Odisha news

ପାରେଣ୍ଟିଙ୍ଗ ଟିପ୍ସ : ଏହି ୪ଟି ଗୁଣଥିବା ସନ୍ତାନ ହୋଇ ଥାଆନ୍ତି ଯୋଗ୍ୟ ସନ୍ତାନ , କଣ ଆପଣଙ୍କ ମଧ୍ୟରେ ଅଛି ଏହିସବୁ ଗୁଣ ?

0

ପିଲା ମାନଙ୍କ ଲାଳନପାଳନ ସାମାନ୍ୟ କଥା ନୁହେଁ l କେଉଁ ପିତାମାତା ଙ୍କ ପାଇଁ ପିଲାଙ୍କ ଲାଳନପାଳନ ସହଜ ହୋଇଥାଏ ତ ଆଉ କାହା ପାଇଁ ଖୁବ କଠିନ ହୋଇଥାଏ l କୌଣସି ପିତାମାତା ଛୋଟ ବେଳରୁ ପିଲାଙ୍କୁ ଅବାଟକୁ ନେଇ ନଥାଆନ୍ତି l କିନ୍ତୁ ସମୟ ଓ ପରିସ୍ଥିତି ରେ ପଡି ଅନେକ ସମୟରେ ପିଲାମାନେ ଅବାଟ କୁ ଚାଲି ଯାଇ ଥାଆନ୍ତି l କିଛି ପିଲା ଥାଆନ୍ତି ଯେଉଁମାନେ ପିତାମାତା ଙ୍କ ନିକଟରେ ଆଜ୍ଞାକାରୀ ହୋଇ ରହି ଥାଆନ୍ତି ଆଉ କିଛି ବିଭିନ୍ନ ସମସ୍ୟା ର କାରଣ ହୋଇ ଥାଆନ୍ତି l

କେଉଁ ସନ୍ତାନ ଗୁଣଵାନ ସେମାନଙ୍କର କିଛିଟା ଲକ୍ଷଣ ରହିଥାଏ , ଯିଏକି ନିଜ ପରିବାର ଓ ପିତାମାତା ଙ୍କ ପାଇଁ ଖୁବ ଆଜ୍ଞାକାରୀ ହୋଇ ଥାଆନ୍ତି l

– ଆଦର ଓ ସମ୍ମାନ କରୁଥିବା ସନ୍ତାନ –
ଯଦି ଆପଣଙ୍କ ସନ୍ତାନ ଆପଣଙ୍କ ସହିତ ଆଦର ପୂର୍ବକ ଓ ସମ୍ମାନ ପୂର୍ବକ କଥା ହେଉଛି ତେବେ ଜାଣି ନିଅନ୍ତୁ ଯେ ଆପଣ ତାର ଲାଳନପାଳନ ସଠିକ ଭାବରେ କରିଛନ୍ତି l ଆପଣଙ୍କ ପିଲା ଆପଣଙ୍କ ଭାବନାକୁ ସମ୍ମାନ ଦେଉଛି ତେବେ ଜାଣି ରଖନ୍ତୁ ଯେ ସେ ଗୋଟିଏ ସୁ ସନ୍ତାନ l

– ଦାୟିତ୍ୱବାନ ହେବା ଜରୁରୀ –
ପିଲାମାନେ ନିଜ ପରିବାର ଓ ପିତାମାତା ଙ୍କ ପ୍ରତି ଦାୟିତ୍ୱବାନ ନିହାତି ହେବା ଜରୁରୀ l ଏଭଳି ସନ୍ତାନ ମାନେ ମାବାପା ଙ୍କର ଭାବନାକୁ ବୁଝି ପରି ଥାଆନ୍ତି l ଏଭଳି ସନ୍ତାନ ମାନେ ଭାବନାତ୍ମକ ଭାବରେ ପିତାମାତା ଙ୍କ ପ୍ରତି ନିଷ୍ଠାବାନ ହୋଇ ଥାଆନ୍ତି l

– ଆର୍ଥିକ ଦାୟିତ୍ୱ ବହନ କରିଥାଏ –
ଆର୍ଥିକ ସମସ୍ୟା ଠାରୁ ବଡ ସମସ୍ୟା ଆଉକିଛି ନାହିଁ l ଯଦି ଆପଣଙ୍କ ପିଲା ନିଜ ପରିବାରର ଦାୟିତ୍ୱ ନେବା ସହିତ ପିତାମାତା ଙ୍କୁ ଆର୍ଥିକ ସହାୟତା ଦେଇପାରିଲା ସେ ଗୋଟିଏ ସୁଯୋଗ୍ୟ ସନ୍ତାନ ଅଟେ l କାହିଁକି ନା ସମୟ ଗଡ଼ିବା ସହିତ ମଣିଷର ଆର୍ଥିକ ସମସ୍ୟା ମଧ୍ୟ ବାଡ଼ି ଯାଇଥାଏ l ତେଣୁ ପ୍ରତ୍ୟେକ ସନ୍ତାନ ନିଜ ପିତାମାତାଙ୍କୁ ଆର୍ଥିକ ସହଯୋଗ ନିହାତି କରିବା ଉଚିତ l

– ପରିବାର ସହିତ ସମୟ ବିତାଇବା ଆବଶ୍ୟକ –
ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପରେ ପିତାମାତା ଏକାକୀ ହୋଇ ଯାଇ ଥାଆନ୍ତି l ତେଣୁ ଏଥିପ୍ରତି ପ୍ରତ୍ୟେକ ସନ୍ତାନ ସଚେତନ ରହିବ ଜରୁରୀ ଯେ ମାତାପିତା ଯେପରି ଏକାକୀ ଅନୁଭବ ନକରନ୍ତୁ l ତେଣୁ ସେମାନେ ପ୍ରତିଦିନ ନିଜ ମାତାପିତ ଙ୍କ ସହିତ କିଛିଟା ସମୟ ଅତିବାହିତ କରିବା ଜରୁରୀ l

Har Ghar Tiranga

Leave A Reply