Odisha news

ମଣିଷକୁ ଏହିସବୁ ଅଭ୍ୟାସ ତାର ଅସମ୍ମାନ ର କାରଣ ହୋଇଥାଏ , ତେଣୁ ଏହାକୁ ବିଶେଷ ଧ୍ୟାନ ଦେବା ଜରୁରୀ

0

ବ୍ୟକ୍ତିର ଆତ୍ମସମ୍ମାନ ହିଁ ତାର ସବୁଠୁ ଅଳଙ୍କାର ଓ ପୁଞ୍ଜି ଅଟେ l ଅନ୍ୟ ପକ୍ଷରେ ମଣିଷର କିଛିଟା ଅଭ୍ୟାସ ବା ପ୍ରକୃତି ମଧ୍ୟ ତାର ସମ୍ମାନ ପାଇଁ ଦାୟୀ ରହିଥାଏ l ଅଭ୍ୟାସ ଖରାପ ହୋଇଥିବା କାରଣରୁ ବ୍ୟକ୍ତିକୁ ଅନେକ ଗୁଡିଏ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ l ଭଲ ଅଭ୍ୟାସ କାରଣରୁ ମଣିଷକୁ ଜୀବନ ରେ ସଫଳତା ଲାଭ ହୋଇଥାଏ, କିନ୍ତୁ ଅନ୍ୟ ପକ୍ଷରେ ଯଦି ଖରାପ ଅଭ୍ୟାସ ବ୍ୟକ୍ତି ମଧ୍ୟରେ ରହିଥାଏ ତେବେ ତାହା ତାର ପର୍ଶନଲ ଲାଇଫ ସହିତ କ୍ୟାରିଅର ମଧ୍ୟ ପ୍ରଭାବିତ ହୋଇଥାଏ l ଆସନ୍ତୁ ଜାଣିବା କେଉଁସବୁ ଅଭ୍ୟାସ କାରଣରୁ ମଣିଷ ର ସମ୍ମାନ ହାନି ହୋଇଥାଏ l

* ଲୋକେ ଗୋଟିଏ ଭୁଲ କୁ ଲୁଚାଇବାକୁ ଯାଇ ବାରମ୍ବାର ମିଛ କହି ଥାଆନ୍ତି l ଏପରି କିଛି ସ୍ଥିତି ହୋଇଯାଏ ଯେ ମଣିଷ ମିଛ ନକହି ରହିପାରି ନଥାଏ l ଲଗାତାର ମିଛ କହୁଥିବା ବ୍ୟକ୍ତି ଦିନେ ନା ଦିନେ ନିଜ ନଜର ରେ ତଳକୁ ଖସି ପଡିଥାଏ ଓ ତାର ଭୁଲ ଧରା ପଡିଥାଏ l

* କାହା ପଛରେ ତାର ଆଲୋଚନା କରିବା ଗୋଟିଏ ଖରାପ ଅଭ୍ୟାସ ଅଟେ l ଏପରି କରୁଥିବା ବ୍ୟକ୍ତି ନିଜର ଭୁଲ କୁ ଭୁଲି ଅନ୍ୟର ଭୁଲ କୁ ବାଛିବାକୁ ଅଧିକ ଚେଷ୍ଟା କରିଥାଏ l ଏପରି ଲୋକ ଙ୍କର ସମାଜ ରେ ବିଶେଷ ସମ୍ମାନ ରହିନଥାଏ l

* ଲୋଭ ମଣିଷ ର ବଡ଼ ଶତ୍ରୁ ଅଟେ l କିନ୍ତୁ ଏହିକଥା ଉପରେ କେତେ ଲୋକ ଗୁରୁତ୍ୱ ଦେଇ ଥାଆନ୍ତି ତାହା ଚିନ୍ତା କରିବା ଆବଶ୍ୟକ l ମନରେ ଲୋଭ ରଖିଥିବା ବ୍ୟକ୍ତି ଜୀବନ ରେ କଦାପି ସଫଳତା ଲାଭ କରିପାରେ ନାହିଁ ଏବଂ ଏହି ଲୋଭ ଯୋଗୁଁ ହିଁ ତାର ସମ୍ମାନ ହାନି ହୋଇଥାଏ l

* ଆବଶ୍ୟକତା ଠାରୁ ଅଧିକ ସମ୍ପର୍କ ବଢାଇବା ମଣିଷ ର ଅସମ୍ମାନ ର କାରଣ ଅଟେ l ବ୍ୟକ୍ତି ଜାଣି ରଖିବା ଜରୁରୀ ଯେ କେଉଁଠି କେତେ ସମ୍ପର୍କ ବଢାଇବା ଜରୁରୀ l ତେଣୁ ସେଥିପ୍ରତି ବିଶେଷ ଧ୍ୟାନ ଦେବା ମଧ୍ୟ ଆବଶ୍ୟକ l

* ଯେଉଁ ବ୍ୟକ୍ତିର ସଂଯମତା ନଥାଏ ସେ ଅନ୍ୟ ମାନଙ୍କ ନିକଟରେ ନିଜର ସମ୍ମାନ ହରାଇ ଥାଏ l ମଣିଷ କୁ ତାର ପ୍ରତ୍ୟେକ କାର୍ଯ୍ୟ ରେ ସଂଯମତା ରଖିବା ଜରୁରୀ, ଯେପରିକି କ୍ରୋଧ , ବଚନ , ବ୍ୟବହାର ଇତ୍ୟାଦି ରେ l ବେଳେବେଳେ ମଣିଷ ନିଜ କ୍ରୋଧ କୁ ନେଇ ଅନ୍ୟ ମାନଙ୍କ ସହିତ ଏପରି ବ୍ୟବହାର କରିଥାଏ ଯାହାକି ତାର ଅସମ୍ମାନ ର କାରଣ ହୋଇଥାଏ l କାହିଁକି ନା କ୍ରୋଧ ଯୋଗୁଁ ମଣିଷ କଟୁ ବଚନ କହିଥାଏ ଓ ବ୍ୟବହାର ଖରାପ କରିଥାଏ l

Nalco

Leave A Reply