Odisha news

ଗୋଟିଏ ଫଟୋ ରେ ହ୍ୟାକ ହୋଇଯିବ ଫୋନ, ମାତ୍ର ନିମିଷକ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ଖାଲି

0

ନୁଆଦିଲୀ : ସାଧାରଣ ଲୋକଙ୍କୁ ଠକିବା ପାଇଁ ପ୍ରାୟ ସବୁଦିନ ସ୍କାମର୍ସ ମାନେ ନୂତନ କୌଶଳ ପ୍ରୟୋଗ କରି ଚାଲିଛନ୍ତି l କାଶ୍ମୀର ରୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ଚାରିଆଡେ ସାଇବର ଫ୍ରଡ଼ କାୟା ବିସ୍ତାର କରିଚାଲିଛି l ବିଶେଷ ଭାବରେ ସାଇବର ସ୍କାମ ରେ ଲୋକଙ୍କୁ ଚୂନ ଲଗାଇ ନୂଆ ନୂଆ ଉପାୟ ବାହାର କରୁଛନ୍ତି l ଏହି ନୂତନ ଗୋଟିଏ ଫଟୋ ସେଣ୍ଡ ରହିଥାଏ, ଯେଉଁଥିରେ GIF ଫରମାର୍ଟ ର ଫଟୋ ରହିଥାଏ l ସାଧାରଣ ଭାବରେ ଲୋକଙ୍କୁ ଠକାମିର ଶିକାର କରାଇବା ପାଇଁ ଫିସିଂ ଲିଙ୍କ ର ୟୁଜ ହୋଇଥାଏ, ଯାହାକି ମେସେଜ ଜରିଆରେ ଫୋନ କୁ ଆସିଥାଏ l ଏହାପରେ ଯେତେବେଳେ ୟୁଜର ମେସେଜ ଉପରେ କ୍ଲିକ କରିଥାଏ, ଏହାପରେ ସ୍ପାଇ ଲିଙ୍କ ନିଜ କାମ ଆରମ୍ଭ କରିଦେଇ ଥାଏ l ଲିଙ୍କ ଉପରେ କ୍ଲିକ କରିବା ପରେ ସ୍କାମର୍ସ ମୋବାଇଲ ଫୋନ କୁ ହ୍ୟାକ କରି ନେଇଥାଆନ୍ତି l

ଏପରି ଭାବରେ ଅନେକ କେଶ ରେ ହ୍ୟାକର୍ସ ମୋବାଇଲ ର ରିମୋଟଲି ଏକସେସ ମଧ୍ୟ ନେଇ ଯାଇଥାଆନ୍ତି l ହ୍ୟାକର୍ସ GIF ଇମେଜ ମଧ୍ୟ ଫିସିଂ ଅଟାକ କୁ ଇମ୍ପ୍ଲାଣ୍ଟ କରୁଛନ୍ତି l ଏହି ପ୍ରକାରର ହ୍ୟାକିଂ କୁ GIFShell କୁହାଯାଏ l ବିଶେଷ ଭାବରେ ଭାଟସଆପ ପକ୍ଷରୁ ବର୍ତମାନ ସେହି ବଲ୍ଲରବେଲିଟି କୁ ଠିକ କରାଯାଇଛି l କିନ୍ତୁ ବର୍ତମାନ ମଧ୍ୟ ୟୁଜର୍ସ ଙ୍କର ଗୋଟିଏ ଭୁଲ ତାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଖାଲି କରିପାରେ l GIFShell ରୁ ରକ୍ଷା ପାଇବା ପାଇଁ କିଛି ବିଶେଷ ସେଫଟି ଟିପ୍ସ ବିଷୟରେ ଜାଣି ରଖନ୍ତୁ l ସେଥିପାଇଁ ୟୁଜର୍ସ ଙ୍କୁ ହ୍ଵାଟ୍ସଆପ ସେଟିଙ୍ଗ କୁ ଯିବାକୁ ପଡିବ l ଏଥିରେ ଅପସନ ରେ ଷ୍ଟୋରେଜ ଓ ଡାଟା ର ଅପସନ ମିଳିବ l ଏହା ଉପରେ କ୍ଳିକ କରନ୍ତୁ l ଏହାପରେ ମିଡ଼ିଆ ଅଟୋ ଡାଉନଲୋଡ଼ ରେ ଅଟୋମେଟିକ ଡାଉନଲୋଡ଼ ହେଉଥିବା ଫଟୋ କୁ ଷ୍ଟପ କରିପାରିବେ l

Leave A Reply