Odisha news

୪ ବର୍ଷ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୬୦ ହଜାର ଜୋରିମାନା

0

ଫୁଲବାଣୀ ତା ୨୩/୭: ଫୁଲବାଣୀ ଫାଷ୍ଟ ଟ୍ରାକ୍ କୋର୍ଟର ମାନ୍ୟଵର ବିଚାରପତି  ରାଜେଶ ଦାଶ ଏକ ୪ ଵର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାରରେ ଅଭିଯୁକ୍ତ ପବନ @ ହେମନ୍ତ ମଲ୍ଲିକ କୁ ଦୋଷୀ ସାବ୍ୟସ୍ତ କରି ୨୫ବର୍ଷ ସଶ୍ରମ କାରାଦଣ୍ଡ ସହ ୬୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୭ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଏହି ମାମଲାକୁ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ସ୍ଵତନ୍ତ୍ର ପି.ପି. ଅସୀମ କୁମାର ପ୍ରହରାଜ ପରିଚାଳନା କରୁଥିଲେ। ସୂଚନା ଅନୁସାରେ ପିଡୀତା ଗାଁ ରେ ତା ୦୯/୦୬.୨୦୨୨ରିଖ ଦିନ ଗାଁ ରେ ଏକ ଉତ୍ସବ ହୋଇଥିଲା l ସେହି ଉତ୍ସବ ରେ ଭୋଜି ଆୟୋଜନ କରାଯାଇଥିଲା l ପୀଡିତା ସେହି ଭୋଜି ଖାଇ ସାରିବା ପରେ ଅଭିଯୁକ୍ତ ପବନ ମଲ୍ଲିକଙ୍କୁ ଗୃହକୁ ଛାଡିଦେବାକୁ କହିଥିଲା l ଅଭିଯୁକ୍ତ ପୀଡିତାକୁ ଘରେ ଛାଡିବା ପରିବର୍ତ୍ତେ କ୍ଷେତ ଆଡ଼େ ନେଇଯାଇ ଦୁଷ୍କର୍ମ କରିଥିଲା l ଅଭିଯୁକ୍ତ ପୀଡିତାକୁ ତୁ କାହାକୁ କହିଲେ ତତେ ତଣ୍ଟି ଚିପି ମାରିଦେବି ବୋଲି ଧମକ ଦେଇଥିଲା l ଭୟରେ ସେ କାହାକୁ କିଛି କହି ନଥିଲା l ପରେ ପୀଡିତା ସମସ୍ତ୍ ଘଟଣା ସମ୍ପର୍କରେ ମାଆକୁ କହିଥିଲା l ପରେ ପୀଡିତାର ମାଆ ଏ ନେଇ ଏକ ଲିଖିତ ଅଭିଯୋଗ ୧୨/୬/୨୦୨୨  ଖଜୁରୀପଡ଼ା ଥାନାରେ  ଦେଇଥିଲେ l  ଥାନାଧିକାରୀ ମାମଲାକୁ ଥାନା କେଶ ନଂ ୭୪/ ୨୨ ରେ ମାମଲା ରୁଜୁ କରି କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ଉକ୍ତ ମାମଲାର ବିଚାରଣ କରି ମାନ୍ୟବର ବିଚାରପତି ଏହି ରାୟ ପ୍ରକାଶ କରିଛନ୍ତି ଏବଂ ପିଡୀତାକୁ କ୍ଷତି ପୂରଣ ବାବଦକୁ  ୭ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply