Odisha news

ପିତୃ ପକ୍ଷ ଆରମ୍ଭ ହେବା ପୂର୍ବରୁ ସମ୍ପୂର୍ଣ କରନ୍ତୁ ଏହିସବୁ କାର୍ଯ୍ୟ ନଚେତ ହୋଇଯିବ ବଡ଼ ଅନର୍ଥ

0

ଚଳିତ ବର୍ଷ ପିତୃପକ୍ଷ ଆରମ୍ଭ ହେବାକୁ ଯାଉଛି ସେପ୍ଟେମ୍ବର ୨୯ ତାରିଖ ରୁ ଓ ଏହା ସମାପ୍ତ ହେବ ଅକ୍ଟୋବର ୧୪ ତାରିଖ ରେ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପିତୃ ପକ୍ଷର ଆରମ୍ଭ ଭାଦ୍ରବ ମାସର ପୂର୍ଣିମା ତିଥିରୁ ହୋଇଥାଏ l ପିତୃ ପକ୍ଷରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଇ ସନ୍ତୁଷ୍ଟ କରାଯାଇ ଥାଏ l ମାନ୍ୟତା ଅନୁସାରେ ପିତୃ ପକ୍ଷରେ ୧୬ ଦିନ ପର୍ଯ୍ୟନ୍ତ ସମସ୍ତ ଶୁଭ କାର୍ଯ୍ୟ କୁ ପରିତ୍ୟାଗ କରାଯାଇ ଥାଏ ଯାହାକୁ କରିବା ଖୁବ ଅଶୁଭ ହୋଇଥାଏ l

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିତୃ ପକ୍ଷର ୧୬ ଦିନ ପର୍ଯ୍ୟନ୍ତ ସମସ୍ତ ବିଶେଷ ଶୁଭ କାର୍ଯ୍ୟକୁ ବନ୍ଦ କରିବା ଉସସହିତ, ନଚେତ ପିତୃ ପୁରୁଷ ଙ୍କ କୋପ ଦୃଷ୍ଟି ମିଳିଥାଏ l ପିତୃ ପୁରୁଷ ଅସନ୍ତୁଷ୍ଟ ହେବା ଦ୍ୱାରା ଜୀବନରେ ଅନେକ ବିପଦ ଦେଖା ଦେଇଥାଏ l

– ପିତୃ ପକ୍ଷରେ ନୂତନ ବସ୍ତ୍ର , ନୂତନ ପୋଷାକ କିଣିବା ବର୍ଜନୀୟ ଅଟେ l କାହିଁକି ନା ପିତୃ ପକ୍ଷରେ ବସ୍ତ୍ର ଦାନ କରିବା ଦ୍ୱାରା ପିତୃପୁରୁଷ ସନ୍ତୁଷ୍ଟ ହୋଇଥାଆନ୍ତି l ତେଣୁ ନୂତନ ବସ୍ତ୍ର ପିତୃ ପକ୍ଷ ପୂର୍ବରୁ କିଣିଦେବା ଜରୁରୀ l

– ଯଦି ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ପିତୃପକ୍ଷ ପୂର୍ବରୁ କରି ଦିଅନ୍ତୁ l ଏହି ୧୬ ଦିନ ମଧ୍ୟରେ ଆପଣ କୌଣସି ପ୍ରକାର ବ୍ୟବସାୟ କରିବା ଉଚିତ ନୁହେଁ l ଏହାଦ୍ୱାରା ଅନିଷ୍ଟ ହୋଇଥାଏ l

– କୌଣସି ବିଶେଷ ପୂଜା ଯେପରିକି ସତ୍ୟ ନାରାୟଣ ମେଳା, କିମ୍ବା ତ୍ରିନାଥ ମେଳା ଇତ୍ୟାଦି ପିତୃ ପକ୍ଷ ପୂର୍ବରୁ କରିଦେବା ଜରୁରୀ, ନଚେତ ଫଳ ପ୍ରଦ ହୋଇ ନଥାଏ l

– ସେପ୍ଟେମ୍ବର ୨୯ ପୂର୍ବରୁ ନିର୍ବନ୍ଧ, କିମ୍ବା ବିବାହ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିଦେବା ଜରୁରୀ l ନଚେତ ଏହା ଶୁଭ ଫଳ ଦେଇ ନଥାଏ ଓ ଜୀବନ ରେ ବାଧା ବିଘ୍ନ ଆସିଥାଏ l ପିତୃ ପକ୍ଷରେ ଏହିସବୁ ଶୁଭ କାର୍ଯ୍ୟ କରିବା ଦ୍ୱାରା ଜୀବନ ରେ ଅନେକ ଅସୁବିଧା ଦେଖା ଦେଇଥାଏ l

Har Ghar Tiranga

Leave A Reply