Odisha news

୫ ଦିନିଆ ଉଠ ଓଡ଼ିଆ ସଂକଳ୍ପ ଯାତ୍ରା ପୁରୀ ସିଂହଦ୍ୱାର ସମ୍ମୁଖରୁ ଆରମ୍ଭ , ପ୍ରଥମ ଦିନରେ ସମାଜର ବିଭିନ୍ନ ବର୍ଗରୁ ମିଳିଲା ଭରପୁର ସମର୍ଥନ

0

ପୁରୀ, ୧୦/୦୪/୨୦୨୪ : ଉଠ ଓଡ଼ିଆ ପକ୍ଷରୁ ୫ ଦିନିଆ ଶ୍ରୀକ୍ଷେତ୍ରରୁ ଏକାମ୍ର ଅଭିଯାନ ଅନ୍ତର୍ଗତ ସଂକଳ୍ପ ଯାତ୍ରା ଆଜି ସିଂହଦ୍ୱାର ସମ୍ମୁଖରୁ ଆରମ୍ଭ ହୋଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବି ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାର ସୁରକ୍ଷା ତଥା ଖଣି ପାଣି ଆଦି ଲୁଟକୁ ବିରୋଧ କରି ନୂତନ ଓଡ଼ିଶା ଗଠନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି ।

ସମାଜର ବିଭିନ୍ନ ବର୍ଗଙ୍କୁ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ଏକଜୁଟ ହେବା ପାଇଁ ଡାକରା ଦେଇ, ଉଠ ଓଡିଆର ସ୍ୱେଚ୍ଛାସେବୀ ମାନେ ସିଂହଦ୍ୱାର, ମାର୍କେଟ ଛକ, ବଲଗଣ୍ଡି, ଅଠରନଳା, ବାଟମଙ୍ଗଲା ଦେଇ ଆସି ବୀର ହରେକୃଷ୍ଣପୁରରେ ପହଞ୍ଚିଥିଲେ । ଜୟୀ ରାଜଗୁରୁଙ୍କ ଏହି ଜନ୍ମ ସ୍ଥାନରେ ଗ୍ରାମ୍ୟ କମିଟି ତରଫରୁ ସଂକଳ୍ପ ଯାତ୍ରାକୁ ସ୍ୱାଗତ କରାଯାଇଥିଲା ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା ।

ଅପରାହ୍ନରେ ଯାତ୍ରା ଚନ୍ଦନପୁରରେ ପହଞ୍ଚିଥିଲା । ରାସ୍ତାରେ ଚନ୍ଦନପୁର ବଜାର ଓ ଗାଁରେ ପଥପ୍ରାନ୍ତ ବୈଠକ ହୋଇଥିଲା । ବଜାର କମିଟି ତରଫରୁ ଯାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା ଓ ରାତ୍ର ଭୋଜନର ବ୍ୟବସ୍ଥା ହୋଇଥିଲା ।

ଏହି ଯାତ୍ରାରେ ସଙ୍ଗଠନ ପକ୍ଷରୁ କାହ୍ନୁ ଚରଣ ନାୟକ, ସୌମ୍ୟରଞ୍ଜନ ମହାନ୍ତି, ଅଶୋକ ଜେନା, ଜ୍ଞାନରଞ୍ଜନ ଦାସ, ଦୁର୍ଗାଚରଣ ଦାସ, ବଳରାମ ସେଠୀ, ପ୍ରସନ୍ନ କୁଆଁର, ରମାକାନ୍ତ ଜେନା, ଇନ୍ଦୁମତି ମଣ୍ଡଳ, ପ୍ରତିମା ଅପା, ବନ୍ଦିତା, ସଂତୋଷୀ, ରଶ୍ମିତା, ସୋନାଲି ଆଦି ଯାତ୍ରାର ନେତୃତ୍ୱ ନେଇଥିଲେ ।

Nalco

Leave A Reply