Odisha news

ରାଷ୍ଟ୍ରୀୟ ପ୍ରେସ ଦିବସ ଅବସରରେ ଘୁମୁସର ରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଘୁମୁସର ପ୍ରେସ କ୍ଳବ୍ ପକ୍ଷରୁ ସମ୍ମାନିତ

0

ରାଷ୍ଟ୍ରୀୟ ପ୍ରେସ ଦିବସ ଅବସରରେ ଘୁମୁସର ରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଘୁମୁସର ପ୍ରେସ କ୍ଳବ୍ ପକ୍ଷରୁ ସମ୍ମାନିତ କରାଯାଇଛି । ଭଞ୍ଜନଗର ରେଡକ୍ରସ ରୋଡ ସ୍ଥିତ ଘୁମୁସର ପ୍ରେସ କ୍ଳବ୍ ଅଫିସ ଠାରେ ଆୟୋଜିତ ସଭାରେ କ୍ଳବ୍ ର ପ୍ରତିଷ୍ଠାତା ତଥା ସଭାପତି ବବି ଅନନ୍ତନାଗ ରଥ ଅଧ୍ୟକ୍ଷତା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜଓକେ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ଭଞ୍ଜନଗର ଶାଖା ପରିଚାଳକ ଶ୍ରୀ ସୁବ୍ରତ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଏବଂ ସମାଜସେବୀ ଶ୍ରୀ ଶୂଳପାଣି ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଶ୍ରୀ ଗୌରୀ ଶଙ୍କର ଶତପଥୀ ସାମ୍ବାଦିକ ମାନଙ୍କୁ ସତ୍ୟ ଓ ସଠିକ୍ ଖବର ପରିବେଷଣ କରିବା ଉପରେ ଗୁରୁତ୍ଵ ଦେଇଥିବା ବେଳେ ଶ୍ରୀ ଶୂଳପାଣି ଶତପଥୀ ଚତୁଃପାର୍ଶ୍ଵରେ ଘଟୁଥିବା ବିଭିନ୍ନ ଘଟଣା ଗୁଡ଼ିକୁ ଲୋକଲୋଚନକୁ ଆଣିବାକୁ ସାମ୍ବାଦିକଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ଦାଶ ସାମ୍ବାଦିକ ମାନଙ୍କୁ ନିର୍ଭୀକ ହୋଇ ନିରପେକ୍ଷ ଖବର ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ । ଅତିଥି ମାନେ ରାଷ୍ଟ୍ରୀୟ ପ୍ରେସ ଦିବସର ଶୁଭେଚ୍ଛା ଜଣାଇଥିଲେ, ଆୟୋଜକ ଘୁମୁସର ପ୍ରେସ କ୍ଳବ୍ କୁ ଓ ବୈଠକର ପ୍ରଯୋଜକ ମାନଙ୍କୁ ସାଧୁବାଦ ଦେଇଥିଲେ, ଏବଂ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଶେଷରେ ସଭାପତି ଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର

Har Ghar Tiranga

Leave A Reply