ଆଜିକାଲିକା ଲୋକ ଙ୍କର ପ୍ରୋଟିନ କୁ ନେଇ ଅନେକ ଭ୍ରମ ରହିଛି, କିଛି ଲୋକ ଏହାକୁ ସେବନ କରିବା ସପକ୍ଷ ରେ ଥିବା ବେଳେ ଆଉକିଛି ଲୋକ ଏହାକୁ ସେବନ କରିବା ବିପକ୍ଷରେ ରହିଛନ୍ତି l ବଜାରରେ ମିଳୁଥିବା ପ୍ରୋଟିନ ପାଉଡର ଶରୀର ପାଇଁ କେତେ ହିତକର ଏହା ଆପଣ ନିହାତି ଜାଣିବା ଆବଶ୍ୟକ l
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ପ୍ରୋଟିନ ସେକ ଶରୀର ପାଇଁ ଖୁବ ଜରୁରୀ, କିନ୍ତୁ ଅସୁବିଧା ସେତେବେଳେ ହୋଇଥାଏ ଯେତେବେଳେ ପ୍ରୋଟିନ ସପ୍ଲିମେଣ୍ଟ ସହିତ ସ୍ଟେରଏଡ଼ ମିକସ କରିଦିଆ ଯାଇଥାଏ l ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଟେରଏଡ଼ ମିକସ ପ୍ରୋଟିନ ସେବନ କରିବା ଦ୍ୱାରା ଶରୀର କୁ ଅନେକ ପ୍ରକାର କ୍ଷତି ହୋଇଥାଏ l ସାଧାରଣ ଭାବରେ ଦେଖିବାକୁ ଗଲେ ପ୍ରୋଟିନ ସେକ ସେବନ କରିବା ଦ୍ୱାରା କୌସି କ୍ଷତି ହୋଇନଥାଏ, ଏହା ଆପଣଙ୍କ ସ୍କିନ ଓ ଜଏଣ୍ଟ ହେଲଥ ପାଇଁ ଖୁବ ଜରୁରୀ l
ପ୍ରୋଟିନ କଣ ?
ପ୍ରୋଟିନ ଗୋଟିଏ ପ୍ରମୁଖ ପୋଷାକ ତତ୍ୱ ଯାହା ଶରୀର ପାଇଁ ଖୁବ ଜରୁରୀ, ପ୍ରୋଟିନ ଲାର୍ୟ ମଲିକ୍ୟୁଲାସ ଅଟେ, ଯାହାକି ସେଲସ କୁ ଠିକ ଭାବରେ କାମ କରାଇବା ପାଇଁ ଜରୁରୀ l ବଡି ସେଲ, ଟିସୁ ଓ ଅର୍ଗlନ ର ରେଗୁଲେସନ ପାଇଁ ପ୍ରୋଟିନ ଖୁବ ଆବଶ୍ୟକ l ମସଲସ, ସ୍କିନ ଓ ହାଡ଼ ବ୍ୟତୀତ ହର୍ମୋନ, ଏଞ୍ଜାଇମ, ଆଣ୍ଟିବଡ଼ି ପାଇଁ ପ୍ରୋଟିନ ଅଧିକ ମାତ୍ରାରେ ଜରୁରୀ l ପ୍ରୋଟିନ ନ୍ୟୁରୋ ଟ୍ରାନ୍ସମିଟର ଭଳି କାର୍ଯ୍ୟ କରିଥାଏ l
ପ୍ରୋଟିନ ତିନିପ୍ରକାର ର –
– କମ୍ପ୍ଲିଟ ପ୍ରୋଟିନ – ଏହା ଆମକୁ ଅନିମଲ ଫୁଦସ ଯେପରିକି ମାଛ ମାଂସ ଇତ୍ୟାଦି, ଡାଏରୀ ପ୍ରଡକ୍ଟ ଓ ଅଣ୍ଡା ରୁ ମିଳିଥାଏ l
– ଇନ କମ୍ପ୍ଲିଟ ପ୍ରୋଟିନ – ଚଣା ଜାତୀୟ ଜିନିଷ, ବିନ୍ସ ମଟର ଇତ୍ୟାଦି ରୁ ମିଳିଥାଏ l
– କମ୍ପ୍ଲିମେଣ୍ଟାରୀ ପ୍ରୋଟିନ – ଯେପରିକି ଭାତ, ପିନଟ ବଟର ଇତ୍ୟାଦି l
ଜଣେ ସାଧାରଣ ଲୋକକୁ କେତେ ମାତ୍ରାର ପ୍ରୋଟିନ ଆବଶ୍ୟକ –
ଜଣେ ସାଧାରଣ ମଣିଷ ପାଇଁ ଗୋଟିଏ କିଲୋଗ୍ରାମ ରେ ଏକାଗ୍ରମ ପ୍ରୋଟିନ ର ଆବଶ୍ୟକତା ରହିଛି l ଅର୍ଥାତ ଯଦି ଜଣେ ବ୍ୟକ୍ତିର ଓଜନ ୬୦ କେଜି ତେବେ ତାକୁ ୬୦ ଗ୍ରାମ ପ୍ରୋଟିନ ଆବଶ୍ୟକ l ଶରୀର ପାଇଁ ପ୍ରୋଟିନ ଖୁବ ଜରୁରୀ l
କେତେ ପ୍ରକାର ପ୍ରୋଟିନ ସପ୍ଲିମେଣ୍ଟ ରହିଛି –
– ସୋୟା ପ୍ରୋଟିନ ସପ୍ଲିମେଣ୍ଟ – ଏହା ସୋୟାବିନ ରୁ ପ୍ରସ୍ତୁତ l ଏହା ଶରୀର ର ବିକାଶ ପାଇଁ ଖୁବ ଜରୁରୀ l ଏହା ଭେଜିଟେରିଆନ ଲୋକଙ୍କ ପାଇଁ ବେସ୍ତ ପ୍ରୋଟିନ l
– ଏଗ ପ୍ରୋଟିନ ସପ୍ଲିମେଣ୍ଟ – ଏହି ପ୍ରୋଟିନ ସପ୍ଲିମେଣ୍ଟ କୁ ଅଣ୍ଡା ରୁ ପ୍ରୋଟିନ ତତ୍ୱ କୁ ବାହାରକରି ପ୍ରସ୍ତୁତ କରାଯାଇ ଥାଏ l ଯେଉଁ ଲୋକମାନେ ଡାଏରୀ ପ୍ରଡକ୍ଟ ସେବନ କରନ୍ତି ନାହିଁ ସେମାନଙ୍କ ପାଇଁ ଏହା ଗୋଟିଏ ଭଲ ବିକଳ୍ପ l
– ପିସ ପ୍ରୋଟିନ – ଯେଉଁମାନେ ମାଂସାହାରୀ ନୁହନ୍ତି ସେମାନଙ୍କ ପାଇଁ ଏହା ଗୋଟିଏ ଭଲ ବିକଳ୍ପ , ଏହା ମଟର ଓ ବିଭିନ୍ନ ବିନ୍ସ ଜାତୀୟ ଖାଦ୍ୟ ରେ ପ୍ରସ୍ତୁତ ତେଣୁ ଶରୀର ପାଇଁ ଖୁବ ଜରୁରୀ l