Odisha news

ଆଳୁ ପରିବହନ ସ୍ଥିତି ଅପରିବର୍ତ୍ତିତ, ଗଳାବାଟଦେଇ ଓଡିଶାକୁ ଆସୁଛି ଆଳୁ,ଖାଉଟିଙ୍କୁ କେଜି ପ୍ରତି  ୩ ୫ ଟଙ୍କାରେ ବିକ୍ରି ପାଇଁ ନିର୍ଦେଶ 

0
ଭୋଗରାଇ, ୨ ୭l ୭ ( ସ. ବ୍ୟୁ  ) ଓଡିଶା କୁ ଆଳୁ ପରିବହନ ସ୍ଥିତି ଅପରିବର୍ତ୍ତିତ ରହିଛି l ଗତ ଶୁକ୍ରବାର ଓଡିଶା ସୀମାନ୍ତ ଜାତୀୟ ରାଜପଥ ପଶ୍ଚିମବଙ୍ଗ ସୋନାକଣିଆ ଓ ଦାନ୍ତୁନ ରେ ପଶ୍ଚିମବଙ୍ଗ ପ୍ରଶାସନ ଓଡିଶାକୁ ଆସୁଥିବା  ଶତାଧିକ ଆଳୁ ବୋଝେଇ ଟ୍ରକ ଫେରାଇନେଇଥିବାବେଳେ ଶନିବାର ମଧ୍ୟ ଅନୁରୂପ ଭାବେ ସ୍ଥିତି କରିଛନ୍ତି lସୀମାନ୍ତରେ ଜଗିବସିଛନ୍ତି ପଶ୍ଚିମବଙ୍ଗ ପୋଲିସ ଓ ଟାସ୍କଫୋର୍ସ lଏଭଳି ସ୍ଥିତିରେ ଓଡିଶା ଓ ପଶ୍ଚିମବଙ୍ଗ ଆଳୁବ୍ୟବସାୟୀମାନେ ଓଡିଶା ସୀମାନ୍ତକୁ ସଂଯୋଗ ଥିବା ଗଳାବାଟଦେଇ ଓଡିଶା ମଧ୍ୟକୁ କୌଶଳକ୍ରମେ ଆଳୁଗାଡି ପାରିକରୁଛନ୍ତି l ଗାଡି ପାରିବେଳେ ବିଭିନ୍ନ ସ୍ଥାନରେ ଦଲାଲ ମାନେ ମୋଟା ଅଙ୍କର ଅର୍ଥ ନେଇଁ ଗାଡି ଛାଡ଼ୁଛନ୍ତି ଯାହାକି ଖାଉଟି ଉପରେ ପ୍ରଭାବ ପଡୁଛି l ପଶ୍ଚିମବଙ୍ଗରେ ଆଳୁବ୍ୟବସାୟୀ ଧର୍ମଘଟ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ  ୬ ଦିନ ଧରି ଓଡିଶାକୁ ଆଳୁ ପରିବହନ ଠପ ହୋଇଛି lଲୁଚା ଛପାରେ ଆଳୁଗାଡି ବାଲେଶ୍ୱରଜିଲାକୁ ଶନିବାର ଆସିଥିବାରୁ ଆଳୁର ବଜାରଦର କେଜି ପ୍ରତି ୫ 0 ଟଙ୍କାରୁ ୪ 0 ଟଙ୍କାକୁ ଖସିଛି lହେଲେ ଓଡ଼ିଶାର ଅନ୍ୟଜିଲାରେ ଆଳୁର ଦାମ ଅପରିବର୍ତ୍ତିତ ରହିଥିବାର ସୂଚନା ମିଳିଛି   l                                  ଅପରପକ୍ଷରେ ବାଲେଶ୍ୱଇ ଜିଲା ଯୋଗାଣଧିକାରୀ ନିରୋଦ ରଞ୍ଜନ ଦାସ ସହିତ ଟାସ୍କଫୋର୍ସ ମିଳିତଭାବେ ଜିଲାର ବିଭନ୍ନ ସ୍ଥାନରେ ସ୍ଥିତି ପରଖି ଆଳୁ ବ୍ୟବସାୟୀଙ୍କୁ ଭେଟିଛନ୍ତି l କେଜି ପ୍ରତି ଅତିବେଶୀରେ ୩ ୫ ଟଙ୍କାରେ ଆଲୁବିକ୍ରି ନିମନ୍ତେ ସେ ଆଳୁବ୍ୟବସାୟୀ ଙ୍କୁ ନିର୍ଦେଶ ଦେବା ସହିତ ଅଧିକ ମହଜୁତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ହୁସିୟାରୀ ଦେଇଛନ୍ତି l ପଶ୍ଚିମବଙ୍ଗରେ ଆଳୁର ସ୍ୱାଭାବିକ ଦାମ  ଓ ଆବଶ୍ୟକ ବଜାର ନିୟନ୍ତ୍ରଣ ନ ହେବାଯାଏ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ସମ୍ଭବ ନୁହେଁ ବୋଲି ବଙ୍ଗ ସରକାର କହିଛନ୍ତି l ପଶ୍ଚିମବଙ୍ଗ ସରକାର ଓଡିଶା ସମେତ ଝାଡ଼ଖଣ୍ଡ, ବିହାର, ତ୍ରିପୁରା ଓ ଆସାମ ରାଜ୍ୟ କୁ ଆଳୁରପ୍ତାନି ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଆଳୁର ସଙ୍କଟ ଦେଖାଦେଇଛି l ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳର ନେତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କୁ ମନାଇବାରେ ଆଲୋଚନା ଜାରିରଖିଥିବାର ସୂଚନା ମିଳିଛି l

Leave A Reply