Odisha news

ଗର୍ଭାବସ୍ଥାରେ ଶାରୀରିକ ସମ୍ବନ୍ଧ ରଖିବା କେତେ ସୁରକ୍ଷିତ ? କଣ କହୁଛି ରିସର୍ଚ୍ଚ

0
ଗର୍ଭାବସ୍ଥାରେ ମହିଳା ମାନେ ଖୁବ ସୁରକ୍ଷିତ ରହି ଥାଆନ୍ତି ଏବଂ ସତର୍କ ମଧ୍ୟ ରୁହନ୍ତି l କାହିଁକିନା ଏହା ଗୋଟିଏ ଏଭଳି ସମୟ ଯେତେବେଳେ ୨ଟି ଜୀବନ ଜଣଙ୍କ ହାତରେ ରହିଥାଏ l ସାମାନ୍ୟ ଅସାବଧାନତା ଅନେକ ଗୁଡିଏ ବିପଦକୁ ଟାଣି ନେଇଥାଏ l ତେଣୁ ଏହି ସମୟରେ ମା ଓ ଛୁଆଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ କାର୍ଯ୍ୟକୁ ଦେଖିଚାହିଁ କରିବା ଜରୁରୀ l ସେହି କାର୍ଯ୍ୟ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଯୌନ ସମ୍ବନ୍ଧ l ଅନେକ ସ୍ଥିତିରେ ମହିଳା ମାନେ ଗର୍ଭାବସ୍ଥାର ୩ମାସ ପରେ ସେକ୍ସ କରିବାକୁ ଇଚ୍ଛା କରି ନଥାଆନ୍ତି l ଏବଂ ଅନେକ କ୍ଷେତ୍ରରେ ମାର ସ୍ଥିତି ଦେଖି ଡାକ୍ତର ମଧ୍ୟ ସେକ୍ସ କରିବାକୁ ବାରଣ କରିଥାଆନ୍ତି l ତେବେ ଆସନ୍ତୁ ଜାଣିବା କଣ କହୁଛି ରିସର୍ଚ୍ଚ l

* ଏହିସବୁ ସ୍ଥିତିରେ ଡାକ୍ତର ସେକ୍ସ କରିବାକୁ ଡାକ୍ତର ବାରଣ କରନ୍ତି –
– ଅନେକ ସ୍ଥିତି ରେ ମହିଳା ମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସେକ୍ସ କରିବା ପାଇଁ ବାରଣ କରାଯାଇ ଥାଏ, କାହିଁକିନା  ଅନେକ ସମୟ ରେ ମହିଳା ମାନଙ୍କର ବ୍ଲିଡିଙ୍ଗ ହେବାର ସମ୍ଭାବନା କୁ ଦେଖି ଡାକ୍ତର ସେକ୍ସ କରିବାକୁ ବାରଣ  କରିଥାଆନ୍ତି l

– ଅନେକ କ୍ଷେତ୍ରରେ ମା ମାନଙ୍କର ଦୁର୍ବଳ ଗର୍ଭ ଦେଖା ଯାଇଥାଏ ଅର୍ଥାତ ଆପଣଙ୍କ ପେଲବୀକ ଫ୍ଲୋର ପିଲା ଓ ସେକ୍ସ କୁ ସପୋର୍ଟ କରିବାକୁ ସମର୍ଥ ନଥାଏ l ଏପରି କ୍ଷେତ୍ରରେ ଡାକ୍ତର ମନା କରିଥାଆନ୍ତି l

– ଅନେକ କ୍ଷେତ୍ରରେ ମଧ୍ୟ ଅନେକ ମହିଳା ଙ୍କର ବାରମ୍ବାର ମିସ କ୍ୟାରେଜ ହୋଇଥାଏ, ଏପରି ସ୍ଥିତିରେ ଗର୍ଭ ଧାରଣ କରିବା ପରେ ଡାକ୍ତର ସେକ୍ସ କରିବାକୁ ବାରଣ କରନ୍ତି l ନଚେତ ଏହା ଉଭୟ ଗର୍ଭସ୍ଥ ଶିଶୁ ଓ ମା ଙ୍କ ପାଇଁ କ୍ଷତିକାରକ ହୋଇଥାଏ l

– ଯଦିବି କେହି ଦମ୍ପତି ଗର୍ଭାବସ୍ଥାରେ ଶାରୀରିକ ସମ୍ବନ୍ଧ ରଖୁଛନ୍ତି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ଏବଂ ସମ୍ବନ୍ଧ ସମୟରେ କଣ୍ଡୋମ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ l ଅନେକ ସମୟ ରେ ପୁରୁଷ ମାନଙ୍କ ଠାରେ ଥିବା କୌଣସି ଇନଫେକ୍ସନ ଗର୍ଭସ୍ଥ ଶିଶୁ ପାଇଁ ବିପଦ ମଧ୍ୟ ହୋଇପାରେ l

– ଗବେଷକ ଙ୍କ ମତରେ ଗର୍ଭାବସ୍ଥା ରେ ପୁରୁଷ ମାନେ ସତର୍କତା ର ସହିତ ଶାରୀରିକ ସମ୍ବନ୍ଧ ରଖିବା ଜରୁରୀ ଏବଂ ତାହା ପୁଣି ନିଜ ପାର୍ଟନର ସହିତ ଜୋର ଜବରଦସ୍ତି କରି ରଖିବା ଉଚିତ ନୁହେଁ l ନଚେତ ଏହା ଉଭୟ ମା ଏବଂ ଛୁଆ  ଙ୍କ ପାଇଁ ବିପଦର କାରଣ ହୋଇପାରେ l

Leave A Reply