Odisha news

ପିତୃ ପକ୍ଷରେ ୧୬ ତିଥିର କଣ ରହିଛି ମହତ୍ୱ ? କେଉଁ ତିଥିରେ କାହାକୁ ଶ୍ରାଦ୍ଧ ତର୍ପଣ କରାଯାଇ ଥାଏ

0

ହିନ୍ଦୁ ଧର୍ମରେ ପିତୃପକ୍ଷ କିମ୍ବା ଶ୍ରାଦ୍ଧ ପକ୍ଷ କୁ ଅନେକ ମହତ୍ୱ ଦିଆଯାଇଥାଏ l ଯାହାକି ୧୬ ଦିନ [ପର୍ଯ୍ୟନ୍ତ ଚାଲିଥାଏ l ଏହି ସମୟରେ ପିତୃପୁରୁଷ ଙ୍କୁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ର ମହତ୍ୱ ରହିଛି l ମାନ୍ୟତା ରହିଛି ଯେ ପିତୃପକ୍ଷରେ କରାଯାଇଥିବା ପିଣ୍ଡଦାନ ଦ୍ୱାରା ପିତୃପୁରୁଷ ସନ୍ତୁଷ୍ଟ ହୋଇ ଥାଆନ୍ତି ଏବଂ ପିତୃଋଣ ରୁ ମୁକ୍ତି ମିଳିଥାଏ l

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତିବର୍ଷ ଭାଦ୍ରବମାସ ପୂର୍ଣିମା ତିଥି ରୁ ନେଇ ଆଶ୍ୱିନ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ରହିଥାଏ ଏବଂ ଏହି ୧୬ ଦିନ ରେ ପୂର୍ବଜ ଙ୍କ ନିମିତ୍ତ ଶ୍ରାଦ୍ଧ ଅର୍ପଣ କରାଯାଇଥାଏ l ଚଳିତ ଥର ପିତୃପକ୍ଷ ୨୯ ସେପ୍ଟେମ୍ବର ରୁ ଆରମ୍ଭ ହେବ ଓ ୧୪ ଅକ୍ଟୋବର ରେ ସମାପ୍ତି ହେବ l ପିତୃ ପକ୍ଷକୁ ନେଇ ମାନ୍ୟତା ରହିଛି ଯେ ପିତୃପୁରୁଷ ଏହି ସମୟରେ ପୃଥିବୀ ପୃଷ୍ଠ କୁ ଅସିଥାଆନ୍ତି l ଏବଂ କୌଣସି ନl କୌଣସି ରୂପରେ ନିଜ ପରିଜନ ଙ୍କ ନିକଟରେ ରହିଥାଆନ୍ତି l ତେଣୁ ଏହି ସମୟରେ ଶ୍ରାଦ୍ଧ କରିବାର ବିଧାନ ରହିଥାଏ l ଚଳିତ ଥର ଶ୍ରାଦ୍ଧ ପାଇଁ ୧୬ ଟି ତିଥି ନିର୍ଧାରିତ ହୋଇଛି l କେଉଁଥିଥିରେ କେଉଁ ପିତୃ ପକ୍ଷକୁ ଶ୍ରାଦ୍ଧ ଦେବା ଆସନ୍ତୁ ଜାଣିବା l

– ୨୯ ସେପ୍ଟେମ୍ବର – ପୁର୍ଣିମା ଓ ପ୍ରତିପଦ ର ଶ୍ରାଦ୍ଧ – ଯେଉଁ ପିତୃ ପକ୍ଷରେ ପୂର୍ଣିମା ତିଥିରେ ମୃତ୍ୟୁ ବରଣ କରି ଥାଆନ୍ତି , ସେମାନଙ୍କୁ ଶ୍ରାଦ୍ଧ ତର୍ପଣ ଭାଦ୍ରବ ଶୁକ୍ଲପକ୍ଷ ରେ ଶ୍ରାଦ୍ଧ ତର୍ପଣ କରିବା ଉଚିତ l
– ୩୦ ସେପ୍ଟେମ୍ବର ଦ୍ଵିତୀୟା ତିଥିର ଶ୍ରାଦ୍ଧ – ଯେଉଁ ମାନଙ୍କ ମୃତ୍ୟୁ କୌଣସି ମାସ ର ଶୁକ୍ଲପକ୍ଷ କିମ୍ବା କୃଷ୍ଣ ପକ୍ଷରେ ତିଥିରେ ମୃତ୍ୟୁ ବରଣ କରିଥାଆନ୍ତି ସେମାନଙ୍କ ଶ୍ରାଦ୍ଧ ଏହି ତିଥିରେ କରାଯାଇ ଥାଏ l
– ୧ ଅକ୍ଟୋବର ତୃତୀୟା ତିଥିର ଶ୍ରାଦ୍ଧ – ଯାହାଙ୍କର ମୃତ୍ୟୁ କୌଣସି ଶୁକ୍ଲପକ୍ଷ ରେ ହୋଇଥାଏ, ସେମାନଙ୍କ ଶ୍ରାଦ୍ଧ ଏହି ତିଥିରେ ହୋଇଥାଏ l

