ଫୁଲବାଣୀ : କନ୍ଧମାଳ ଜିଲା ଗୋଛାପଡା ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା । ପୁର୍ବ ସୁଚନା ଅନୁସାରେ ପୋଲିସ ବିପୁଳ ମାତ୍ରାରେ ଗଞ୍ଜେଇ ଚାଲାଣ ହେବାକୁ ଥିବା ଖବର ପାଇ ଚାଲାଣ ହେବା ରାସ୍ତାରେ ଲୁଚି ରହି ଏହି ଗଞ୍ଜେଇକୁ ଅଟକାଇବାରେ ସଫଳ ହୋଇଥିବା ଫୁଲବାଣୀ ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ଆଜି ଏକ ଗଣମାଧ୍ୟମ ସାକ୍ଷାତକାରରେ ସୁଚନା ପ୍ରଦାନ କରିଛନ୍ତି ।
ସୁଚନା ଅନୁସାରେ ବୁଧବାର ରାତିରେ ଗୋଛାପଡାରୁ ପଡୋଶୀ ବୌଦ୍ଧ ଜିଲା କଣ୍ଟାମାଳ ଅଂଚଳକୁ ଗଞ୍ଜେଇ ଚାଲାଣ ହେବାକୁ ଥିବା ଖବର ଗୋଛାପଡା ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ଖବର ପାଇବାପରେ ସେ ତାଙ୍କର ପୋଲିସ ଦଳ ସହିତ ଗୋଛାପଡାରୁ କଣ୍ଟାମାଳ ଯିବା ରାସ୍ତାରେ ଏକ ଘାଟିରେ ଲୁଚିରହି ଅପେକ୍ଷା କରିଥିଲେ । ରାତି ପ୍ରାୟ ୧୧ଟାବେଳେ ସେହି ରାସ୍ତାରେ ଏକ ବୋଲେରୋ ପିକଅପ୍ (ଓଡି ୩-୧ ଜି-୦୬୦୯)ରେ କିଛି ବସ୍ତା ଲୋଡ ହୋଇଆସିଥିଲା ।
ପୋଲିସ ଗାଡିକୁ ଅଟକାଇ ତଲାସି ନେବାପରେ ସେଥିରୁ ୪ କ୍ୱିଣ୍ଟାଲ ୪ କିଗ୍ରା ଗଞ୍ଜେଇ ମିଳିଥିଲା । ପୋଲିସକୁ ଦେଖି ଗାଡିରୁ ବୌଦ୍ଧ ଜିଲାର ସୁବୁଦ୍ଧି ଖଟୁଆ ନାମକ ଜଣେ ଯୁବକ ଫେରାର ହୋଇ ଯାଇଥିବା ବେଳେ ପୋଲିସ ବୌଦ୍ଧ ଜିଲା କଣ୍ଟାମାଳ ଅଂଚଳର ହିମାଂଶୁ ବାରିକ ଏବଂ ଗୋଛାପଡା ଅଂଚଳର ପ୍ରଶାନ୍ତ କୁମାର ସାହୁକୁ ଗିରଫ କରିବାସହିତ ଚାଲାଣରେ ଲାଗିଥିବା ଗାଡି ଓ ଗଞ୍ଜେଇ ଜବତ କରିବା ସହିତ ଏହି ସଂକ୍ରାନ୍ତରେ ଏକ ମାମଲା ୩୩/୨୦ ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ସୁଚନା ଦେଇଛନ୍ତି ଏସଡିପିଓ ଶ୍ରୀ ମୁର୍ମ ।