Odisha news

ପୁରୀ : କରୋନା ନିୟନ୍ତ୍ରଣ ସ୍ଥିତି ସମୀକ୍ଷାକଲେ ଡ଼ିଜିପି

0

ପୁରୀ :ପୁଲିସ ମହାନିଦେ୍ର୍ଦଶକ ଅଭୟ ପୁରୀ ଗସ୍ତରେ ଆସି ଜିଲ୍ଲାର କରୋନା ସଂକ୍ରମଣ ନିୟନ୍ତ୍ରଣ ସମ୍ପର୍କରେ ସମୀକ୍ଷା କରିଛନ୍ତି  କୋଭିଡ୧୯ର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲାରେ ପୁଲିସ କିପରି କାର୍ଯ୍ୟ କରୁଛି, ଲକଡାଉନ୍ ନିୟମ କିପରି ପାଳନ କରାଯାଉଛି ଏବଂ କରୋନା ମହାମାରୀ ସଂକ୍ରମଣରେ ପୁଲିସ ଯେପରି ପ୍ରଭାବିତ ନହୁଏ ସେ ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଡ଼ିଜିପି ଶ୍ରୀ ଅଭୟ ସମୀକ୍ଷା କରିଥିଲେ   ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକର କେନ୍ଦ୍ରାଞ୍ଚଳ ଡିଆଇଜି ଆଶୀଷ ସିଂ, ପୁରୀ ଏସ୍ପି ଉମାଶଙ୍କର ଦାଶ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନାଦେଇ ପୁଲିସ ମହାନିଦେ୍ର୍ଦଶକ କହିଥିଲେ ଯେ ପୁଲିସ ଜନସାଧାରଣ କିପରି ଭାବେ ଲକଡାଉନ ନିୟମ ପାଳନ କରୁଛନ୍ତି ତାହା ଅନୁଧ୍ୟାନ ପାଇଁ ସେ ପୁରୀ ଗସ୍ତରେ ଆସିଥିଲେ ପୁଲିସ ଅଧିକାରୀ କର୍ମଚାରୀମାନେ ଗତ କିଛି ମାସ ଧରି କରୋନା ସମ୍ପର୍କିତ ଡୁ୍ୟଟି କରୁଥିବାରୁ ସେମାନେ ଯେପାରି  ସଂକ୍ରମିତ ନହେବେ ସେ ଦିଗରେ ସବୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ଅନୁଧ୍ୟାନ କରିଥିଲେ

ଏଥିସହିତ ରିଜର୍ଭ ଅଫିସରେ  କିପରି ସାମାଜିକ ଦୂରତ୍ୱ ବଜାୟ ରଖାଯାଉଛି ଥାନାରେ କର୍ତ୍ତବ୍ୟ ସମ୍ପାଦନ ବେଳେ କରୋନା ସଂକ୍ରମଣରୁ କିପରି ଦୂରେଇ ରହିବେ ସେ ସବୁୁ ବିଷୟରେ ମଧ୍ୟ ଅନୁଧ୍ୟାନ କରାଯାଇଥିବା ସେ କହିଥିଲେ  କେନ୍ଦ୍ରାଞ୍ଚଳ ଡିଆଇଜି ଶ୍ରୀସିଂ ପ୍ରକାଶ କରିଥିଲେ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀମାନଙ୍କ ମନୋବଳ ବୃଦ୍ଧି ପାଇଁ ଡିଜିପି ବିଭିନ୍ନ ଜିଲ୍ଲାଗସ୍ତ କରୁଛନ୍ତି ଆଜି ଡିଜିପି ପୁରୀର ବିଭିନ୍ନ ଥାନା ପରିଦର୍ଶନ କରିଛନ୍ତି କର୍ତ୍ତବ୍ୟରତ ଅଧିକାରୀ କର୍ମଚାରୀମାନଙ୍କୁ ସଚେତନ କରାଯାଉଛି ଥାନାମାନଙ୍କରେ କର୍ତ୍ତବ୍ୟରତ ଅଧିକାରୀଙ୍କ ସମସ୍ୟା ସମ୍ପର୍କରେ ସାମାଜିକ ଦାୟିତ୍ୱ ବଜାୟ ରଖିବା ପାଇଁ ଡିଜିଭି ସମସ୍ତଙ୍କୁ ପରାମର୍ଶ ଦେଇଥିବା ଶ୍ରୀସିଂ ପ୍ରକାଶ କରିଥିଲେ  

Nalco

Leave A Reply