Odisha news

୨୦୫୧ ସୁଧା ମୁମ୍ବାଇ ରେ ୩୦% ମୁସ୍ଲିମ ଜନସଂଖ୍ୟା ବୃଦ୍ଧି ହେବ ଏବଂ ହ୍ରାସ ପାଇବ ହିନ୍ଦୁଙ୍କ ସଂଖ୍ୟା

0
ମହାରାଷ୍ଟ୍ର ରାଜନୀତିରେ ନୂଆ ବିସ୍ଫୋଟ ହୋଇଛି, ଏହି ବିସ୍ଫୋଟ ହୋଇଛି ମୁସଲିମ ଜନସଂଖ୍ୟା ବୃଦ୍ଧିକୁ ନେଇ, ଯାହାକୁ ନେଇ ଗୋଟିଏ ରିପୋର୍ଟ ସାମ୍ନାକୁ ଆସିଛି, ଏହି ରିପୋର୍ଟ ଅନୁସାରେ କୁହାଯାଇଛି ଯେ ୨୦୫୧ ମଧ୍ୟରେ ହିନ୍ଦୁ ଙ୍କ ଜନସଂଖ୍ୟା ଖୁବ ହ୍ରାସ ପାଇଯିବ l ଏବଂ ମୁସଲମାନ ଙ୍କ ସଂଖ୍ୟା ବୃଦ୍ଧି ରେକର୍ଡ ଭାଙ୍ଗିବ l ଏହାକୁ ରାଜନୀତି ଜୋର ଧରିଛି l

ବର୍ତମାନ ଚାଲିଥିବା ନାରା ‘ଵଟେଙ୍ଗେ ତୋ କଟେଙ୍ଗେ ‘, ଏକ ହେ ତୋ ସେଫ ହେ ‘ ଏହିଭଳି ଚାଲିଥିବା ନାରା ରାଜନୈତିକ ମାହୋଲ କୁ ଗରମ କରି ରଖିଛି l ଏହି ନର ବିଶେଷ ଭାବରେ ମହାରାଷ୍ଟ୍ର ର ରାଜନୀତି କୁ ପରିବର୍ତନ କରି ରଖି ଦେଇଛି l ବିଧାନସଭା ମତଦାନ ରେ ଏହା ବର୍ତମାନ ଗୋଟିଏ ବଡ଼ ମୁଡା ହୋଇ ସାରିଛି l ଏବଂ ବର୍ତମାନ ମତଦାନ ଏହି ନାରା ର ଚାରିପାଖରେ ବୁଲୁଚି l

କିନ୍ତୁ ଇତି ମଧ୍ୟରେ ମହାରାଷ୍ଟ୍ର ରାଜନୀତି ରେ ଗୋଟିଏ ବଡ଼ ଖୁଲାସା ହୋଇଛି l ହିନ୍ଦୁ ଓ ମୁସଲମାନ ଙ୍କ ଜନସଂଖ୍ୟା କୁ ନେଇ ଗୋଟିଏ ରିପୋର୍ଟ ଆସିଛି l ଯାହାକୁ ନେଇ ରାଜନୀତି ପୁରା ଗରମ l ଏହି ରିପୋର୍ଟ ରେ ଦାବି କରାଯାଇଛି ଯେ ଯଦି ଏହିଭଳି ମୁସଲିମ ଙ୍କ ସଂଖ୍ୟା ବୃଦ୍ଧି ପାଇଲା ତେବେ ଆଗାମୀ ଦିନରେ ହିନ୍ଦୁଙ୍କ ସଂଖ୍ୟା ସମୂଳେ ହ୍ରାସ ହୋଇଯିବ l

ଟାଟା ଇନ୍ଷ୍ଟିଚ୍ୟୁଟ ଅଫ ସାଇନ୍ସ ର ଗୋଟିଏ ରିପୋର୍ଟ ମହାରାଷ୍ଟ୍ର ରାଜନୀତି ରେ ଝଡ଼ ସୃଷ୍ଟି କରି ଦେଇଛି l ଟାଟା ର ଏହି ରିପୋର୍ଟ ରେ ଦାବୀ କରାଯାଇଛି ଯେ ବଙ୍ଗଳାଦେଶୀ ଓ ରୋହିଜ୍ଞା ମୁସଲମାନ ଙ୍କ ସଂଖ୍ୟା ଦ୍ରୁତ ବେଗରେ ମୁମ୍ବାଇ ରେ ବୃଦ୍ଧି ପାଉଛି l କେବଳ ଏତିକି ନୁହେଁ ୨୦୫୧ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା କେବଳ ୫୪ ପ୍ରତିଶତ ରହିବ l

୧୯୬୧ ରେ ମୁମ୍ବାଇ ରେ ହିନ୍ଦୁଙ୍କ ଜନସଂଖ୍ୟା ୮୮ ପ୍ରତିଶତ ଥିଲା, ୨୦୧୧ ରେ ଏହା ହ୍ରାସ ହୋଇ ୬୬ ପ୍ରତିଶତ ହୋଇଥିଲା l ଏହି ହିସାବରେ ୨୦୫୧ ରେ ରେ ୫୪ ପ୍ରତିଶତ ହୋଇଯିବ l

ଏହି ରିପୋର୍ଟ ରେ ୪ଟି ଖୁଲାସା କରାଯାଇଛି –
-ପ୍ରଥମ ଖୁଲାସା ରେ କୁହାଯାଇଛି ଯେ ମୁମ୍ବାଇ ରେ ରୋହିଜ୍ଞା ଓ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଛି l ଏମାନେ ଅବୈଧ ଭାବରେ ବର୍ଡ଼ର କ୍ରସ କରି ଆସୁଛନ୍ତି l

– ଦ୍ଵିତୀୟ ଖୁଲାସାଟି ହେଲା ଏହି ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଓ ରୋହିଜ୍ଞା ଙ୍କୁ ଭାରତୀୟ କରାଯାଉଛି l ଏବଂ ସେଥିପାଇଁ ନକଲି ପରିଚୟ ପତ୍ର ଆଧାରରେ ଭୋଟର କାର୍ଡ କରିବାରେ ସାହାଯ୍ୟ ମିଳୁଛି l

– ବର୍ତମାନ ଦ୍ଵିତୀୟ ଖୁଲାସା ହେଉଛି ଏହି ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ମୁମ୍ବାଇ ରେ ଅବୈଧ ଭାବରେ ବସବାସ କରୁଛନ୍ତି l ରିପୋର୍ଟ ଅନୁସାରେ କିଛି ରାଜନୈତିକ ଦଳ ଭୋଟ ବ୍ୟାଙ୍କ ପାଇଁ ଏଭଳି କରୁଛନ୍ତି l

– ଟାଟା ର ଶେଷ ରିପୋର୍ଟ ରେ କୁହାଯାଇଛି ଯେ ମୁମ୍ବାଇ ରେ ଏମାନଙ୍କୁ ରାଜନୈତିକ ଦଳ ପଇସା ଖର୍ଚ୍ଚ କରି ବସବାସ କରାଉଛନ୍ତି , କାହିଁକି ନା ଭଲ ଭୋଟ ବ୍ୟାଙ୍କ ମିଳିବ l

Leave A Reply