ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଠକେଇ ମାମଲା ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପାଠକ ବାପା-ପୁଅ ନାଁରେ ଚାର୍ଜଫ୍ରେମ
ବ୍ରହ୍ମପୁର,୧୩।୧୧: ଟାଟା ମୋଟର୍ସରେ ଚାକିରି ଦେବାକୁ କହି ସ୍ଥାନୀୟ ଅଞ୍ଚଳର ଏକାଧିକ ଯୁବକଙ୍କୁ ଠକେଇ ମାମଲାରେ ବୁଧବାର ଅଦାଲତରେ ହାଜର ହୋଇଛନ୍ତି ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ସମେତ ପାଠକ ବାପ-ପୁଅ ା ବ୍ରହ୍ମପୁର ଜେଏମଏଫସି(ଗ୍ରାମୀଣ) ଅଦାଲତ ତଥା ସାଂସଦ ଓ ବିଧାୟକଙ୍କ ମାମଲାର ଶୁଣାଣି ପାଇଁ ଉଦ୍ଧିଷ୍ଟ ସ୍ବତନ୍ତ୍ର ଅଦାଲତରେ ଏହି ଠକେଇ ସମ୍ପର୍କିତ ମାମଲାଗୁଡିକର ଶୁଣାଣି ଚାଲୁରହିଥିବା ବେଳେ ଆଜି ସମସ୍ତେ ଅଦାଲତରେ ହାଜର ହୋଇଥିଲେ ା ଅଦାଲତର ବିଚାରପତି ୪ଟି ମାମଲାରେ ସାଂସଦ ଡ. ପାଣିଗ୍ରାହୀଙ୍କ ସମେତ ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ ଓ ଆକାଶ ପାଠକ ନାଁରେ ଚାର୍ଜଫ୍ରେମ କରିଥିଲେ ା ପୂର୍ବରୁ ଗୋଟିଏ ଠକେଇ ମାମଲାରେ ଚାର୍ଜଫ୍ରେମ ହୋଇଥିଲା ା ସେହିକ୍ରମରେ ସାଂସଦ ପ୍ରଦୀପ ଓ ପାଠ ବାପ-ପୁଅ ନାଁରେ ଥିବା ମୋଟ ୫ଟି ଠକେଇ ମାମଲାରେ ଚାର୍ଜଫ୍ରେମ ହୋଇଛି ା ଆଗାମୀ ଦିନରେ ମାମଲା ଗୁଡ଼ିକର ବିଚାରଣା ଏହି ସ୍ବତନ୍ତ୍ର ଅଦାଲତରେ ଜାରି ରହିବ ା ତେବେ ସାଂସଦଙ୍କ ନାଁରେ ଠକେଇ ମାମଲା ଦାୟର କରିଥିବା ଅଭିଯୋଗକାରୀମାନେ କିଛି ମାସ ତଳେ ଅଦାଲତରେ ସତ୍ୟପାଠ ଦାଖଲ କରି ସେମାନେ ଆଗକୁ ମାମଲା ଲଢିବାକୁ ଚାହଁୁନଥିବା ଜଣାଇଥିଲେ ା ସେହିକ୍ରମରେ ସମସ୍ତ ଠକେଇ ମାମଲାର ଗୁରୁତ୍ବ କମିଯାଇଛି ା ହେଲେ ନ୍ୟାୟିକ ପ୍ରକ୍ରିୟା ଅନୁସାରେ ଅଦାଲତରେ ବିଚାରଣା ଚାଲୁ ରହିବ ବୋଲି ଆଇନଜୀବୀ ବାଳକୃଷ୍ଣ ପଲେଇ କହିଛନ୍ତି ା ସେହିପରି ସରକାରଙ୍କ ପକ୍ଷରୁ ଯେଉଁ ପ୍ରୋଟେକସନ ପିଟିସନ ଫାଇଲ କରିଥିଲେ ଯାହାକୁ ଅଦାଲତ ଖାରଜ କରିଦେଇଥିଲେ ବୋଲି ଶ୍ରୀ ପଲେଇ ସୂଚନା ଦେଇଥିଲେ ା ଅଦାଲତରେ ହଜାର ହୋଇ ଫେରିବା ପରେ ସାଂସଦ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତତକାଳୀନ ବିଜେଡି ସରକାର ଏବଂ ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ମୋ ନାଁରେ ମାମଲା କରାଯାଇ ଜେଲ ପଠାଯାଇଥିଲା ା ସେହି ମାମଲାର ବିଚାରଣା ଜାରି ରହିଛି ଏବଂ ଅଦାଲତର ଯାହା ପ୍ରକ୍ରିୟା ରହିଛି ତାହାକୁ ମୁଁ ସାମ୍ନା କରିବି ବୋଲି ସାଂସଦ କହିଥିଲେ ା ପ୍ରକାଶଥାଉକି, ୨୦୨୦-୨୧ ବେକଳୁ ବିଜେଡି ଦଳ ପକ୍ଷରୁ ଗୋପାଳପୁରର ବିଧାୟକ ଥିବା ଡ. ପାଣୀଗ୍ରାହୀଙ୍କ ନାଁରେ ଏକାଧିକ ଠକେଇ ଅଭିଯୋଗ ହୋଇଥିଲା ା ପାଠକ ବାପା-ପୁଅ ସହ ମିଶି ସେ ସ୍ଥାନୀୟ ଅଞ୍ଚଳର ଏକାଧିକ ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କର ଠକି ନେଇଥିବା ଅଭିଯୋଗ ହୋଇଥିଲା ା ଗୋଳନ୍ଥରା ଥାନାରେ ୪ଟି ମାମଲା ରୁଜୁ ହୋଇଥିବା ବେଳେ ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିଲା ା ପୁଲିସ ସେତେବେଳେ ଡ. ପାଣିଗ୍ରାହୀଙ୍କ ସମେତ ପାଠକ ବାପା-ପୁଅଙ୍କୁ ଗିରଫ କରି ଜେଲ ପଠାଇଥିଲା