Odisha news

ନିରାକାରପୁର ପୋଲିସ ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆଙ୍କ ନେତୃତ୍ୱରେ ଜଗତପୁର ଥାନା ଅଞ୍ଚଳରୁ ୩ ଡ଼କାୟତ ଗିରଫ : ଗୋଟିଏ ବୋଲେରା ଜବତ

0

ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଗତ ୨୧ ତାରିଖରେ କୁରକୁରେ ଟ୍ରକ ଲୁଟ ଘଟଣାର ଆଜି ପର୍ଦାଫାସ ହୋଇଛି । ନିରାକାରପୁର ପୋଲିସ ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆଙ୍କ ନେତୃତ୍ୱରେ ଜଗତପୁର ଥାନା ଅଞ୍ଚଳରୁ ୩ ଜଣ ଡ଼କାୟତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ କି ଗତ ୨୧ ତାରିଖ ଦିନ ଜଗତପୁର ରୁ ବହ୍ମ୍ରପୁରକୁ ଏକ ଟ୍ରକନଂ ଓଆର ୦୭ ଏଲ ୬୨୫୩ ରେ କୁରକୁରେ ବୋଝେଇ ହୋଇ ଯାଉଥିଲା । କିଛି ଦୁବୁର୍ତ୍ତ ଉକ୍ତ ଗାଡ଼ିକୁ ପିଛା କରି ନିରାକାରପୁର ଥାନା ଅର୍ନ୍ତଗତ ୧୬ନଂ ଜାତୀୟ ରାଜପଥ ମାଗ୍ୟୁନମ ସିଫୁଡ଼ କମ୍ପାନୀ ନିକଟରେ ଗାଡ଼ିକୁ ଅଟକାଇ ଡ଼୍ରାଇଭର ଓ ହେଲପରକୁ ଗୋଟିଏ ବଲୋରେ ନଂ ଓଡ଼ି ୦୨ ଏନ ୩୨୦୦ରେ ନେଇ ନୟାଗଡ଼ ଜିଲ୍ଲା ଅଞ୍ଚଳର ଜଙ୍ଗଲ ମଧ୍ୟରେ ଛାଡ଼ି ପଳାଇଥିଲେ ।

ଅନ୍ୟ ଡ଼କାୟତ ସହଯୋଗୀମାନେ କୁରକୁରେ ବୋଝେଇ ଗାଡ଼ିକୁ ନେଇ ଜଗତପୁରର ଏକ ଜାଗାରେ ଖାଲି କରି ପୁନର୍ବାର ଗାଡ଼ି ଆଣି ୧୬ ନଂ ଜାତୀୟ ରାଜପଥ ଜଟଣୀ ରୋଡ଼ ନିକଟରେ ଛାଡ଼ି ପଳାଇଥିଲେ । ଏ ନେଇ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ନିରାକାରପୁର ପୋଲିସ ବିଭିନ୍ନ ଦିଗରୁ ଛାନଭିନ କରି କଟକ ଜିଲ୍ଲା ଜଗତପୁର ଥାନା ଅଞ୍ଚଳ ପାଗା ଲକ୍ଷ୍ମୀନାରାୟଣପୁର ଗ୍ରାମରୁ ନନ୍ଦ ସାହୁ( ୩୧), ମାନସ ରଞ୍ଜନ ଗିରି( ୨୨) ଓ ସୁରେନ୍ଦ୍ର ଦାସ( ୩୩)ଙ୍କୁ ଗିରଫ କରିଥିବାବେଳେ ବ୍ୟବହୃତ ହୋଇଥିବା ବଲୋରେକୁ ଜବତ କରିଥିଲେ । ଆଜି ଉକ୍ତ ୩ଜଣ ଡ଼କାୟତଙ୍କୁ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା କଥା ଆଇଆଇସି ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଛନ୍ତି । ଏହି ଡ଼କାୟତମାନେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏହି ପରି ଏକ କୁରକୁରେ ଡ଼କାୟତି ଘଟଣାରେ ସଂପୃକ୍ତ ଥିବା ସୂଚନା ମିଳିଛି ।

Nalco

Leave A Reply