Odisha news

ପିତୃ ପକ୍ଷ ଶ୍ରାଦ୍ଧ ରେ କେଉଁସବୁ ଜିନିଷ କୁ ଦାନ କରିବା ଉଚିତ ଏବଂ ଏହାଦ୍ୱାରା ପିତୃ ପୁରୁଷ ଙ୍କ ଆଶୀର୍ବାଦ ଲାଭ ହୋଇଥାଏ

0

ପିତୃ ପକ୍ଷ ଶ୍ରାଦ୍ଧ ସେପ୍ଟେମ୍ବର ୨୯ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଯାହାକି ଅକ୍ଟୋବର ୧୪ ତାରିଖ ରେ ସମାପ୍ତ ହେବ l ଆମ ହିନ୍ଦୁ ଧର୍ମରେ ପିତୃ ପୁରୁଷ ଙ୍କ ଆତ୍ମାର ଶାନ୍ତି ପାଇଁ ପିତୃ ପକ୍ଷ ଶ୍ରାଦ୍ଧରେ ଶ୍ରାଦ୍ଧ ଅର୍ପଣ , ପିଣ୍ଡ ଦାନ , କରିବା ଦ୍ୱାରା ପିତୃ ପୁରୁଷ ଶାନ୍ତି ହୋଇ ଥାଆନ୍ତି l ପିତୃ ପକ୍ଷରେ ଦାନ ର ମଧ୍ୟ ଅନେକ ମହତ୍ୱ ରହିଛି l ମାନ୍ୟତା ରହିଛି ଯେ ଦାନ କରିବା ଦ୍ୱାରା ପିତୃ ପୁରୁଷ ଙ୍କ ଆତ୍ମା ଶାନ୍ତି ପାଇଥାଏ l

ଆସନ୍ତୁ ଜାଣିବା ପିତୃ ପକ୍ଷରେ କେଉଁସବୁ ଜିନିଷ କୁ ଦାନ କରିବା ଦ୍ୱାରା ପିତୃ ପୁରୁଷ ଶାନ୍ତି ହୋଇ ଥାଆନ୍ତି :-
* ମାନ୍ୟତା ରହିଛି ଯେ ପିତୃ ପକ୍ଷ ଶ୍ରାଦ୍ଧ ରେ ଘିଅ ଦାନ କରିବା ଆବଶ୍ୟକ l ଏହାଦ୍ୱାରା ପିତୃ ପୁରୁଷ ଙ୍କ ଆତ୍ମା କୁ ଶାନ୍ତି ମିଳିଥାଏ ଏବଂ ଘରେ ଅମଙ୍ଗଳ ହୋଇ ନଥାଏ l

* ପିତୃ ପକ୍ଷରେ ଅନ୍ନ ଦାନ କରିବା ଖୁବ ଶୁଭ ଅଟେ l ତେଣୁ ଆପଣ ଗହମ କିମ୍ବା ଚାଉଳ ଦାନ କରି ପରିବେ l

* ଗୋ ଦାନ ସମସ୍ତ ଦାନ ଠାରୁ ଶ୍ରେଷ୍ଠ ଦାନ ଅଟେ l ଗୋ ଦାନ ପିତୃ ପକ୍ଷରେ କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l

* ମାନ୍ୟତା ରହିଛି ଯେ ପିତୃ ପକ୍ଷରେ କଳା ରାଶି ନିହାତି କୌଣସି ବ୍ରାହ୍ମଣ କୁ ଦାନ କରନ୍ତୁ l କଳା ରାଶି ଦାନ କରିବା ଦ୍ୱାରା ଘରର ସମସ୍ତ ବିପଦ ଦୂର ହୋଇଥାଏ l

* ମାନ୍ୟତା ରହିଛି ଯେ ପିତୃ ପକ୍ଷରେ ଲୁଣ ଦାନ କରିବା ଖୁବ ପ୍ରଭାବଶାଳୀ ଅଟେ l ଲୁଣ ଦାନ କରିବା ଦ୍ୱାରା ପିତୃ ପୁରୁଷ ସନ୍ତୁଷ୍ଟ ହୋଇ ଥାଆନ୍ତି l ଏହାଦ୍ୱାରା ଆପଣ ମଧ୍ୟ ପିତୃ ପୁରୁଷ ଙ୍କ ଆଶୀର୍ବାଦ ରୁ ଋଣ ମୁକ୍ତ ହେବେ l

Nalco

Leave A Reply