Odisha news

ଗବେଷଣାରୁ ଖୁଲାସା : ଗର୍ଭାବସ୍ଥାରେ ମା ପାରାସେଟାମଲ ବ୍ୟବହାର କରିବା ଦ୍ୱାରା ଶିଶୁର ଜୀବନ ପ୍ରତି ଆସିଥାଏ ବିପଦ

0

ଗର୍ଭସ୍ଥ ଶିଶୁ ନ୍ୟୁରୋ ଡେଭେଲପମେଣ୍ଟ ଡ଼ିସଅର୍ଡର ଗୋଟିଏ ଏଭଳି ରୋଗ ଯାହାକି ଶିଶୁକୁ ଗର୍ଭାବସ୍ଥାରେ ପ୍ରଭାବିତ କରିଥାଏ, ଗୋଟିଏ ନୂତନ ଅଧ୍ୟୟନ ଅନୁସାରେ ଜଣାପଡିଛି ଯେ ଏସିଟାମିନୋଫେନ , ଯାହାକି ଗର୍ଭାବସ୍ଥାରେ ଗୋଟିଏ ସାଧାରଣ କଷ୍ଟ ନିବାରକ ଔଷଧ ଅଟେ, ଏହାକୁ ସେବନ କରିବା ଦ୍ୱାରା ଗର୍ବସ୍ଥ ଶିଶୁ ମାନଙ୍କ ମଧ୍ୟରେ ADHD ରେ ପୀଡିତ କରିଥାଏ l

* ADHD ଛୋଟ ଶିଶୁ ଙ୍କ ମଧ୍ୟରେ ହେଉଥିବା ସବୁଠୁ ସାଧାରଣ ନ୍ୟୁରୋଲୋଜିକାଲ ପ୍ରବ୍ଲେମ ମଧ୍ୟରୁ ଗୋଟିଏ , ଯାହାକି ଗୋଟିଏ ମସ୍ତିଷ୍କର ସ୍ଥିତି ଯାହାକି ବ୍ୟକ୍ତିର ଭାବନା, ବିଚାର ଓ କାର୍ଯ୍ୟ କୁ ପ୍ରାବନ୍ଧିତ କରିବାର କ୍ଷମତା ରଖୁଛି l

* ADHD ରେ ପୀଡିତ ଶିଶୁ ନିଜ ବ୍ୟବହାର ରେ ଠିକ କରନ୍ତି ନାହିଁ, ଧ୍ୟାନ କେନ୍ଦ୍ରିତ କରନ୍ତି ନାହିଁ, ନିଜ ମୁଡ଼ କୁ ନିୟନ୍ତ୍ରିତ କରନ୍ତି ନାହିଁ, ନିଜ ମଧ୍ୟରେ କିମ୍ବା ଅନ୍ୟ ନିକଟରେ ଧ୍ୟାନ କେନ୍ଦ୍ରିତ କରି ବାରେ ଅସୁବିଧା ହୋଇଥାଏ l

* ଅଧ୍ୟୟନ ପାଇଁ ୨୦୦୬ ରୁ ୨୦୧୧ ମଧ୍ୟରେ ୩୦୭ ଗର୍ଭବତୀ ମହିଳାଙ୍କ ରକ୍ତ ନମୁନା କୁ ବିସ୍ଲେସଣ କରାଯାଇଥିଲା, ଏହି ଅଧ୍ୟୟନ ରେ ଜଣାପଡିଥିଲା ଯେ ଏସିଟାମିନୋଫେନ ବ୍ୟବହାର କରିଥିବା ମା ମାନଙ୍କ ନିକଟରୁ ଜନ୍ମିତ ଶିଶୁ ମାନେ ADHD ପୀଡିତ ଅଛନ୍ତି l

* ଏହଂ ଏହି ଅଧ୍ୟୟନ ରେ ଏହା ମଧ୍ୟ ଜଣାପଡ଼ିହିଲା ଯେ ପୁଅ  ମାନଙ୍କ ତୁଳନା ରେ ଝିଅ  ମାନେ ଅଧିକ ADHD ରେ ପୀଡିତ ଅଛନ୍ତି, ଏବଂ ପାରାସେଟାମଲ ଟାବଲେଟ ରେ ଥିବା ଝିଅ ଭୃଣ ଉପରେ ଅଧିକ ପ୍ରଭାବ  ପକାଉଛି l ତେଣୁ ଗର୍ଭାବସ୍ଥାରେ ମା ମାନେ ପାରାସେଟାମଲ ଖାଇବା ପୂର୍ବରୁ ନିହାତି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

Leave A Reply