୍ତି ଯେ ଯୁବକ ମାନେ କାମ ମଧ୍ୟରେ ମିଳୁଥିବା ଖାଲି ସମୟ ର ସଦୁପଯୋଗ କରିବା ଜରୁରୀ , ଏହି ସମୟ ରେ ସେମାନେ ଶାରୀରିକ ସମ୍ବନ୍ଧ ରଖିବା ଆବଶ୍ୟକ l ପୁଟିନ ରୁଷ ବାସୀଙ୍କୁ କହିଛନ୍ତି ନିଜ ଡିଉଟି ସମୟ ମଝିରେ ଯେଉଁ ଟି ବ୍ରେକ କିମ୍ବା କଫି ବ୍ରେକ ମିଳୁଛି ସେହି ସମୟ ରେ ଶାରୀରିକ ସମ୍ବନ୍ଧ ରଖନ୍ତୁ l

ରାଷ୍ଟ୍ରପତି ପୁଟିନ ଏଭଳି କହିବା ପଛରେ କଣ କାରଣ ରହିଛି –
ରୁଷ ରେ ଅନେକ ବର୍ଷରୁ ପ୍ରଜନନ ଡର ହ୍ରାସ ପାଇବାରେ ଲାଗିଛି, ବ୍ଳାଦିମିର ପୁଟିନ ଦେଶର ଜନ୍ମ ଡର ହ୍ରାସ ହେଉଥିବା କୁ ନେଇ ଏଭଳି କହିଛନ୍ତି l ପୁଟିନ କହିଛନ୍ତି ବର୍ତମାନ ରୁଷ ସମ୍ମୁଖରେ ଗୋଟିଏ ବଡ଼ ସଙ୍କଟ ରହିଛି, ଆମେ ଜନସଂଖ୍ୟା ହ୍ରାସ କୁ ନେଇ ଚିନ୍ତିତ ଅଛୁ l ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଯୁବକ ମାନେ ଅଧିକ ଛୁଆ ଜନ୍ମ କରିବା ଜରୁରୀ ଏବଂ ଏଥିପ୍ରତି ଧ୍ୟାନ ଦେବା ମଧ୍ୟ ଆବଶ୍ୟକ l

ଏବଂ ରୁଷ ରେ ଲୋକ ଙ୍କ ସଂରକ୍ଷଣ ହେଉଛି ରାଷ୍ଟ୍ରର ପ୍ରଥମ କର୍ତ୍ତବ୍ୟ, ଏହା ରାଷ୍ଟ୍ରୀୟ ମହତ୍ୱ ଉପରେ ପ୍ରଶ୍ନ ଉଠାଉଛି l ଏଥିପାଇଁ ପୁଟିନ ପ୍ରତ୍ୟେକ ରୁଷି ମହିଳା ଙ୍କୁ ଅତି କମ ରେ ୮ଟି ସନ୍ତାନ ପ୍ରସବ କରିବାକୁ କହିଛନ୍ତି ଏବଂ ଗୋଟିଏ ବଡ଼ ପରିବାର ଗଢିବାକୁ ଆଗ୍ରହ ପ୍ରକାଶ କରିଛନ୍ତି l

ବର୍ତମାନ ସୋସିଆଲ ମିଡିଆରେ ରୁଷ ରାଷ୍ଟ୍ରପତି ଙ୍କର ଏହି କଥା ଚର୍ଚାର ବିଷୟ ପାଲଟିଛି ଏବଂ ସୋସିଆଲ ମିଡ଼ିଆକୁ ଏହା ମସଲା ଯୋଗାଇଛି l

Har Ghar Tiranga

Leave A Reply