ପିପିଲି : ସ୍ୱାୟତ୍ତ ଶାସନ ଦିବସ ଅବସରରେ ପିପିଲି ପୌର ପରିଷଦ ପକ୍ଷରୁ ଗୁରୁବାର ଦିନ ପିପିଲି ଖଣ୍ଡିଆଗିରି ସ୍ଥିତ ମାଣିକ ଗାର୍ଡେନ ଠାରେ ପୌରାଧ୍ୟକ୍ଷ ସେକ୍ ବାବୁଙ୍କ ପୌରୋହିତ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି ମୁଖ୍ୟ ଅତିଥ ଭାବେ ଯୋଗ ଦେଇ ପିପିଲି ରେ ଚାଲିଥିବା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ, ସେଥି ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ବସ୍ ଷ୍ଟାଣ୍ଡ,କଲ୍ୟାଣ ମଣ୍ଡପ ନିର୍ମାଣ ଏବଂ କାର୍ଯ୍ୟ ସରିଥିବା ମାର୍କେଟ କମ୍ପ୍ଲେକ୍ସ, ସ୍ମାର୍ଟ ପାର୍କ ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ସେକ ଆବିଦ୍,ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା ଅତିଥି ଭାବେ ଯୋଗଦେଇ ଥିଲେ।ନିର୍ବାହୀ ଅଧିକାରୀ ପୂଜା ରାଉତ ସଭା ପରିଚାଳନା କରିଥିଲେ।
ସଭା କାର୍ଯ୍ୟ ପୂର୍ବରୁ ସକାଳେ ସ୍ୱାୟତ୍ତ ଶାସନ ପତାକା ଉତୋଳନ କରାଯିବ ପରେ କଳାକାର ମାନଙ୍କ ଦ୍ଵାରା ବିଭିନ୍ନ ସ୍ଥାନରେ ସଚେତନତା ଧର୍ମୀ ପଥ ପ୍ରାନ୍ତ ନାଟକ ମାନ ପରିବେଷଣ କରା ଯାଇଥିଲା।ସଭା ସରିବା ପରେ ବିଧାୟକ ରୁଦ୍ର ମହାରଥୀଙ୍କ ଦ୍ୱାରା ଖଣ୍ଡିଆଗିରୀ ଠାରେ ନିର୍ମିତ ସ୍ମାର୍ଟ ପାର୍କର ଉଦଘାଟନ କରା ଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସହିତ ପୌରାଧ୍ୟକ୍ଷ ସେକ ବାବୁ ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ଵିନ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସ୍ୱାଇଁ,ଜିଲ୍ଲାପରିଷଦ ସଭ୍ୟ ଧରଣୀ ଧର ସାହୁ,ବସୁଦେବ ମଲିକ ଙ୍କ ସମେତ ବିଭିନ୍ନ ୱାର୍ଡର କରପୋରେଟର ମାନେ ଯୋଗ ଦେଇଥିଲେ।