Odisha news

ପୂଜା କରିବା ସମୟରେ ଆକ୍ଷିରୁ ଲୁହ ବାହାରୁଚି କି ? ହୋଇଯାନ୍ତୁ ସାବଧାନ

0

ଭାବରେ ବନ୍ଧା ଭକ୍ତ, ହିନ୍ଦୁ ଧର୍ମରେ ପ୍ରାତଃ କାଳ ଓ ସନ୍ଧ୍ୟା ସମୟରେ ଦେବଦେବୀ ଙ୍କୁ ପୂଜା କରିବାର ବିଶେଷ ମହତ୍ୱ ରହିଛି l ଯେତେବେଳେ ଜଣେ ବ୍ୟକ୍ତି ପୂଜା କରିଥାଏ ସେ ନିଜର ସମସ୍ତ ମାନଅଭିମାନ,, ସୁଖଦୁଃଖ ସବୁକିଛି ଈଶ୍ୱରଙ୍କ ପାଦ ତଳେ ଅର୍ପଣ କରିଦେଇ ଥାଏ l ଏବଂ ନିଜକୁ ଈଶ୍ୱରଙ୍କ ସହିତ ମିଶାଇ ଦେଇଥାଏ l ପୂଜା କରିବା ସମୟରେ ଅନେକ ଲୋକ ଈଶ୍ୱର ଭକ୍ତି ରେ ଭାବ ବିଭୋର ହୋଇଯାଇ ଥାଆନ୍ତି l ଏପରି ସ୍ଥିତିରେ ଚକ୍ଷୁ ରୁ ଅଶ୍ରୁ ନିର୍ଗତ ହୋଇଥାଏ l ଶାସ୍ତ୍ରରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ସମୟରେ ଚକ୍ଷୁ ଅନେକ ସମୟରେ ଲୁହ ରେ ଭିଜି ଯାଇଥାଏ l କିନ୍ତୁ ଏଭଳି ଲୁହ ଆସିବା ଶାସ୍ତ୍ରରେ କେଉଁ ସଂକେତ ଦେଇଥାଏ ଆସନ୍ତୁ ଜାଣନ୍ତୁ l

– ପୂଜା କରିବା ସମୟରେ ପ୍ରାର୍ଥନା କରିବା ବେଳେ ଚକ୍ଷୁ ରେ ଯଦି ଲୁହ ଆସୁଛି ତେବେ ବୁଝି ଯିବେ ଏହା ଈଶ୍ୱରଙ୍କ ଠାରୁ କେଉଁ ସଂକେତ ଦେଉଛି l ମାନ୍ୟତା ରହିଛି ଯେ ଯଦି ଏଭଳି କିଛି ସଂକେତ ଦେଖା ଦେଉଛି ତେବେ ଜାଣି ନେବେ ଯେ ଈଶ୍ୱର ଆପଣଙ୍କ ମନସ୍କାମନା ସ୍ୱୀକାର କରି ଛନ୍ତି, ତେଣୁ ଆକ୍ଷି ରେ ଲୁହ ଆସିଥାଏ l

– ଯେଉଁ ବ୍ୟକ୍ତିମାନେ ଅଧିକ ଭାବ ବିହ୍ଵଳ ହୋଇ ଚକ୍ଷୁରୁ ଅଶ୍ରୁ ଧାର ନିର୍ଗତ କରୁଛନ୍ତି ସେମାନଙ୍କ ମନ ଖୁବ ସ୍ୱଚ୍ଛ ଅଟେ l ସେମାନେ ଖୁବ ସରଳ ସ୍ୱଭାବର ଅଟନ୍ତି l

– ଆମେ ଅନେକ ସମୟରେ ନିଜ ମନର ଭାବ ପ୍ରକାଶ କରି ଖୁବ ଭାବବିହ୍ୱଳ ହୋଇଯାଉ ଥାଉ l ସେହି ସମୟରେ ଚକ୍ଷୁ ରୁ ଅଶ୍ରୁ ଧାର ବୋହି ଚାଲିଥାଏ l ଏହା ବ୍ୟକ୍ତିକୁ ଈଶ୍ୱର ଙ୍କର ନିକଟତର କରିବାର ସୂଚନା ଦେଇଥାଏ l

– ମାନ୍ୟତା ଅନୁସାରେ ପୂଜା କରିବା ସମୟରେ ଏପରି କିଛି ଘଟିବା ଦ୍ୱାରା ମଧ୍ୟ ନକାରାତ୍ମକ ଭାବନା ଆଣିଥାଏ l ପୂଜା ସମୟରେ ଓ ପ୍ରାର୍ଥନା ସମୟରେ ହାଇ ଆସିବା ଠିକ ନୁହେଁ l ଏହା ଘରର ବାତାବରଣ ରେ ନକାରାତ୍ମକ ଉର୍ଜା ଭରିଥାଏ l ତେଣୁ ସେଥିପ୍ରତି ବିଶେଷ ଧ୍ୟାନ ଦେବେ l

– ଯେତେବେଳେ ପୂଜା କରୁଛନ୍ତି କଦାପି କ୍ରୋଧ କରିବେ ନାହିଁ, ପର ଆଲୋଚନା କରିବେ ନାହିଁ, ପର ଚର୍ଚା କରିବେ ନାହିଁ l ଏହା ଆପଣଙ୍କ ପୂଜା ରେ ବାଧା ଆଣିଥାଏ l ଏବଂ ଆପଣଙ୍କ ଜୀବନ ରେ ଦୁଃଖ କଷ୍ଟ ମଧ୍ୟ ଭରିଥାଏ l

Har Ghar Tiranga

Leave A Reply