Odisha news

ଗର୍ଭାବସ୍ଥାରେ ଅଲ୍ଟ୍ରାସାଉଣ୍ଡ କରିବା ଆପଣଙ୍କ ପାଇଁ କେତେ ସୁରକ୍ଷିତ ? କଣ କହୁଛି ବିଜ୍ଞାନ 

0
ପ୍ରତ୍ୟେକ ମହିଳାଙ୍କ ପାଇଁ ଗର୍ଭାବସ୍ଥା ସମୟ ଗୋଟିଏ କଷ୍ଟଦାୟକ ସମୟ l ଏହା ସେହି ସମୟ ଯେତେବେଳେ ଗୋଟିଏ ନାରୀର ଶରୀରର ପରିବର୍ତନ ହୋଇଥାଏ l ଏହି ସମୟରେ ଗୋଟିଏ ମହିଳା ନିଜ ସହିତ ଗର୍ଭସ୍ଥ ଶିଶୁର ମଧ୍ୟ ଧ୍ୟାନ ରଖିଥାଏ l ତେଣୁ ଏହି ସମୟରେ ଗର୍ଭସ୍ଥ ଶିଶୁର ବିକାଶ ଦେଖିବା ପାଇଁ ସମୟ ସମୟରେ ଅଲଟ୍ରା ସାଉଣ୍ଡ କରାଯାଇଥାଏ l ଏହି ଅଲ୍ଟ୍ରାସାଉଣ୍ଡ ଜରିଆରେ ଗର୍ଭସ୍ଥ ଶିଶୁର ସ୍ଥିତି ଦେଖାଯାଇଥାଏ , କେବଳ ଏତିକି ନୁହେଁ ଏହା ସହିତ ଗର୍ଭସ୍ଥ ଶିଶୁର ହାର୍ଟ ବିଟ ମଧ୍ୟ ଦେଖାଯାଇଥାଏ l ତେଣୁ ଗର୍ଭାବସ୍ଥାରେ ଅନେକ ଲୋକ ଏଭଳି ଅଛନ୍ତି ଯିଏକି ଅନେକଥର ଅଲ୍ଟ୍ରାସାଉଣ୍ଡ କରି ଥାଆନ୍ତି l ଆଜି ଆସନ୍ତୁ ଜାଣିବା ବାରମ୍ବାର ଅଲ୍ଟ୍ରାସାଉଣ୍ଡ କରାଇବା ଗର୍ଭସ୍ଥ ଶିଶୁପାଇଁ କେତେ ହିତକର l
* ଗର୍ଭାବସ୍ଥାରେ କେତେଥର ଅଲ୍ଟ୍ରାସାଉଣ୍ଡ କରାଇବା ଜରୁରୀ –
ଦିଲ୍ଲୀ ଏମ୍ସ ର ଡାକ୍ତରଙ୍କ ସୂଚନା ଅନୁସାରେ ଗର୍ଭାବସ୍ଥା ସମୟରେ ୩ରୁ ୪ଥର ଅଲ୍ଟ୍ରାସାଉଣ୍ଡ ପ୍ରୋସେସ ଖୁବ ବେଶୀ ଅଟେ l ଯଦି ଏହାଠାରୁ ଅଧିକ ଥର କରାଯାଏ ତେବେ ଗର୍ଭସ୍ଥ ଶିଶୁର ହାଡ଼ ଓ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ l
* ପ୍ରଥମ ଅଲ୍ଟ୍ରାସାଉଣ୍ଡ କେବେ କରିବା ଜରୁରୀ –
ଗର୍ଭାବସ୍ଥାରେ ପ୍ରଥମ ଅଲ୍ଟ୍ରାସାଉଣ୍ଡ ୩ମାସ ରେ କରାଯାଇଥାଏ l ଏହି ସମୟରେ ଗର୍ଭସ୍ଥ ଶିଶୁର ହାର୍ଟ ବିଟ କୁ ଅନୁଧ୍ୟାନ କରାଯାଇଥାଏ l ଏହାଛଡା ଦେଖାଯାଇଥାଏ ଯେ ଭୃଣ ର ବିକାଶ ଠିକ ଭାବରେ ହେଉଛି କି ନାହିଁ l
* ଦ୍ଵିତୀୟ ଅଲ୍ଟ୍ରାସାଉଣ୍ଡ କେବେ କରାଯାଇ ଥାଏ –
ଗର୍ଭାବସ୍ଥାର ୧୮ ରୁ ୨୦ ସପ୍ତାହ ମଧ୍ୟରେ କରାଯାଇଥାଏ l ଏହି ସମୟରେ ଶିଶୁ ମାନଙ୍କର ବିକାଶ ଦ୍ରୁତ ଗତିରେ ହୋଇଥାଏ l ଏବଂ ସେମାନଙ୍କ ଶରୀରର ଅଙ୍ଗ ତିଆରି ହେବାକୁ ଲାଗିଥାଏ l ଏହି ସମୟରେ ଶିଶୁ ମାନଙ୍କର ମସ୍ତିଷ୍କ , କିଡ଼ନୀ ଆଦିର ପୋଜିସନ ଦେଖିବାକୁ ମିଳିଥାଏ l
* ତୃତୀୟ ଅଲ୍ଟ୍ରାସାଉଣ୍ଡ କେବେ ହୋଇଥାଏ –
ଗର୍ଭାବସ୍ଥାର ୨୮ ରୁ ୩୨ ସପ୍ତାହ ମଧ୍ୟରେ ତୃତୀୟ ଅଲ୍ଟ୍ରାସାଉଣ୍ଡ କରାଯାଇଥାଏ l ଏହି ସମୟରେ ଶିଶୁର ହାର୍ଟ ବିଟ ସହିତ ଓଜନ ବୃଦ୍ଧିକୁ ମଧ୍ୟ ଦେଖାଯାଇଥାଏ l ଏହା ସହିତ ତାର ଡେଭେଲପ୍ମେଣ୍ଟ ଉପରେ ମଧ୍ୟ ନଜର ରଖାଯାଇ ଥାଏ l
* ଚତୁର୍ଥ ଅଲ୍ଟ୍ରାସାଉଣ୍ଡ –
ଗର୍ଭାବସ୍ଥାର ୩୪ ରୁ ନେଇ ୩୬ ସପ୍ତାହ ଶେଷ ଅଲ୍ଟ୍ରାସାଉଣ୍ଡ କରାଯାଇଥାଏ l ଏହି ଅଲ୍ଟ୍ରାସାଉଣ୍ଡ ଦ୍ୱାରା ଶିଶୁର ପୋଜିସନ ଓ ତାର ପ୍ଲାସେଣ୍ଟା ଦେଖା ଯାଇଥାଏ l ଏହି ଅଲ୍ଟ୍ରାସାଉଣ୍ଡ ଖୁବ ଚିନ୍ତାର କାରଣ ହୋଇଥାଏ l ଏହି ଅଲ୍ଟ୍ରାସାଉଣ୍ଡ ଦ୍ୱାରା ଜଣାପଡ଼ିଥାଏ ଯେ ପ୍ରସବ କିପରି ହେବ ଓ କେଉଁ ପ୍ରକାରର ସୁବିଧା ଅସୁବିଧା ରହିଛି l
Nalco

Leave A Reply