ନୂଆଦିଲ୍ଲୀ : ୪୧ ବର୍ଷୀୟ ଜଣେ ଯୁବକ ଗତ କିଛି ବର୍ଷ ହେଲାଣି ବେରୋଜଗାରୀର ସମ୍ମୁଖୀନ ହୋଇ ବର୍ତ୍ତମାନ ନିଜ ପିତା ମାତାଙ୍କ ବିରୁଦ୍ଧରେ ମକଦମା କରିଛି l ଉକ୍ତ ଯୁବକ ଜଣଙ୍କ ଅକ୍ସଫୋର୍ଡ ଭଳି ପ୍ରତିଷ୍ଠିତ ବିଶ୍ୱ ବିଦ୍ୟାଳୟରୁ ଓକିଲାତି ପଢା ସାରିବା ପରେ ୧୦ ବର୍ଷ ହେଲାଣି ବେରୋଜଗାର ଅଛନ୍ତି l ଉକ୍ତ ଯୁବକଙ୍କ ନାମ ହେଉଛି ଫେଜସିଦିଗି ,ସେ କହିଛନ୍ତି ଯେ ମୁଁ ମୋର ପିତାମାତାଙ୍କ ଉପରେ ନିର୍ଭର ଶିଳ ଅଟେ l ସେ ଓକିଲାତି ଡିଗ୍ରୀ ହାସଲ କରିଥିଲେ ମଧ୍ୟ ନିଜ ପିତାମାତାଙ୍କ ଉପରେ ଆର୍ଥିକ ସାହାଯ୍ୟ ପାଇଁ କେସ କରିଛନ୍ତି l
ତାଙ୍କ ପିତାମାତା ଦୁବାଇରେ ରୁହନ୍ତି ଓ ତାଙ୍କର ଲଣ୍ଡନରେ ଗୋଟିଏ ଘର ଅଛି l ଏହି ଘରେ ଫେଜ ୨୦ ବର୍ଷ ହେଲାଣି ବିନା କୌଣସି ଭଡାରେ ରହୁଛନ୍ତି l ତାଙ୍କର ମାତା ୬୯ ବର୍ଷର ଓ ପିତା ୭୧ ବର୍ଷର l ତାଙ୍କ ମାତାପିତା ପାଖାପାଖି ୪୦୦ ପାଉଣ୍ଡ ଗୋଟିଏ ସପ୍ତାହରେ ଦେଉଛନ୍ତି ଏବଂ ଗୋଟିଏ ମାସକୁ ପାଖାପାଖି ୧.୫ ଲକ୍ଷ ଟଙ୍କା ଫେଜଙ୍କୁ ଦେଇ ଆସୁଛନ୍ତି l ତାଙ୍କ ମାତାପିତାଙ୍କ ମଧ୍ୟରେ ସବୁବେଳେ ଫେଜଙ୍କୁ ନେଇ ଝଗଡା ଚାଲିଛି l ଫେଜ ମକଦମା କରିଛନ୍ତି ଯେ ପିଲା ବେଳରୁ ଦେହ ଅସୁସ୍ଥତା କାରଣରୁ ସେ ନିଜର ପାଠପଢାକୁ ଠିକରେ ସମ୍ପୂର୍ଣ୍ଣ କରିପାରି ନାହାନ୍ତି l
ତେଣୁ ସେ ଯେକୌଣସି ଚାକିରୀ କରୁଛନ୍ତି ସେଥିରେ ସନ୍ତୁଷ୍ଟ ନୁହନ୍ତି l ଯଦି ତାଙ୍କ ମାତାପିତା ତାଙ୍କୁ ସାହାଯ୍ୟ ନକରିବେ ତେବେ ସେ ମାନବ ଅଧିକାର କମିଟିର ଦ୍ୱାରସ୍ଥ ହେବେ l ଏହା ପୂର୍ବରୁ ୨୦୧୮ ରେ ଫେଜ ଅକ୍ସଫୋର୍ଡ ୟୁନିଭର୍ସିଟି ଉପରେ କେସ କରି ଏକ ମିଲିୟନ ପାଉଣ୍ଡ ଦାବି କରିଥିଲେ l ତାଙ୍କର ଦାବି ରହିଥିଲା ଯେ ଅକ୍ସଫୋର୍ଡରେ ଭଲ ପାଠପଢା ନହେବା କାରଣରୁ ସେ ଚାକିରୀ ପାଇବାରୁ ବଂଚିତ ହେଉଛନ୍ତି l ଅକ୍ସଫୋର୍ଡ ଉପରେ ହୋଇଥିବା କେସକୁ କୋର୍ଟ ରଦ୍ଧ କରି ଦେଇଥିଲେ l