Odisha news

ଉଦ୍ୟାନ ବିଭାଗ ତରଫରୁ ରିହାତି ଦରରେ ୧୮୦ ଜଣ ଚାଷୀ ଙ୍କୁ  ଆଳୁ ବିହନ ବଣ୍ଟନ

0
ଆଠଗଡ଼ ତା ୧୬-୧୨-୨୩ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ନିର୍ଦ୍ଦେଶରେ ଆଠଗଡ଼ ସ୍ଥିତ ସ୍ଥାନୀୟ ମହିଳା ମହାବିଦ୍ୟାଳୟର ସମ୍ମୁଖ ପଡ଼ିଆ ଠାରେ ରାଜ୍ୟ ସରକାରଙ୍କ ଉଦ୍ୟାନ  ବିଭାଗ ତରଫରୁ ଆଠଗଡର ଚାଷୀ ଭାଇ ମାନଙ୍କର ଆର୍ଥିକ ମାନଦଣ୍ଡ ର ଉନ୍ନତି ପାଇଁ ଆଳୁ ଚାଷରେ ଆଠଗଡ ସ୍ୱାବଲମ୍ବୀ ହେବାପାଇଁ  ଶତକଡା ୭୫ ପ୍ରତିଶତ ରିହାତି ଦରରେ  ଆଜି ପ୍ରଥମ ପର୍ଯ୍ୟାୟରେ ତିନିଶହ କ୍ଯୁଣ୍ଟାଲ ଆଳୁ ବିହନ ଧୂରୁଷିଆ, କଟିକୀଆ ସାହି ମେଘା, ବେଣ୍ଟପଦା,କଣ୍ଡରେଇ, ଇଚ୍ଛାପୁର ପ୍ରଭୁତି ପଞ୍ଚାୟତ   ର ୧୮୦ ଜଣ ଚାଷୀଙ୍କୁ ବଣ୍ଟନ କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ଆଠଗଡ କୃଷି ସୂଚନା ପରାମର୍ଶ କେନ୍ଦ୍ର ର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ରାଉତ  ରାଜ୍ୟ ବିହନ  ଜୈବିକ ପ୍ରାମାଣିକ  ସଂସ୍ଥା ର  ନିର୍ଦେଶକ ନିରାକାର ଲେଙ୍କା ଆଠଗଡ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଵିଷ୍ଣୁ ପ୍ରସାଦ ସିଂ, ସହକାରୀ ଉଦ୍ୟାନ ଅଧିକାରୀ ଧନଞ୍ଜୟ ରାଉତ ଙ୍କ ଉପସ୍ଥିତି ରେ ବଣ୍ଟନ କରାଗଲା । ଅବଶିଷ୍ଟ ବିହନ ଆଉ ତିନି ଚାରି ଦିନ ମଧ୍ୟରେ ବିଭାଗ ତରଫରୁ ଯୋଗାଇ ଦିଆଯିବ ସହିତ ଆଳୁ ଗଛ ହେବାପରେ ଅଧ ଏକର କୁ ୪୪୦୦ ଟଙ୍କା ର ଆର୍ଥିକ ପ୍ରୋତ୍ସାହନ ରାଶି ଚାଷୀ ମାନଙ୍କୁ ପ୍ରଦାନ କରାଯିବ ବିଭାଗ ପକ୍ଷରୁ କୁହାଯାଇଥିବା ଜଣାପଡିଛି।

Leave A Reply