Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୦୭ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିଲେ ବିଜେପିର ସମସ୍ତ କାର୍ଯ୍ୟକର୍ତା

0

 ଜଣେ ରାଷ୍ଟ୍ରମୁଖ୍ୟ ହିସାବରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଲୋକଙ୍କ ଭିତରେ ଥିବା ପ୍ରତିଭାକୁ ସାରା ଭାରତକୁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଉଛନ୍ତି

ଭୁବନେଶ୍ୱର, ତା.୨୬/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ୨୦୧୪ମସିହାରେ ମୋଦିଜୀ ପ୍ରଥମଥର ପାଇଁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ଓ ଐତିହାସିକ ପଦେକ୍ଷପ । ପ୍ରତ୍ୟେକ ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତଥାନ୍ତି । ଆଜି ମଧ୍ୟ ବିଜେପିର ସମସ୍ତ କାର୍ଯ୍ୟକର୍ତା, ଜିଲ୍ଲା ପ୍ରତିନିଧି ନିଜ ନିଜ ଅଂଚଳରେ ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ୧୦୭ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି ।
ସାରା ବିଶ୍ୱରେ ଜଣେ ରାଷ୍ଟ୍ରମୁଖ୍ୟ ହିସାବରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଲୋକଙ୍କ ଭିତରେ ଥିବା ପ୍ରତିଭାକୁ ସାରା ଭାରତକୁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଉଛନ୍ତି । ଶ୍ରୀ ମୋଦି ଆଜି “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ “ସମ୍ବିଧାନ ଦିବସ”ରେ ଶୁଭକାମନା ଜଣାଇଛନ୍ତି । ୧୯୪୯ ମସିହା ନଭେମ୍ବର ୨୬ତାରିଖରେ ସମ୍ବିଧାନ ସଭା ଭାରତର ସମ୍ବିଧାନକୁ ଅନୁମୋଦନ ପାଇଥିଲା । ଏହି ସମ୍ବିଧାନ ପ୍ରଣୟନରେ ୨ବର୍ଷ ୧୧ମାସ ୧୮ଦିନ ସମୟ ଲାଗିଥିଲା । ୬୦ରୁ ଅଧିକ ଦେଶର ସମ୍ବିଧାନଗୁଡିକର ଅଧ୍ୟୟନ ଏବଂ ସୁଦୀର୍ଘ ଆଲୋଚନା ପରେ “ସମ୍ବିଧାନ”ର ଡ୍ରାଫ୍ଟ ତିଆରି ହୋଇଥିଲା । ସେହିପରି “ଲୋକାଲ ଫର ଭୋକାଲ”ର ସଫଳତା ସଂକ୍ରାନ୍ତରେ ସୂଚନା ଦେଇଥିଲେ । “ସ୍ୱଚ୍ଛ ଭାରତ ଅଭିଯାନ”ର ସଫଳତା ପ୍ରେରଣା ପାଲଟିଛି । ସେମିତି “ଲୋକାଲ ଫର ଭୋକାଲ” ମଧ୍ୟ “ବିକଶିତ ଭାରତ-ସମୃଦ୍ଧ ଭାରତ” ଦ୍ୱାରା ଉନ୍ମୃକ୍ତ କରୁଛି । ପ୍ରଧାନମନ୍ତ୍ରୀ “ଭୋକାଲ ଭର ଲୋକାଲ”କୁ ଗୁରୁତ୍ୱ ପ୍ରଦାନ କାରଣରୁ ଚଳିତ ପର୍ବପର୍ବାଣୀରେ ୪ଲକ୍ଷ କୋଟି ଟଙ୍କାର ସ୍ଥାନୀୟ ଉତ୍ପାଦ ବିକ୍ରି ସମ୍ଭବ ହୋଇଛି ଏବଂ ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇବ । ଭାରତରେ “ଭୋକାଲ ଭର ଲୋକାଲ” ବୃଦ୍ଧି ଘଟୁଥିବାରୁ ଅର୍ଥନୀତି ଦିନକୁ ଦିନ ସୁଦୃଢ଼ ହେଉଛି ଯାହା ଭାରତ ପାଇଁ ଶୁଭଙ୍କର । ସେହିପରି ନଭେମ୍ବର ୨୬କୁ ଆମେ କେବେ ଭୁଲି ପାରିବା ନାହିଁ । ଆଜି ଭାରତରେ ସବୁଠୁ ଭୟାନକ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା । ମୋଦିଜୀ ଆଜି “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ “ଆତଙ୍କବାଦୀ ତତ୍ୱ ଓ କାର୍ଯ୍ୟକଳାପକୁ ମଧ୍ୟ ମନେ ପକାଇଛନ୍ତି । ସେହିପରି ଏକବିଂଶ ଶତାବ୍ଦୀର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେଉଛି ଜଳ ନିରାପତା । “ଜଳ ସଂରକ୍ଷଣ” ଜୀବନ ରକ୍ଷାଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ମୋଦିଜୀ କହିଛନ୍ତି । ମୋଦିଜୀ ଭାରତବାସୀଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ସର୍ବସାଧାରଣ ଦେଶ ଗଠନରେ ଅଂଶଗ୍ରହଣ କଲେ ଅଗ୍ରସର ହେବାର କିଛି ବାଧା ଆସିବ ନାହିଁ । ଆଜିର ଦିନରେ ଭାରତ ସବୁଠୁ ବଡ ଆକ୍ରମଣର ସମ୍ମୁଖୀନ ହୋଇଥିଲା । ଆତଙ୍କବାଦୀମାନେ ମୁମ୍ବାଇ ସହ ସମଗ୍ର ଦେଶକୁ ଥରାଇ ଦେଇଥିଲେ । କିନ୍ତୁ ଦେଶର ସାମର୍ଥ୍ୟ ହିଁ ଦେଶକୁ ଏହି ଆକ୍ରମଣରୁ ଉଦ୍ଧାର କରିଥିଲା । କେବଳ ସେତିିକି ନୁହେଁ ସମସ୍ତ ସାମର୍ଥ୍ୟ ଜୁଟାଇ ଭାରତ ଆତଙ୍କବାଦୀକୁ ଦମନ କରୁଛି ।
ବର୍ତମାନ ଭାରତବର୍ଷ ବିଶ୍ୱର ଅନ୍ୟ ବିକଶିତ ରାଷ୍ଟ୍ରମାନଙ୍କ ସହ ସମକକ୍ଷ ହେବାକୁ ଦୃତଗତିରେ ଅଗ୍ରସର ହେଉଛି । ଆତ୍ମନିର୍ଭର ଭାରତ ଗଠନ ଆଜି ଦେଶବାସୀଙ୍କ ପାଇଁ ଆହ୍ୱାନରେ ପରିଣତ ହୋଇଛି । ମୋଦିଜୀ ଗତକାଲି “ତେଜସ” ବିମାନରେ ବସିବା ପରେ ଦେଶ ନୁହେଁ ସମଗ୍ର ବିଶ୍ୱରେ “ଭାରତ ବର୍ଷର ସ୍ୱଦେଶୀ କ୍ଷମତା” ଉପରେ ବିଶ୍ୱାସ ଆହୁରି ବଢ଼ିଯାଇଛି । ଆତ୍ମନିର୍ଭର ଭାରତ ଗଠନ ସକାଶେ ଭାରତ ବର୍ଷର ମାନ ଓ ସମ୍ମାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ଦୃତଗତିରେ ବୃଦ୍ଧି ପାଇଚାଲିଛି । ନିଶ୍ଚିତଭାବେ ୨୦୪୭ମସିହା ବେଳକୁ ଭାରତ ବର୍ଷ “ବିଶ୍ୱଗୁରୁ”ଭାବେ ନିଜକୁ ପ୍ରତିଷ୍ଠା କରିବ । ଏଥିରେ କୌଣସି ଦ୍ୱିମତ ନାହିଁ । ବାସ୍ତବରେ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ପ୍ରତ୍ୟେକ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି ।

Leave A Reply