Odisha news

ଶ୍ରୀମନ୍ଦିରରେ ନୂତନ ଏସ୍ଓପି ଜାରି ହେବା ପରେ ପୁଲିସ ଭିଡ଼ ରୋକିବାକୁ ମକ୍ ଡ୍ରିଲ କରି ପ୍ରସ୍ତୁତ ହେଲା

ପୁରୀ : ଶ୍ରୀମନ୍ଦିର ଲାଗି ନୂତନ ଏସ୍ଓପି ଜାରି ହେବା ପରେ ପୁଲିସ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତ୍ୟେହ ଶ୍ରୀମନ୍ଦିର ଦର୍ଶନାର୍ଥôଙ୍କ ଲାଗି ଖୋଲା ଯିବା ନିଷ୍ପତ୍ତିପରେ ଆସନ୍ତାକାଲି ଠାରୁ ପୁରୀକୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ଆଗମନ ବୃଦ୍ଧି ପାଇବ । ଶ୍ରୀମନ୍ଦିର ଓ ସ୍ୱର୍ଣ୍ଣାଭ ବେଳାଭୂମୀରେ ହେବ ପ୍ରବଳ ଭିଡ଼ । ଭିଡ଼ ନିୟନ୍ତ୍ରଣକୁ ଆଖି ଆଗରେ ରଖି କେଉଁ ଅଧିକାରୀଙ୍କୁ କେଉଁ ଅଞ୍ଚଳର ଦାୟିତ୍ୱ ଦିଆଯିବ, କେଉଁ ସବୁ ସ୍ଥାନରେ ଫୋର୍ସ ଓ ଅନ୍ୟପୁଲିସ କର୍ମଚାରୀମାନେ ନିୟୋଜିତ ହେବେ ସେଥିପାଇଁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏସ୍ପି କନୱାର ବିଶାଳ ସିଂ ବ୍ୟକ୍ତିଗତଭାବେ ଏହି ସବୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏଥିଲାଗି ଅନୁଷ୍ଠିତ ଦୁଇଟି ମକ୍ ଡ୍ରିଲରେ ନିୟୋଜିତ ହେବାକୁଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଏସ୍ପି ସଚେତନ କରାଇଛନ୍ତି । ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ସମ୍ମୁଖରେ ମକ୍ ଡି୍ରଲ ଅନୁଷ୍ଠିତ ହୋଇଛି । ଏଥିରେ ଭିଡ଼ ନିୟନ୍ତ୍ରଣ ତଦାରଖ ଦାୟିତ୍ୱରେ ଥିବା ଅତିରିକ୍ତ ଏସ୍ପି ପିକେ ବଡ଼ଜେନା,ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଡ କମାଣ୍ଡାଣ୍ଟକୌଶିକ ନାୟକ,ଶ୍ରୀମନ୍ଦିର ଭିତରେ ଓ ବାହାରେ ନିୟୋଜିତ ହେବାକୁ ଥିବା ଅନ୍ୟପୁଲିସ ଅଧିକାରୀ ଓ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ । ସେହିପରି ସ୍ୱର୍ଣ୍ଣାଭ ବେଳାଭୂମୀରେ ନିୟୋଜିତ ହେବାକୁ ଥିବା ଲାଇଫ୍ଗାର୍ଡ଼ ଓ ପୁଲିସ ଅଧିକାରୀମାନଙ୍କୁ ଅଧିକ ଆର୍ଲଟ କରାଯାଇଛି । ଏଥିପାଇଁ ବେଳାଭୂମୀର ଦିଗବାରେଣୀ ଠାରେ ବିଚ୍ ସିକୁ୍ୟରିଟ୍ ସମ୍ପର୍କିତ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି ।ଏଥିରେ ସିଟିଡ଼ିଏସ୍ପି କ୍ଷୀରସାଗର ନାୟକ,ହୋମଗାର୍ଡ଼ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଜେ କେ ଦେହୁରୀ, ସମୁଦ୍ରକୂଳ ଥାନା ଆଇଆଇସି,ନିୟୋଜିତ ହେବାକୁଥିବା ପୁଲିସ ଅଧିକାରୀ ଓ ଲାଇଫ୍ ଗାର୍ଡ଼ମାନେ ଯୋଗଦେଇଥିଲେ ।

Comments are closed.