Odisha news

ଫୁଲବାଣୀ ସମେତ ସମଗ୍ର ଜିଲାରେ ଫରେଷ୍ଟ ୱିକ୍ ପାଳନ,ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ

0

ଫୁଲବାଣୀ :  ଗତ ୧ ତାରିଖଠାରୁ କନ୍ଧମାଳ ଜିଲାରେ ଜଙ୍ଗଲ ବିଭାଗ ପକ୍ଷରୁ ଫରେଷ୍ଟ ୱିକ୍ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନ ଗୁଡିକୁ ଚାରା ବଣ୍ଟନ କରାଯିବା ସହିତ ଅନେକ ଯାଗାରେ ବୃକ୍ଷ ରୋପଣ ମଧ୍ୟ କରାଯାଇଛି । ପ୍ରଥମେ ଫୁଲବାଣୀ ରେଞ୍ଜରଙ୍କ କାର୍ଯ୍ୟାଳୟ ଆଗରେ ଏକ ଷ୍ଟଲ ନିର୍ମାଣ କରାଯାଇ ସେଠାରେ ଲୋକଙ୍କୁ ବିଭିନ୍ନ ବୃକ୍ଷରଚାରା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଫୁଲବାଣୀ ଡିଏଫଓ ଲକ୍ଷ୍ମୀନାରାୟଣ ବେହେରା ଉଦଘାଟନ କରିଥିଲେ । ଏହି ଅବସରରେ ଏସିଏଫ୍ ବିକ୍ରମଦେବ ପଟ୍ଟନାୟକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଫୁଲବାଣୀ ରେଞ୍ଜ ଅଧିକାରୀ ସଚିଦାନନ୍ଦ ସେଠୀ ପରିଚାଳନା କରିଥିଲେ ।

ଆଜି ଫୁଲବାଣୀ ପବ୍ଳିକ ସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କରାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଥିରେ ଜିଲା ଶିକ୍ଷା ଅଧିକାରୀ ବିକାଶ ପ୍ରଧାନ,ଜିଲା ଆଇନସେବା ପ୍ରାଧିକରଣ ସମ୍ପାଦିକା ପାତଞ୍ଜଳି ସାହୁ,ପବ୍ଳିକ ସ୍କୁଲର ପି୍ରନ୍ସିପାଲ ସୁମତୀ ପଣ୍ଡା,ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟୀତ୍ରୀଙ୍କ ସମେତ ଅନ୍ୟ ଶିକ୍ଷୟୀତ୍ରୀ ମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଆସନ୍ତା ସପ୍ତାହ ବ୍ୟପୀ ଜିଲାର ବିଭିନ୍ନ ଅଂଚଳରେ ବୃକ୍ଷ ରୋପଣ କରାଯିବା ସହିତ କଟି୍ରଙ୍ଗିଆ,ଦୁତିପଡା ଓ ମା ନାରାୟଣୀ ମୁଣ୍ଡିଆରେ ବନ ବିଭାଗ ତରଫରୁ ବୃକ୍ଷ ରୋପଣ କରାଯିବା । ଏହି ଅବଧି ଭିତରେ ଜିଲାର ବିଭିନ୍ନ ଯାଗାରେ ଗାଡି ଯୋଗେ ବୁଲିବୁଲି ଲୋକଙ୍କୁ ବିଭିନ୍ନ ଗଛର ଚାରା ବିତରଣ କରାଯିବା କାର୍ଯ୍ୟକ୍ରମ ଥିବା ନେଇ ଫୁଲବାଣୀ ରେଞ୍ଜ ଅଶଧିକାରୀ ଶ୍ରୀ ସେଠୀ କହିଛନ୍ତି ।

Leave A Reply