Odisha news

ଆରମ୍ଭ ହେବାକୁ ଯାଉଛି ପିତୃପକ୍ଷ ଶ୍ରାଦ୍ଧ, କେବଳ ପୁରୁଷ ନୁହେଁ ମହିଳା ମାନେ ମଧ୍ୟ କରିପାରିବେ ପିଣ୍ଡଦାନ

0

ହିନ୍ଦୁ ଧର୍ମ ରେ ପିତୃ ପକ୍ଷର ଅନେକ ମହତ୍ୱ ରହିଛି l ଭାଦ୍ରବ ମାସ ପୂୁର୍ଣିମା ଠାରୁ ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଶ୍ରାଧ ତର୍ପଣ କରାଯାଇ ଥାଏ l ମାନ୍ୟତା ରହିଛି ଯେ ଏହି ୧୫ ଦିନ ପର୍ଯ୍ୟନ୍ତ ପିତୃ ପୁରୁଷ ପିତୃ ଲୋକ ରୁ ନିଜ ଆତ୍ମୀୟ ମାନଙ୍କୁ ଆଶୀର୍ବାଦ ଦେବା ପାଇଁ ସୁକ୍ଷ୍ମ ରୂପରେ ପୃଥିବୀ ପୃଷ୍ଠକୁ ଆସି ଥାଆନ୍ତି l

ଚଳିତ ବର୍ଷ ପିତୃପକ୍ଷ ସେପ୍ଟେମ୍ବର ୧୮ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି  l ଆମେ ସାଧାରଣ ଭାବରେ ଜାଣିଛୁ ଯେ ପୁରୁଷ ମାନେ ଶ୍ରାଦ୍ଧ ତର୍ପଣ କରି ଥାଆନ୍ତି l

* କିନ୍ତୁ ଗରୁଡ଼ ପୁରାଣ ଅନୁଯାୟୀ ମହିଳା ମାନେ ମଧ୍ୟ ପିତ୍ରୁ ପକ୍ଷରେ ଶ୍ରାଧ ତର୍ପଣ କରିପାରିବେ l ଯଦି କୌଣସି ବ୍ୟକ୍ତିଙ୍କ ପୁତ୍ର ନଥାଏ ତେବେ ତାଙ୍କ କନ୍ୟା ଶ୍ରାଧ ତର୍ପଣ କରି ପାରିବେ l

* ଗରୁଡ଼ ପୁରାଣ ଅନୁଯାୟୀ ଯଦି କୌଣସି କନ୍ୟା ସୁଧ ମନରେ ନିଜ ପିତୃ ପୁରୁଷ ଙ୍କୁ ପିଣ୍ଡ ଦାନ କରିଥାଏ ତେବେ ପିତୃ ପୁରୁଷ ଖୁବ ସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଆଶୀର୍ବାଦ ପ୍ରଦାନ କରିଥାଆନ୍ତି l

* କିନ୍ତୁ ମହିଳାମାନେ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ତର୍ପଣ କରିବାରେ କିଛିଟା ନିୟମ ରହିଥାଏ ଯାହାକୁ ଆମେ ଜାଣିବା ନିହାତି ଆବଶ୍ୟକ l

* ଶାସ୍ତ୍ର ଅନୁସାରେ ଫଲଗୁ ନଦୀ କୂଳରେ ମାତା ସୀତା ନିଜ ଶ୍ୱଶୁର ରାଜା ଦଶରଥ ଙ୍କୁ ଶ୍ରାଦ୍ଧ ତର୍ପଣ କରିଥିଲେ l ଏବଂ ରାଜା ଦଶରଥ ମଧ୍ୟ ଶ୍ରାଦ୍ଧ ଗ୍ରହଣ କରିଥିଲେ l

* କଦାପି ମହିଳା ମାନେ ଅସୁଧ ହୋଇ ପିଣ୍ଡ ଦାନ କରିବା ଉଚିତ ନୁହେଁ l ଏହାଦ୍ୱାରା ପିତୃ ପୁରୁଷ ଙ୍କ ଆତ୍ମା କଷ୍ଟ ପାଇଥାଏ l ଏବଂ ଜୀବନରେ ଅନେକ ଦୁଃଖ କଷ୍ଟ ମଧ୍ୟ ଦେଖା ଦେଇଥାଏ l

Har Ghar Tiranga

Leave A Reply