ପ୍ରେମାନନ୍ଦ ଗୁରୁଜୀ ଆଜି ସାରା ହିନ୍ଦୁଙ୍କ ମଧ୍ୟରେ ଜଣେ ବଡ଼ ସଂଥ ଭାବରେ ଜଣାଶୁଣା, ଅନେକ ସମୟରେ ସୋସିଆଲ ମିଡିଆରେ ଏଭଳି କିଛି ବାଣୀ ତାଙ୍କର ଶୁଣିବାକୁ ମିଳିଥାଏ ଯାହାକି ଜୀବନ ରେ ଦିଗଦର୍ଶନ କରାଇଥାଏ l
* ପ୍ରେମାନନ୍ଦ ଗୁରୁଜୀ ଙ୍କ ମତରେ ଜୀବନ ରେ ସଫଳତା ତାହାକୁ ହିଁ କୁହାଯାଏ ଯେଉଁ କାର୍ଯ୍ୟ ଦ୍ୱାରା ଭଗବତ ପ୍ରାପ୍ତି ସହିତ ଆତ୍ମା ସନ୍ତୋଷ ମିଳିଥାଏ l ନଚେତ ଆମେ ସମ୍ପୂର୍ଣ ଅସଫଳ, ତୁମେ ଯେତେ ବଡ଼ ପଦବୀ ରେ ବସ କିମ୍ବା ତୁମର ଯେତେ ସୁନ୍ଦର ପରିବାର ହୋଇଥାଉ କିମ୍ବା ତୁମର ଭୋଗ ବିଳାସ ମୟ ଜୀବନ ହୋଇଥାଉ ସବୁକିଛି ତୁମ ପାଇଁ ସବୁକିଛି ତୁଚ୍ଛ ଅଟେ l ଏବଂ ତୁମେ ଯେତେବେଳେ ଦେହ ତ୍ୟାଗ କରିବ ତୁମ ସହିତ କଣ ଯିବ ? ଜୀବନ ରେ ପରିବାର କୁ ଓ ନିଜକୁ ସୁଖ ଦେବା ପାଇଁ ଯାହା ରୋଜଗାର କରିଥିବ ସବୁ ରହିଯିବ l
* ମଣିଷ ତ ବଂଚିବା ପାଇଁ ଓ ନିଜ ପରିବାର ପାଇଁ କିଛିନା କିଛି ରୋଜଗାର କରିବା ଜରୁରୀ କିନ୍ତୁ ହରି ନାମ ବିନା ସବୁକିଛି ଅଧା l ତେଣୁ ଭଗବାନ ଙ୍କ ନାମ ଜପ ସବୁଠୁ ଜରୁରୀ , ପ୍ରତ୍ୟେକ ଦିନର କିଛିଟା ସହ୍ୟ ଈଶ୍ୱରଙ୍କ ନିମିତ୍ତ ସମର୍ପଣ କରନ୍ତୁ ଏବଂ ପ୍ରତିଦିନ କିଛି ସମୟ ପାଇଁ ଈଶ୍ୱର ଙ୍କୁ ସ୍ମରଣ କରନ୍ତୁ l ଯେତେବେଳେ ବି ଈଶ୍ୱର ଙ୍କ ନାମ ଜପ କରୁଛନ୍ତି ଗୋଟିଏ ପବିତ୍ର ମନରେ କରନ୍ତୁ l ନିରନ୍ତର ଠାକୁର ଙ୍କ ନାମ ଜପ ହିଁ ଜୀବନ କୁ ସଠିକ ଭାବରେ ପରିଚାଳିତ କରିବ l
* ସେହି କର୍ମ କୁ ସବୁବେଳେ ତ୍ୟାଗ କରିବା ଜରୁରୀ ଯାହା ଅଧର୍ମ ର ମାର୍ଗ ଦେଖାଇଥାଏ l ଭକ୍ତି ବିରୋଧୀ କର୍ମ କରି ଯେଉଁ ସଫଳତା ଲାଭ କରାଯାଏ ତାହା ମୂଲ୍ୟହୀନ ଏବଂ ଅଧିକ ଦିନ ଏହା ସ୍ଥାୟୀ ହୋଇ ରହିନଥାଏ l ତେଣୁ ବ୍ୟକ୍ତି ଏହି କଳିଯୁଗ ରେ କେବଳ ଈଶ୍ୱର ନାମ ଜପ ରୁ ମୁକ୍ତି ପାଇପାରିବ l
* ବ୍ୟକ୍ତି ନିଜ ବାଣୀ ରେ କୋମଳତା, ମନରେ ସଫା, ବ୍ୟବହାର ରେ ମମତା, ବିଚାର ରେ ସଚୋଟତା ନିହାତି ରହିବା ଜରୁରୀ l କାହିଁକିନା ସେ ରାଜା ହେଉ କିମ୍ବା ଚାକର ସମସ୍ତେ ଗୋଟିଏ ସ୍ଥାନକୁ ଏବଂ ଗୋଟିଏ ରାସ୍ତାରେ ଯିବେ, ତେଣୁ ଭଗବତ ବିଶ୍ୱାସୀ ବ୍ୟକ୍ତି ସର୍ବଦା ପୂଜନୀୟ ଅଟେ l