ନିଜ ଘରୁ ଲୋକେ ଶାନ୍ତି, ସୁରକ୍ଷା ଓ ସକାରାତ୍ମକ ଉର୍ଜା ର ଅନୁଭବ କରି ଥାଆନ୍ତି l କିନ୍ତୁ ଅନେକ ସମୟ ରେ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ l ଯାହାଦ୍ୱାରା ଆପଣଙ୍କ ମାନସିକ, ଭାବନାତ୍ମକ ଓ ଶାରୀରିକ ଉର୍ଜା ପ୍ରଭାବିତ ହୋଇଥାଏ l ବିଶେଷ ଭାବରେ ଆପଣଙ୍କ ଘରକୁ ଆସୁଥିବା କିଛିଟା ଖରାପ ମାନସିକତା ବିଶିଷ୍ଟ ଲୋକ ଙ୍କ ଆସିବା କାରଣରୁ ଏହି ଶକ୍ତି ଆପଣଙ୍କ ଘରେ ବାସ କରିଥାଏ l କାହିଁକି ନl ନକାରାତ୍ମକ ଶକ୍ତି ଓ ସକାରାତ୍ମକ ଶକ୍ତି ମଣିଷ ର ସ୍ୱଭାବରେ ରହିଥାଏ l
* ଏହି ସ୍ୱଭାବର ବ୍ୟକ୍ତିଙ୍କ ନିକଟରେ ରହିଥାଏ ନକାରାତ୍ମକ ଶକ୍ତି –
– ଯେଉଁ ବ୍ୟକ୍ତିଙ୍କ ମନରେ ସର୍ବଦା ନକାରାତ୍ମକ ବିଚାର ଚାଲିଥାଏ l
– ପର ଚର୍ଚା କରୁଥିବା ବ୍ୟକ୍ତି ହୋଇଥାଏ ନକାରାତ୍ମକ ସ୍ଵଭାଵ ର l
– କ୍ରୋଧ, ଲୋଭ, ଇର୍ସା, ଅହଂକାର , ପ୍ରତିଶୋଧ ପରାୟଣା ବ୍ୟକ୍ତି ହୋଇ ଥାଆନ୍ତି ନକାରାତ୍ମକ ସ୍ଵଭାଵ ର l
– ଆଧ୍ୟାତ୍ମିକ ବାଦ ଠାରୁ ଦୂରରେ ରହୁଥିବା ଘରେ ରହିଥାଏ ନକାରାତ୍ମକ ଉର୍ଜା l
– ଅପରିଷ୍କାର, ଅସ୍ଵଛ ମନ ର ବ୍ୟକ୍ତି ଏବଂ ବ୍ୟକ୍ତି ଉଭୟ ନକରତ୍ମକ ଶକ୍ତି ରେ ପୁର୍ଣ l
ଘରେ ନକାରାତ୍ମକ ଉର୍ଜା ରହୁଥିଲେ ଦେଖାଯାଏ ଏହିସବୁ ଲକ୍ଷଣ -:
– ଯଦି ଆପଣଙ୍କ ଘରେ ଛୋଟ ଛୋଟ କଥାକୁ ନେଇ କଳହ ସୃଷ୍ଟି ହେଉଛି ତେବେ ଜାଣି ରଖନ୍ତୁ ଆପଣଙ୍କ ଘର ପରିବାର ଉପରେ ରହିଛି ନକାରାତ୍ମକ ଶକ୍ତି ର ପ୍ରଭାବ l
– ଯଦି ଆପଣ ଙ୍କର କୌଣସି କାର୍ଯ୍ୟରେ ବାଧା ଦେଖା ଯାଉଛି କିମ୍ବା ଅଟକି ରହୁଛି ତେବେ ଜାଣି ରଖନ୍ତୁ ଏହା ନକାରାତ୍ମକ ଶକ୍ତି ର ପ୍ରଭାବ l
– ଯଦି ଘରେ ଖାଦ୍ୟ ଲଗାତାର ନଷ୍ଟ ହେଉଛି ତେବେ ଏହା ନକାରାତ୍ମକ ଶକ୍ତି ର ପ୍ରଭାବ l
– ଏବଂ ଆୟ ଅନୁସାରେ ବ୍ୟୟ ଯଦି ଅଧିକ ହେଉଛି ତେବେ ଏହା ନକାରାତ୍ମକ ଶକ୍ତି ର ପ୍ରଭାବ l
– ରୋଗ ଓ ବ୍ୟାଧି ରେ ଅର୍ଥ ବ୍ୟୟ ହେଉଥିଲେ ଏହା ମଧ୍ୟ ନକାରାତ୍ମକ ଶକ୍ତି ର ପ୍ରଭାବ l
କିପରି ଜାଗ୍ରତ ହେବ ସକାରାତ୍ମକ ଶକ୍ତି ?
– ଘରର ସୁଧୀ କରଣ , ଯେପରିକି ଘର ସଫା ସୁତୁରା ରଖିବା l
– ପୂଜା ପାଠ ଦ୍ୱାରା ଦୂର ହୋଇଥାଏ ନକାରାତ୍ମକ ଶକ୍ତି l
– ମନ୍ତ୍ର, ଜପ , ଭଜନ , କୀର୍ତ୍ତନ ଦ୍ୱାରା ଦୂର ହୋଇଥାଏ ନକାରାତ୍ମକ ଶକ୍ତି l
– ଘରେ ସକାଳେ ଓ ସନ୍ଧ୍ୟା ସମୟ ରେ ପୂଜା ସମୟ ରେ ଘଣ୍ଟି ବାଜିଲେ ଦୂର ହୋଇଥାଏ ନକାରାତ୍ମକ ଶକ୍ତି l
– ଘରେ ବିଭିନ୍ନ ପ୍ରକାରର ଗଛ ଲଗାଇବା ଦ୍ୱାରା ଦୂର ହୋଇଥାଏ ନକାରାତ୍ମକ ଶକ୍ତି l