ନୂଆଦିଲ୍ଲୀ : ଭାରତ ଓ ବ୍ରିଟେନ ଉଭୟ ଦୁଇ ବନ୍ଧୁ l କିନ୍ତୁ ଏଠାକାର ବିପକ୍ଷ ଦଳ ଉପ ନିର୍ବାଚନ ସମୟରେ ଏଭଳି ନିର୍ବାଚନ ସାମଗ୍ରୀ ପ୍ରଚାରିତ କଲା ଯାହାକୁ ଆଣ୍ଟି ଇଣ୍ଡିଆ କହି ବିରୋଧ ପ୍ରଦର୍ଶନ କରାଗଲା l ବ୍ରିଟେନ ରେ ହେଉଥିବା ଗୋଟିଏ ଉପ ନିର୍ବାଚନ ସମୟରେ ବ୍ରିଟେନ ର ଲେବର ପାର୍ଟି ଗୋଟିଏ ଏଭଳି ଚିରୁକୁଟି ଛପେଇ ଥିଲା ଯାହାକୁ ଆଣ୍ଟି ଇଣ୍ଡିଆନ କୁହାଯାଇ ବିରୋଧ ପ୍ରଦର୍ଶନ କରାଯାଇଥିଲା l ଏଥିରେ ଲେଖା ଯାଇଥିଲା ” Dont risk a Tory MP who is not on your side ” , ଅର୍ଥାତ ଟୋରୀ ସାଂସଦଙ୍କୁ ଜିତିବାର ରିସ୍କ ନିଅନ୍ତୁ ନାହିଁ ଯିଏ ଆପଣଙ୍କ ସପକ୍ଷରେ ନାହାନ୍ତି l ଏହି ଫୋଟୋକୁ ଏପରି ଦେଖାଇ ଯାଇଥିଲା ଯେପରି ମୋଦି ଓ ଜନ୍ସନ ବନ୍ଧୁ ଅଟନ୍ତି ଓ ଜନସନ ଙ୍କ ଦଳକୁ ଭୋଟ ନଦିଆଯାଉ l ଅନେକ ପ୍ରବାସୀ ଭାରତୀୟ ଏହାକୁ ଆଣ୍ଟି ଇଣ୍ଡିଆନ ବୋଲି କହିଥିଲେ l
ମୋଦି ଓ ବୋରିସ ଜନସନ ଙ୍କ ଫଟୋକୁ ନେଇ ଆଉଥରେ ବ୍ରିଟେନ ସଂସଦରେ ବିବାଦ ଦେଖା ଦେଇଛି l ଜନସନ ଏହାକୁ ଗୋଟିଏ ଷଡଯନ୍ତ୍ର ଆଖ୍ୟା ଦେଇ ବିପକ୍ଷ ଦଳକୁ ଏହାକୁ ଫେରାଇ ନେବାକୁ କହିଥିଲେ l ମୋଦି ଓ ଜନସନ ଙ୍କର ଏହି ଫୋଟୋ ୨୦୧୯ ର ଜି – 7 ଶିଖର ସମିଳନୀର l ଯେଉଁଥିରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ହାତ ମିଳାଉଥିବା ନଜର ଆସିଥିଲେ l ଲେବର ପାର୍ଟିର ଉପ ନିର୍ବାଚନ ସମୟରେ ନକରତ୍ମକ ଭାବରେ ଏହାକୁ ଦେଖା ଯାଇଥିଲା l
Comments are closed.