Odisha news

ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଭଗୱନ୍ତ ମାନ୍ ନେଲେ ବଡ଼ ନିଷ୍ପତ୍ତି : ୧୨୨ ନେତାଙ୍କ ସୁରକ୍ଷା ପ୍ରତ୍ୟାହାର କଲେ

0

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଭଗୱନ୍ତ ମାନ୍ ନେଲେ ବଡ଼ ନିଷ୍ପତ୍ତି। ମାର୍ଚ୍ଚ ୧୬ରେ ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବା ବେଳେ ଏହା ପୂର୍ବରୁ ସେ ସମସ୍ତ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ସୁରକ୍ଷା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭଗୱନ୍ତ ମାନ ପ୍ରାୟ ୧୨୨ ନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଭଗୱନ୍ତଙ୍କ ଏହି ନିଷ୍ପତ୍ତି ପରେ ପ୍ରାୟ ୩୬୯ ପୁଲିସ କର୍ମଚାରୀ ଏବଂ କମାଣ୍ଡୋଙ୍କୁ ସୁରକ୍ଷା ଦାୟିତ୍ବରୁ ହଟାଇ ଦିଆଯାଇଛି।

ଭଗୱନ୍ତ ମାନ ନିଜ ଦଳର ପୂର୍ବତନ ବିଧାୟକ ଅମରଜିତ ସିଂଙ୍କର ମଧ୍ୟ ସୁରକ୍ଷା ପ୍ରତ୍ୟାହାର କରିଥିବା ବେଳେ ବେଣୁ ପ୍ରସାଦଙ୍କୁ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରିଛନ୍ତି। ବେଣୁ ପ୍ରସାଦ ୧୯୯୧ ବ୍ୟାଚର ଆଇଏଏସ ଅଫିସର ବୋଲି ଜଣାପଡ଼ିଛି। ‌

ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ବହୁମତ ହାସଲ କରିଥିବା ବେଳେ ପଞ୍ଜାବର ୧୧୭ଟି ସିଟ୍ ମଧ୍ୟରୁ ଆପ୍ ୯୨ଟି ଜିତିବାରେ ସଫଳ ହୋଇଛି। ମାର୍ଚ୍ଚ ୧୬ରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ ଶପଥ ଗ୍ରହଣ କରିବେ। ଭଗୱନ୍ତ ମାନ ସହିଦ ଭଗତ ସିଂଙ୍କ ଗାଁରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ତେବେ ପଞ୍ଜାବରେ ପରବର୍ତ୍ତୀ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିବା ଲାଗି ଆଜି ଆପ୍‌ ନେତା ଭଗୱନ୍ତ ମାନ୍‌ ଚଣ୍ଡୀଗଡ଼ସ୍ଥିତ ରାଜଭବନକୁ ଯାଇ ରାଜ୍ୟପାଳ ବନୱାରୀଲାଲ୍‌ ପୁରୋହିତଙ୍କୁ ଭେଟିଛନ୍ତି। ରାଜଭବନରୁ ବାହାରିବା ପରେ ମାନ୍‌ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଶପଥ ଗ୍ରହଣ ଉତ୍ସବ ସ୍ଥାନ ଓ ସମୟ ସଂକ୍ରାନ୍ତରେ ଜଣାଇବା ଲାଗି ରାଜ୍ୟପାଳ ମତେ ପଚାରୁଥିଲେ। ମାର୍ଚ ୧୬ ତାରିଖ ଅପରାହ୍ଣ ୧୨.୩୦ରେ ଖଟକଡ଼ କଲାଁରେ ଆୟୋଜନ ହେବ ବୋଲି ମୁଁ କହିଛି।

Har Ghar Tiranga

Leave A Reply