– ୨ଅକ୍ଟୋବର ଚତୁର୍ଥୀ ତିଥିର ଶ୍ରାଦ୍ଧ – ଯାହାଙ୍କର ମୃତ୍ୟୁ କୃଷ୍ଣ ପକ୍ଷ ଓ ଶୁକ୍ଲପକ୍ଷ ହୋଇଥାଏ ତାଙ୍କ ଶ୍ରାଦ୍ଧ ଏହି ତିଥିରେ ହୋଇଥାଏ l

– ୩ ଅକ୍ଟୋବର ପଞ୍ଚମୀ ତିଥିର ଶ୍ରାଦ୍ଧ – ଶୁକ୍ଲପକ୍ଷ କିମ୍ବା କୃଷ୍ଣପକ୍ଷ ରେ ଚତୁର୍ଥୀ ତିଥିରେ ହୋଇଥାଏ ସେମାନଙ୍କ ଶ୍ରାଦ୍ଧ ଏହି ତିଥିରେ ହୋଇଥାଏ l

– ୪ ଅକ୍ଟୋବର ଷଷ୍ଠୀ ତିଥିରେ ଶ୍ରାଦ୍ଧ – ଯେଉଁ ପୂର୍ବଜ ଅବିବାହିତା ରେ ମୃତ୍ୟୁ ବରଣ କରି ଥାଆନ୍ତି ସେମାନଙ୍କ୍ ଶ୍ରାଧ ଏହି ତିଥିରେ କରାଯାଇ ଥାଏ l

– ୫ ଅକ୍ଟୋବର ସପ୍ତମୀ ତିଥି ଶ୍ରାଦ୍ଧ – କୌଣସି ମାସର ଷଷ୍ଠୀ ତିଥିରେ ମୃତ ବ୍ୟକ୍ତି ଙ୍କ ଶ୍ରାଧ ହୋଇଥାଏ l

– ୬ ଅକ୍ଟୋବର ଅଷ୍ଟମୀ ତିଥି ଶ୍ରାଦ୍ଧ – କୌଣସି ମାସର ଅଷ୍ଟମୀ ତିଥିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ଶ୍ରାଧ ଏହିଦିନ କରାଯାଇ ଥାଏ l

– ୭ ଅକ୍ଟୋବର ନବମୀ ତିଥି – ପୁର୍ଣିମା ତିଥିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ର ଏହିଦନ ଶ୍ରାଧ କରାଯାଇ ଥାଏ l

– ୮ ଅକ୍ଟୋବର ଦଶମୀ ତିଥି – ଯେଉଁ ମହିଳା ମାନଙ୍କର ମୃତ୍ୟୁ ର ତିଥି ମନେ ନଥାଏ ସେମାନଙ୍କ ସ୍ରାଧ ଏହି ତିଥିରେ ହୋଇଥାଏ l

– ୯ ଅକ୍ଟୋବର ଏକାଦଶୀ ତିଥି – ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ ସେମାନଙ୍କ ଶ୍ରାଧ ଏହିଦିନ ହୋଇଥାଏ l

– ୧୦ ଅକ୍ଟୋବର ମଘା ଶ୍ରାଦ୍ଧ – ଯେଉଁ ବ୍ୟକ୍ତି ମନେ ସନ୍ୟାସ ଗ୍ରହଣ କରି ଥାଆନ୍ତି ସେହି ବ୍ୟକ୍ତିଙ୍କ ର ମୃତ୍ୟୁ ପରେ ଏହି ତିଥିରେ ଶ୍ରାଧ କରାଯାଇ ଥାଏ l

-୧୧ ଅକ୍ଟୋବର ଦ୍ୱାଦଶୀ ତିଥି – ଯେଉଁ ସାଂସାରିକ ବ୍ୟକ୍ତି ସନ୍ୟାସ ନେଇଥାଏ ତର ଶ୍ରାଧ ଏହି ତିଥିରେ ହୋଇଥାଏ l

– ୧୨ ଅକ୍ଟୋବର ତ୍ରୟୋଦଶୀ ତିଥି – ଯେଉଁ ମନେ ବାଲ୍ୟ କାଳରୁ ମୃତ୍ୟୁ ବରଣ କରନ୍ତି ସେମାନଙ୍କ ଶ୍ରାଦ୍ଧ ଏହି ତିଥିରେ ହୋଇଥାଏ l

– ୧୩ ଅକ୍ଟୋବର ଚତୁର୍ଦଶୀ ତିଥି – ଯାହାର ଅକାଳ ମୃତ୍ୟୁ ହୋଇଥାଏ ତର ଶ୍ରାଦ୍ଧ ଏହି ତିଥିରେ ହୋଇଥାଏ l

-୧୪ ଅକ୍ଟୋବର ସର୍ବ ପିତୃ ଅମାବାସ୍ୟା ଶ୍ରାଦ୍ଧ – ଏହି ଦିନ ଜ୍ଞାତ ଆଜ୍ଞାତ, ପୂର୍ବଜ ଙ୍କ ଶ୍ରାଦ୍ଧ କରାଯାଇ ଥାଏ l

Har Ghar Tiranga

Leave A Reply