Odisha news

ପ୍ରଦୂଷିତ ଜଳବାୟୁ କରିପାରେ ମଧୁମେହ ଦ୍ୱାରା ଆକ୍ରାନ୍ତ , ଆଶ୍ଚର୍ଯ୍ୟ କରିଦେବ ନୂଆ ଗବେଷଣା

0

ଶୀତଋତୁ ଆସିବା ମାତ୍ରକେ ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଇଥାଏ ବାୟୁ ପ୍ରଦୂଷଣ l ଯାହାକି ବର୍ତମାନ ଆରମ୍ଭ ହୋଇଯାଇଛି l ଏହି ବାୟୁ ପ୍ରଦୂଷଣ କୁ ନେଇ ପ୍ରଶ୍ୱାସ ସମ୍ବନ୍ଧୀୟ ବିଭିନ୍ନ ରୋଗ ବୃଦ୍ଧି ପାଉଛି , ଯେପରିକି ଏଲର୍ଜି, ଆସ୍ଥମା , ବ୍ରଙ୍କାଇଟିସ ଇତ୍ୟାଦି l କିଂତୁ ବର୍ତମାନ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିଛି l ବାୟୁ ପ୍ରଦୂଷଣ କୁ ନେଇ ହୋଇଥିବା ନୂଆ ରିସର୍ଚ୍ଚ ଅନୁସାରେ ଟାଇପ 2 ମଧୁମେହ ସମସ୍ୟା ବଢି ବଢି ଚାଲିଛି , ଏହି ସୂଚନା ମେଡିକାଲ ଜର୍ଣ୍ଣାଲ ରେ ପ୍ରକାଶ ପାଇଛି l

ଏହି ଅଧ୍ୟୟନ ଅନୁସାରେ ବାୟୁ ରେ ଥିବା ପିଏମ ୨.୫ ସ୍ତର କୁ ବୃଦ୍ଧି ପାଇଛି l ୨୦୧୦ ରେ ଆରମ୍ଭ ହୋଇଥିବା ଏହି ଅଧ୍ୟୟନ ଏଭଳି ସୂଚନା ପ୍ରଥମ ଥର ଆସିଛି କି ପ୍ରଦୂଷଣ ଓ ମଧୁମେହ ମଧ୍ୟରେ ଗଭୀର ସମ୍ବନ୍ଧ ରହିଛି l ବିଶେଷ କଥାଟି ହେଲା ଭାରତ ରେ ମଧୁମେହ ରୋଗୀ ଙ୍କ ସଂଖ୍ୟା ୧୦ କୋଟି ରୁ ଉର୍ଧ୍ଵ l ଏପରିସ୍ଥିତି ରେ ସହରାଞ୍ଚଳ ରେ ମଧୁମେହ ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଇଛି l

* କିଭଳି ହେଲା ରିସର୍ଚ୍ଚ ? –
ଏହି ରିସର୍ଚ୍ଚ ରେ ୧୨ ହଜାର ପୁରୁଷ ଓ ମହିଳାଙ୍କୁ ସାମିଲ କରାଯାଇ ଥିଲା l ଏହି ରିସର୍ଚ୍ଚ ସମୟରେ ସଭିଙ୍କ ବ୍ଲଡ଼ ସୁଗାର ଚେକ କରାଯାଇ ଥିଲା l ଦେଖିବାକୁ ମିଳିଥିଲା ଯେ ଯେଉଁ ମାନଙ୍କ ଶରୀରରେ ପ୍ରଦୂଷଣ ସ୍ତର ଅଧିକ ରହିଥିଲା , ସେହି ମାନଙ୍କ ନିକଟରେ ମଧୁମେହ ସ୍ତର ରହିଥିଲା l ଦୀର୍ଘ ସମୟ ଧରି ପ୍ରଦୂଷଣ ଅଞ୍ଚଳ ରେ ରହୁଥିବା ଲୋକଙ୍କର ମଧୁମେହ ସମସ୍ୟା ଦେଖା ଯାଇଥିଲା l

ଯଦି ବର୍ତମାନ ଠାରୁ ଆମେ ସେଥିପାଇଁ ସତର୍କ ନରହିବା ତେବେ ପ୍ରଦୂଷଣ ସମସ୍ୟା ଓ ଦୂଷିତ ଜଳବାୟୁ ମଧୁମେହ ଦ୍ୱାରା ଭାରତ କୁ ପ୍ରଭାବିତ କରିବ l

* ଦୂଷିତ ବାୟୁ ଦ୍ୱାରା ପ୍ରଭାବିତ ହେଉଥିଲେ ନିୟମିତ ମାସ୍କ ପିନ୍ଧନ୍ତୁ l

* ନିଜ ଖାଦ୍ୟରେ ୩ ଟି ଧଳା ଜିନିଷ ମଇଦା , ଲୁଣ ଓ ଚିନି କୁ ଦୂରେଇ ରଖନ୍ତୁ l

* ନିୟମିତ ବ୍ୟାୟାମ କରନ୍ତୁ ଓ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ l

* ଓଜନ ହ୍ରାସ କରି ନିଜକୁ ସୁସ୍ଥ ରଖନ୍ତୁ l

Nalco

Leave A Reply