Odisha news

ମାତ୍ର ଗୋଟିଏ ଡାଲିମ୍ବ ଅନେକ ରୋଗ ପାଇଁ ରାମ ବାଣ 

0

ହିନ୍ଦୀ ରେ ଗୋଟିଏ କଥା ଅଛି ଏକ ଅନାର ସୋ ବିମାର , ଅର୍ଥାତ ଗୋଟିଏ ଡାଲିମ୍ବ ଅନେକ ରୋଗ କୁ କରିଥାଏ ଦୂର l ଆମ୍ବ ପଛକେ ଫଳ ମାନଙ୍କର ରାଜା ଅଟେ କିନ୍ତୁ ରୋଗ ପାଇଁ ରାମ ବାଣ ଅଟେ ଡାଳିମ୍ବ l ଡାଲିମ୍ବ ର ଚୋପା ଠାରୁ ନେଇ ରସ ପର୍ଯ୍ୟନ୍ତ ସବୁକିଛି ଶରୀର ପାଇଁ ହିତକର l

* ଡାଳିମ୍ବ ଶକ୍ତିର ଗନ୍ତାଘର –
* କୌଣସି ରୋଗ ରୁ ଉଠିବା ପରେ ସାଧାରଣ ଭାବରେ ଡାଳିମ୍ବ ଖାଇବାକୁ ଦେଲେ କିମ୍ବା ଡାଳିମ୍ବ ରସ ସେବନ କରାଇଲେ ଶରୀର କୁ ଶକ୍ତି ମିଳିଥାଏ l ଡାଲିମ୍ବ ରେ ଆଇରନ , ପୋଟାସିୟମ, ମଗ୍ନେସିୟମ , ଭିଟାମିନସ , କାର୍ବୋହାଇଦ୍ରେଟ ଭରି ହୋଇ ରହିଥାଏ l ଆୟୁର୍ବେଦ ଅନୁସାରେ ଡାଲିମ୍ବ ଗଛର ଫୁଲ, ଫଳ , ଫୁଲ , ଚେର ସବୁକିଛି ଶରୀର ପାଇଁ ହିତକର l
* ଡାଲିମ୍ବ ରସରେ ଗୋଲ ମରିଚ ଗୁଣ୍ଡ ଏବଂ କଳା ଲୁଣ ମିଶାଇ ସେବନ କରିବା ଦ୍ୱାରା ପେଟ ଯନ୍ତ୍ରଣା ରୁ ଆରାମ ମିଳିଥାଏ l
* କିଛି ମାତ୍ରରେ ଡାଳିମ୍ବ ମଞ୍ଜି ନେଇ ତାହାକୁ ଛେଚି ସେଥିରେ ଲୁଣ ଏବଂ ମହୁ ମିଶାଇ ସେବନ କରିବା ଦ୍ୱାରା ଶୁଖିଲା କାଶ ରୁ ଆରାମ ମିଳିଥାଏ l
* ଡାଳିମ୍ବ ରସ ପାଚନ ସମ୍ବନ୍ଧିତ ସମସ୍ୟା କୁ ଦୂର କରି ଭୋକ କରାଇ ଥାଏ ଏବଂ ଏସିଡିଟି ସମସ୍ୟା ରୁ ଆରାମ ଦେଇଥାଏ l
Har Ghar Tiranga

Leave A Reply