ଗର୍ଭ ଧାରଣ କୁ ଅଟକାଇବା ପାଇଁ କଣ ଦୁଇଟି କଣ୍ଡୋମ ବ୍ୟବହାର କରିବା ଜରୁରୀ ? ଏହି ପ୍ରଶ୍ନ ସାଧାରଣ ଭାବରେ ସାଧାରଣ ଲୋକଙ୍କ ମନରେ ଅନେକ ସମୟ ରେ ଏହି ପ୍ରଶ୍ନ ଆସିଥାଏ, କିନ୍ତୁ କଣ ଏଭଳି କରିବା ଜରୁରୀ ? ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ କଣ୍ଡୋମ ର ସଠିକ ବ୍ୟବହାର ଗର୍ଭ ଧାରଣାକୁ ଅଟକାଇବାର ସବୁଠୁ ସଠିକ ଉପାୟ l କିନ୍ତୁ ଏହା ବଦଳରେ ଆପଣ ଦୁଇଟି କଣ୍ଡୋମ ବ୍ୟବହାର କରନ୍ତି ତେବେ ଏହା ଭୁଲ ଉପାୟରେ ବ୍ୟବହାର କରିବା ଦ୍ୱାରା କଣ୍ଡୋମ ଫଟିବାର ଅନେକ ସମ୍ଭାବନା ରହିଛି l ଏହା ଆପଣଙ୍କ ଗର୍ଭ ଧାରଣକୁ ଅଟକାଇବା ପରିବର୍ତେ ଗର୍ଭ ଧାରଣ କରିବାର ମାଧ୍ୟମ ହୋଇପାରେ l
= ଦୁଇଟି କଣ୍ଡୋମ ପିନ୍ଧିବା ଦ୍ୱାରା ସୁରକ୍ଷା ମିଳିନଥାଏ l କାହିଁକିନା ଦୁଇଟି କଣ୍ଡୋମ ପିନ୍ଧିବା ଦ୍ୱାରା ଇଣ୍ଟର କୋର୍ସ ସମୟ ରେ ଏହା ପରସ୍ପର ମଧ୍ୟରେ ଘର୍ଷଣ ହୋଇ ଫାଟିବାର ଅନେକ ସମ୍ଭାବନା ରହିଥାଏ l ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗୋଟିଏ କଣ୍ଡୋମ ସୁରକ୍ଷିତ ଯୌନ ସମ୍ବନ୍ଧ ଅଟେ, ଏବଂ ଗର୍ଭ ଧାରଣ କୁ ମଧ୍ୟ ସୁରକ୍ଷା ଦେଇଥାଏ l
= ସେକ୍ସ କରିବା ସମୟ ରେ କଣ୍ଡୋମ ର ବ୍ୟବହାର ଦ୍ୱାରା ଯୌନ ସଂଚାରିତ ରୋଗ ଓ ଗର୍ଭାବସ୍ଥା କୁ ଅଟକାଇବାରେ ସାହାଯ୍ୟ ମିଳିଥାଏ l ଏବଂ ଗୋଟିଏ କଣ୍ଡୋମ କୁ ମାତ୍ର ଥରେ ହିଁ ବ୍ୟବହାର କରାଯାଇ ଥାଏ l
= ଗୋଟିଏ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ମଣିଷ ସେକ୍ସ କରିଥାଏ, ଏବଂ କଣ୍ଡୋମ ବିଭିନ୍ନ ପ୍ରକାର ଯୌନ ରୋଗରୁ ମଧ୍ୟ ବ୍ୟକ୍ତିକୁ ସୁରକ୍ଷା ଦେଇଥାଏ l ଅନେକ ସମୟ ରେ ଲୋକେ କଣ୍ଡୋମ ବ୍ୟବହାର କରି ମଧ୍ୟ ଗର୍ଭ ଧାରଣ ର ସମୁଖୀନ ହୋଇ ଥାଆନ୍ତି l କାହିଁକିନା କଣ୍ଡୋମ ପିନ୍ଧି ଦୀର୍ଘ ସମୟ ପର୍ଯ୍ୟନ୍ତ ସେକ୍ସ କରିବା ଦ୍ୱାରା କଣ୍ଡୋମ ଫାଟିବାର ଅନେକ ସମ୍ଭାବନା ରହିଥାଏ l