ଦୀପାବଳୀ ଆସିବା ମାତ୍ରକେ ସାରା ଭାରତରେ ପଲ୍ୟୁସନ ବା ବାୟୁମଣ୍ଡଳ ରେ ଦୂଷିତ ଗ୍ୟାସ ବଢି ଯାଇଥାଏ l ଯାହାର ପ୍ରଭାବ ସଭିଙ୍କ ଉପରେ ପଡିଥାଏ, କିନ୍ତୁ ବିଶେଷ ଭାବରେ ଏହା ଗର୍ଭବତୀ ମହିଳା ମାନଙ୍କୁ ଅଧିକ ପ୍ରଭାବିତ କରିଥାଏ l ଏହି ଦୂଷିତ ଜଳବାୟୁ ଗର୍ଭସ୍ଥ ଶିଶୁ ର ଜୀବନ ପ୍ରତି ମଧ୍ୟ ବିପଦ ଆଣିଥାଏ l ତେଣୁ ଚିକିତ୍ସକ ଙ୍କ ମତରେ ଗର୍ଭବତୀ ମହିଳା ମାନେ ଗର୍ଭ ଧାରଣ ଅବସ୍ଥାରେ ପଲ୍ୟୁସନ ଥିବା ସ୍ଥାନରେ ବାହାରକୁ ଯିବା ଉଚିତ ନୁହେଁ l
ଗର୍ଭାବସ୍ଥାରେ ପଲ୍ୟୁସନ ର ପ୍ରଭାବ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବର୍ତମାନ ଜଳବାୟୁ ରେ ଅନେକ ଦୂଷିତ ପଦାର୍ଥ ରହିଛି l ଯାହାକି ମା ର ପ୍ରଶ୍ୱାସ ଯୋଗେ ଗର୍ଭସ୍ଥ ଶିଶୁ ନିକଟରେ ପହଂଚି ତାର ଜୀବନ ପ୍ରତି ବିପଦ ଆଣିଥାଏ l ଏହି ଦୂଷିତ ବାୟୁ ମାତ୍ର ପ୍ରଶ୍ୱାସ ଯୋଗେ ଗର୍ଭସ୍ଥ ଶିଶୁ ର ହାର୍ଟ, ମସ୍ତିଷ୍କ, ଫୁସଫୁସ ପାଇଁ ଘାତକ ହୋଇଥାଏ l ଯାହାକି ଶିଶୁ ର ଜନ୍ମ ପୂର୍ବରୁ ତାର ଜୀବନ ପ୍ରତି ବିପଦ ଆଣିଥାଏ l
ପ୍ରଦୂଷଣ ମା ଓ ଶିଶୁ ପାଇଁ କେତେ ବିପଦ ପୁର୍ଣ –
– ସ୍ତ୍ରୀ ରୋଗ ବିଶେଷଜ୍ଞ ମତରେ ବର୍ତମାନ ଦେଶରେ ପ୍ରଦୂଷଣ ଗର୍ଭ ଧାରଣ ଉପରେ ଗମ୍ଭୀର ପ୍ରଭାବ ପକାଉଛି l ଏବଂ ବିଶେଷଜ୍ଞ ଙ୍କ ମତରେ ବାୟୁ ପ୍ରଦୂଷଣ ପ୍ରି -ମ୍ୟାଚିଓର ଡେ଼ଲିଭରୀ ଓ ଲୋ -ବାର୍ଥ ୱେଟ ର କାରଣ ମଧ୍ୟ ହେଉଛି l
– ବାୟୁ ପ୍ରଦୂଷଣ ଗର୍ଭସ୍ଥ ଶିଶୁର ବିକାଶ ରେ ବାଧା ସୃଷ୍ଟି କରିବା ସହିତ ଇମ୍ୟୁନ ସିଷ୍ଟମ କୁ ମଧ୍ୟ ପ୍ରଭାବିତ କରୁଛି l ଏହାଛଡା ଗର୍ଭସ୍ଥ ଶିଶୁର ଜୀବନ ପ୍ରତି ମଧ୍ୟ ବାୟୁ ପ୍ରଦୂଷଣ ପ୍ରଭାବ ପକାଉଛି l
– ବାୟୁ ପ୍ରଦୂଷଣ ଯୋଗୁଁ ଗର୍ଭସ୍ଥ ଶିଶୁ ମାନଙ୍କର ଶାରୀରିକ ବିକାଶ ଠିକ ଭାବରେ ହୋଇପାରୁ ନାହିଁ, ଯାହାକି ହାର୍ଟ, ମସ୍ତିଷ୍କ ର ବିକାଶ ଓ ଲଙ୍ଗସ କୁ ନଷ୍ଟ କରିବାରେ ସହାୟକ ହେଉଛି l ନିକଟରେ ହୋଇଥିବା ଗୋଟିଏ ସର୍ଭେ ଅନୁସାରେ ୩ମାସ ର ଗୋଟିଏ ଭୃଣ ରୁ ମଧ୍ୟ ପଲ୍ୟୁସନ ର ଅଂଶ ମିଳିଛି l
ଗର୍ଭାବସ୍ଥା ରେ ପ୍ରଦୂଷଣ କି ପ୍ରଭାବ ପକାଇଥାଏ –
– ଫର୍ଟିଲିଟି ପ୍ରଭାବିତ ହୋଇଥାଏ ଏବଂ ମିସ କ୍ୟାରେଜ ର ବିପଦ ବଢି ଯାଇଥାଏ
– ଗର୍ଭସ୍ଥ ଶିଶୁର ହାର୍ଟ ଉପରେ ପ୍ରଭାବ ପକାଇ ହାର୍ଟ ବିଟ ବନ୍ଦ ହେବାର ସମ୍ଭାବନା ବଢି ଯାଇଥାଏ l