Odisha news

ପଲ୍ୟୁସନ ବୃଦ୍ଧିରେ ମଣିଷର ଫୁସଫୁସକୁ ସୁସ୍ଥ ରଖିବ ଏହି ସବୁ ଯୋଗାସନ

0

ଦୀପାବଳୀ ସମୟରେ ବାଣ ଓ ଦୀପ ଜଳାଇବା ଦ୍ୱାରା ବାୟୁମଣ୍ଡଳ ଦୂଷିତ ହୋଇଥାଏ, ଏହା ଆମେ ସମସ୍ତେ ପ୍ରାୟ ଜାଣିଚୁ l ଏହି କାରଣରୁ ଆମେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସମୁଖୀନ ମଧ୍ୟ ହୋଇଥାଉ l ପଲ୍ୟୁସନ କାରଣରୁ ଲଙ୍ଗସ ଉପରେ ଖରାପ ପ୍ରଭାବ ପଡିଥାଏ l ଏହି କାରଣରୁ ପ୍ରଶ୍ୱାସ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l କିନ୍ତୁ ଆମେ ଯଦି ନିୟମିତ ଭାବରେ କିଛିଟା ଯୋଗାସନ କରିବା ତେବେ ବାୟୁ ପ୍ରଦୂଷଣ ରୁ ନିଜକୁ ସୁସ୍ଥ ରଖି ପାରିବା l

ଯୋଗାସନ ଦ୍ୱାରା ପ୍ରଶ୍ୱାସ ସମ୍ବନ୍ଧିତ କେଉଁ ସବୁ ଲାଭ ମିଳିଥାଏ –
– ଯୋଗାସନ ଫୁସଫୁସ ର କାର୍ଯ୍ୟ ଦକ୍ଷତା କୁ ବୃଦ୍ଧି କରିଥାଏ l ଏବଂ ଆବର୍ଜନା ଜମି ଯାଇଥିବା ବାୟୁ ମାର୍ଗକୁ ଖୋଲିବାରେ ସାହାଯ୍ୟ କରିଥାଏ l

– ଯୋଗାସନ ଫୁସଫୁସ ର ଭିତର ପାର୍ଶ୍ୱର ଫୁଲା କମ କରିଥାଏ ଏବଂ ପ୍ରତିରକ୍ଷା ପ୍ରଣାଳୀ ରେ ସୁଧାର ଆଣିଥାଏ l

– ଯୋଗ ଚିନ୍ତା ହ୍ରାସ କରି ବିଶ୍ରାମ ବୃଦ୍ଧି କରିଥାଏ ଏବଂ ମାନସିକ ଶାନ୍ତି ରେ ରଖିଥାଏ l

– ଯୋଗ ଆମ ରକ୍ତ ପ୍ରବାହ ରେ ଅକ୍ସିଜେନ ମାତ୍ରା ବୃଦ୍ଧି କରିଥାଏ l

ଏହିସବୁ ଆସନ ଏୟାର ପଲ୍ୟୁସନ ଠାରୁ ଦୁରେଇ ରଖିଥାଏ –
– ଉଷ୍ଟ୍ରl ସନ
– ଭୁଜଙ୍ଗାସନ
– ଶୀର୍ଷାସନ
– କପାଳଭାତି
– ଅନୁଲୋମ ଵିଲୋମ
– ଭାସ୍ତ୍ରୀକl

Leave A Reply