Odisha news

ଆଜିଠାରୁ ଆରମ୍ଭ ହେଲା ପିତୃପକ୍ଷ ଶ୍ରାଦ୍ଧ, ଏହିସବୁ ସ୍ବପ୍ନ ଦେଖିବା ଦେଇଥାଏ ଶୁଭ ସଙ୍କେତ 

0
ଚଳିତ ବର୍ଷ ପିତୃପକ୍ଷ ଶ୍ରାଦ୍ଧ ସେପ୍ଟେମ୍ବର ୨୯ ତାରିଖ ଠାରୁ ଆରମ୍ଭ ହେଉଛି l ପିତୃପକ୍ଷ ରେ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଇ ଥାଏ l ପିତୃପକ୍ଷରେ ପିଣ୍ଡଦାନ ଦ୍ୱାରା ପୂର୍ବ ପୁରୁଷ ଙ୍କ ଆତ୍ମା କୁ ଶାନ୍ତି ମିଳିଥାଏ l ମାନ୍ୟତା ରହିଛି ଯେ ପିତୃପକ୍ଷ ରେ ପୂର୍ବଜ ଆମକୁ ଆଶୀର୍ବାଦ ଦେବା ପାଇଁ ପୃଥିବୀ ପୃଷ୍ଠ କୁ ଆସି ଥାଆନ୍ତି l ଏହି ସମୟରେ ଅନେକ କ୍ଷେତ୍ରରେ ଦେଖାଯାଇ ଥାଏ ଯେ ପିତୃପୁରୁଷ ସ୍ୱପ୍ନରେ ଆସି ଥାଆନ୍ତି l ଏଭଳି ସ୍ୱପ୍ନରେ ଆସିବା ପଛରେ ବିଶେଷ ଅର୍ଥ ରହିଛି l
* ସ୍ଵପ୍ଣଶାସ୍ତ୍ର ଅନୁସାରେ ପିତୃପକ୍ଷ ଶ୍ରାଦ୍ଧ ରେ ପିତୃପୁରୁଷ ଭଲ କିମ୍ବା ଖରାପ ଏହା ପିତୃପୁରୁଷ ଙ୍କ ଭାବରୁ ଜଣା ପଡିଥାଏ l ଏବଂ ଏହା ପିତୃପୁରୁଷ ଙ୍କ ମୁଦ୍ରା ଓ ଭାବରୁ ଜଣା ପଡିଥାଏ l
* ଯଦି ଆପଣ ସ୍ୱପ୍ନରେ ପିତୃପୁରୁଷ ଙ୍କୁ ହସୁଥିବା କିମ୍ବା ଖୁସି ଥିବାର ଦେଖୁଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ପିତୃପୁରୁଷ ପ୍ରସନ୍ନ ଥିବାର ସଂକେତ ମିଳୁଛି l ଏବଂ ଏହାର ଅର୍ଥ ଯେ ଆପଣଙ୍କ ଜୀବନ ରେ ସମସ୍ତ ବାଧା ବିଘ୍ନ ର ସମାପ୍ତ ହେବ l ଆପଣ ଖୁବ ଶୀଘ୍ର କୌଣସି ଶୁଭ ସଂକେତ ପାଇବେ l
* ଯଦି ଆପଣ ସ୍ୱପ୍ନରେ ପିତୃପୁରୁଷ ଙ୍କୁ କେଶ ବିନ୍ୟାସ କରୁ ଥିବାର ଦେଖୁଛନ୍ତି ତେବେ ଏହା ସଂକେତ ଦେଇଥାଏ ଯେ ଆପଣ କୌଣସି ଗୋଟିଏ ବଡ଼ ବିପଦ ରୁ ମୁକ୍ତି ପାଇଲେ କିମ୍ବା ଆପଣଙ୍କ ପିତୃପୁରୁଷ ଆପଣଙ୍କୁ ରକ୍ଷା କଲେ l
* ଯଦି ସ୍ୱପ୍ନରେ ଆପଣଙ୍କ ପିତୃପୁରୁଷ ଶାନ୍ତ ମୁଦ୍ରାରେ ଦେଖିବାକୁ ପାଉଛନ୍ତି ତେବେ ଏହା ସଂକେତ ଦେଇଥାଏ ଯେ ପିତୃପୁରୁଷ ଆପଣଙ୍କ ଉପରେ ଖୁବ ସନ୍ତୁଷ୍ଟ ଅଛନ୍ତି l ଏବଂ ଆପଣଙ୍କର କୌଣସି ମହତ୍ଵପୁର୍ଣ କାର୍ଯ୍ୟ ସମାପ୍ତ ହେବ l
* ଯଦି ଆପଣ ସ୍ୱପ୍ନରେ କାନ୍ଦୁଥିବା ପିତୃପୁରୁଷ ଙ୍କୁ ଦେଖୁଛନ୍ତି ତେବେ ଏହା ଖୁବ ଅଶୁଭ ସଂକେତ ଅଟେ l ତେଣୁ ଏହା ଆଗକୁ ଆପଣଙ୍କୁ ସାବଧାନ କରି ଦେଇଥାଏ l ଏବଂ ଆପଣ ସେଥିପାଇଁ ସତର୍କ ରହିବା ଜରୁରୀ କାହିଁକି ଏହା ବଡ଼ ସଙ୍କଟ ର କାରଣ ଅଟେ l
Har Ghar Tiranga

Leave A Reply