Odisha news

ଯୁବ ସମାଜସେବୀଙ୍କ ଅକାଳ ବିୟୋଗ 

0
ପିପିଲି: ସବ୍ୟୁ- ଯୁବ ସମାଜସେବୀ ଶ୍ରୀକାନ୍ତ ସାହୁ ଙ୍କ ଅକାଳ ବିୟୋଗ ରେ ପିପିଲି ଅଂଚଳରେ ଶୋକର ଛାୟା । ପିପିଲି ପୋପରଙ୍ଗା ପଞ୍ଚାୟତ ଅର୍ଜୁନଗଦା ଗ୍ରାମର ଶ୍ରୀକାନ୍ତ ଙ୍କର ମାତ୍ର 43ବର୍ଷ ରେ ବିୟୋଗ ସମସ୍ତ ଙ୍କୁ ଆଘାତ ଦେଇଛି । ଜଣେ ମେଳାପୀ, ପର ଉପକାରୀ,ମିଷ୍ଟ ଭାଷୀ ଭାବରେ ଜଣା ଶୁଣା ଶ୍ରୀକାନ୍ତ ପିପିଲି ବ୍ୟବସାୟୀ ସଙ୍ଘର ର ଜଣେ ସଦସ୍ୟ ଥିଲେ।ଦୁଖଃଦ ଖବର ଜାଣିବା ପରେ ପିପିଲି ବଜାର ଅନେକ ବ୍ୟବସାୟୀ ତାଙ୍କ ବାସଭବନ ରେ ପହଁଞ୍ଚି ଶେଷ ଦର୍ଶନ କରିଥିଲେ।ଶ୍ରୀକାନ୍ତ ଶ୍ରୀଜଗନ୍ନାଥ ଙ୍କ କୋଠ ଭୋଗ ପାଇଁ ଗ୍ରାମ ଗ୍ରାମ ବୁଲି ନଡ଼ିଆ ସଂଗ୍ରହ କରି ଆସୁଥିବା ବେଳେ ଗତିଶ୍ବର ଓ ଶନି ଦେଵ ମନ୍ଦିର ଉନ୍ନୟନ କାର୍ଯ୍ୟ ରେ ମୁଖ୍ୟ ସହଯୋଗୀ ରହିଥଲେ । ଶ୍ରୀକାନ୍ତ ଙ୍କ ଅକାଳ ବିୟୋଗ ପୁରା ପିପିଲି ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ବେଳେ ନିଜ ଜନ୍ମ ମାଟି ଅର୍ଜୁନ ଗଦା ରେ ତାଙ୍କ ଶେଷକୃତ ସଂପନ୍ନ ହୋଇଛି ।ପରିବାରରେ ବାପା ମା ଭଉଣୀ ପତ୍ନୀ ଓ ପାଞ୍ଚ ବର୍ଷର ଏକମାତ୍ର ଶିଶୁ ପୁତ୍ର ରହିଛନ୍ତି,

Leave A Reply