Odisha news

ଆସନ୍ତା ୯ ତାରିଖରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

0

ଫୁଲବାଣୀ,୫ା୯, କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ୯ ତାରିଖ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ, ଜିଲ୍ଲା ଆଇନସେବା ପ୍ରାଧିକରଣ, କନ୍ଧମାଳ, ଫୁଲବାଣୀ ସୂଚନା ପ୍ରଦାନ କରାଯାଇଛି ।
ସୂଚନାରୁ ଜଣାପଡ଼ିଛି ଯେ, ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ଫୋ÷÷ଜଦାରି,(ସାଲିସ ଯୋଗ୍ୟ), ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର୍ ଦୁର୍ଘଟଣା ଜନିତକ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦୁ୍ୟତ୍ , ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ (ସାଲିସ ବିହୀନ ବିବାଦକୁ ବାଦ୍ ଦେଇ), ବୈ÷ବାହିକ ବିବାଦ ( ଛାଡ଼ପତ୍ର ବ୍ୟତିତ) ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା, ଭତ୍ତା ଓ ଅବସରକାଳୀନ ପ୍ରାପ୍ୟ ) ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ ।
ସୂଚନାରୁ ଆଉ ମଧ୍ୟ ଜଣାପଡ଼ିଛି ଯେ, କେବଳ ବିଚାରାଧିନ ନୁହେଁ, ପ୍ରାକ୍-ମକଦ୍ଦମା ସ୍ତରୀୟ
( କଚେରୀରେ ଦାଏର ହୋଇ ନ ଥିବା) ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦୁ୍ୟତ୍ , ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ (ସାଲିସ ବିହୀନ ବିବାଦକୁ ବାଦ୍ ଦେଇ), ଭରଣ ପୋଷଣ ବିବାଦ, ଅନ୍ୟାନ୍ୟ ସାଲିସଯୋଗ୍ୟ ଫୋ÷÷ଜଦାରି ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇ ପାରିବ । ଲୋକ ଅଦାଲତରେ ମକଦ୍ଦମା / ବିବାଦର ସମାଧାନ ପାଇଁ କୋ÷÷ଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈ÷ଧ, ଚୁଡ଼ାନ୍ତ ଏବଂ ଅମଳଯୋଗ୍ୟ । ଯଦି କୋ÷÷ଣସି ବିଚାରଧିନ ମକଦ୍ଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ, ଆଗରୁ ପୈ÷ଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଦୀର୍ଘଦିନ ଧରି ଚାଲୁ ରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରିବାକୁ ଜିଲ୍ଲା ଆଇନସେବା ପ୍ରଧିକରଣ, କନ୍ଧମାଳ, ଫୁଲବାଣୀ ତରଫରୁ ଅନୁରୋଧ କରାଯାଇଛି ।
ସବିଶେଷ ବିବରଣୀ ତଥା ଏହା ଉପରେ ଅଧିକ ଜାଣିବା ପାଇଁ ନିକଟସ୍ଥ ଅଦାଲତରେ କାର୍ଯ୍ୟରତ ଜିଲ୍ଲା ଆଇନସେବା ପ୍ରାଧିକରଣ ବା ତାଲୁକ୍ ଆଇନସେବା କାର୍ଯ୍ୟାଳୟ ସହ କିମ୍ବା ଟେଲିଫୋନ୍ (୦୬୮୪୨) ୨୫୪୦୩୧ ରେ ଯୋଗାଯୋଗ କରିବାକୁ କୁହାଯାଇଛି ।

 

 

Nalco

Leave A Reply