Odisha news

ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ  ଶ୍ରୀ ମନୋଜ ଶର୍ମା ଙ୍କ ପାରଳାଖେମୁଣ୍ଡି ଓ  ଗୁଣୁପୁର ଷ୍ଟେସନ ପରିଦର୍ଶନ

0
ପାରଳାଖେମୁଣ୍ଡି:୨୭/୧୦ :  ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ  ଶ୍ରୀ ମନୋଜ ଶର୍ମା ଙ୍କ ସହ ବିଶାଖାପାଟଣା ରେଳ ମଣ୍ଡଳ ପ୍ରବନ୍ଧକ  ଶ୍ରୀ ସୌରଭ ପ୍ରସାଦ ଓ  ଅନ୍ୟାନ୍ୟ ଉଚ୍ଚ ସ୍ତରୀୟ ରେଳ ଅଧିକାରୀ ଏକ ସ୍ୱତନ୍ତ୍ର ରେଳ ଯୋଗେ ଆଜି ପାରଳାଖେମୁଣ୍ଡି ଓ  ଗୁଣୁପୁର ରେଳ ଷ୍ଟେସନ ପିରିଦର୍ଶନ କରିଯାଇଛନ୍ତି।ଏହି ପରିପେକ୍ଷିରେ ରେଲୱେ ଜି.ଏମ୍. ଶ୍ରୀ ମନୋଜ ଶର୍ମା ଓ
 ରେଲୱେ ଡି.ଆର.ଏମ. ଶ୍ରୀ ସୌରଭ ପ୍ରାସାଦଙ୍କୁ ପାରଳାଖେମୁଣ୍ଡି ବରିଷ୍ଟ ନାଗରିକ ମଞ୍ଚ ତରଫରୁ ସଭାପତି ଶ୍ରୀ ଲଷ୍ମୀନୃସିଂହ ରଥ,ପାରଳାଖେମୁଣ୍ଡି ରେଳ ଷ୍ଟେସନର ବିଭିନ୍ୟ ସମସ୍ୟା ବିଷୟରେ   ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ଏହି ଦାବି ପତ୍ରରେ   ପାରଳାଖେମୁଣ୍ଡି ଷ୍ଟେସନର ନୂତନ ନିର୍ମାଧିନ ପ୍ଲାଟଫର୍ମ୭ ନମ୍ବର -୧ ର ଶୀଘ୍ର କାର୍ଯ୍ୟ ସମାପ୍ତି ଏବଂପ୍ଲାଟଫୋର୍ମ  ନମ୍ବର -୨କୁ ନୂତନ ଭାବେ ନିର୍ମାଣ କରିବା ସହ ଏହି  ଷ୍ଟେସନରେ ଏକ ଅତିରିକ୍ତ ଲୁପ (ଲୁପ୍) ଲାଇନ ନିର୍ମାଣ ପାଇଁ ଦାବି ଜଣାଇଥିଲେ ।ଏତତ୍ ବ୍ୟତୀତ କାଶୀନଗର ଓ ଟେମ୍ବୁରୁ ଷ୍ଟେସନ ରେ ନୂତନ ଭାବେ କ୍ରୋସିଂ ଷ୍ଟେସନ୍ (Crossing Station) ନିର୍ମାଣ କରିବା ଦ୍ୱାରା ଅଧିକ ଟ୍ରେନ ଯାତାୟତ କିରିବା ସହ ଟ୍ରେନ ଗୁଡିକରସମୟାନୁବର୍ତିତା ରହିବ ବୋଲି  ଦର୍ଶାଇଥିଲେ। ଏହି ରେଳପଥ କୁ ପାରଳାର ତତ୍କାଳୀନ ଗଜପତି ମହାରାଜ ଶ୍ରୀ ଗୌରଚନ୍ଦ୍ର ଗଜପତି (ନୌପଡା ଠାରୁ ପାରଳାଖେମୁଣ୍ଡି ୩୯ କିମି) ଓ ତାଙ୍କ ସୁପୁତ୍ର ନବ ଓଡ଼ିଶାର ନିର୍ମାତା  ମହାରାଜାଶ୍ରୀକୃଷ୍ଣଚନ୍ଦ୍ର ଗଜପତି (ପାରଳାଖେମୁଣ୍ଡି ଠାରୁ ଗୁଣୁପୁର ୫୧ କିମି.) ସ୍ଥାନୀୟ ଜନସାଧାରଣଙ୍କ ଗମନାଗମନ ପାଇଁ  ନିଜସ୍ଵ ଅର୍ଥରେ ନିର୍ମାଣ କରିଥିଲେ। ଏଣୁ ଗଜପତି ମହାରାଜାଙ୍କ ସମ୍ନାନାର୍ଥେ ପୁରୀ-ଗୁଣୁପୁର ଟ୍ରେନ କୁ ଗଜପତି ଏକ୍ସପ୍ରେସ ରୂପେ ନାମିତ କରାଗଲେ ପାରଳା ମହାରାଜାଙ୍କ ପ୍ରତି ଭକ୍ତିପୂର୍ଣ ଶ୍ରଦ୍ଧାଞ୍ଜଳି ହେବ ବୋଲି ଦାବି ଜଣାଇଥିଲେ।ଏଥିସହ  ପୂର୍ଣତୟା ବଂଶଧାରା ନଦୀ କୂଳ ସଂଲଗ୍ନ ଅଂଚଳରେ ଯାତାୟତ କରୁଥିବା ଗୁଣୁପୁର-ବିଶାଖାପାଟଣା ଟ୍ରେନ କୁ ବଂଶଧାରା ଏକ୍ସପ୍ରେସ ରୂପେ ନାମିତ କରିବା ସହ ଏହି ଅଂଚଳ ବାସୀଙ୍କ ଗମନାଗମନ ର ସୁବିଧା ଦୃଷ୍ଟିରୁ ଏହି ଟ୍ରେନ କୁ ବିଜୟବାଡା କିମ୍ବା ଗୁଣ୍ଟୁରୁ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଅନୁରୋଧ କରିଥିଲେ।ପତିକ୍ରିୟା ରେ ରେଲୱେ ଜି.ଏମ. ଶ୍ରୀ ମନୋଜ ଶର୍ମା ସମସ୍ତ ଦାବି କୁ ଅନୁଧ୍ୟାନ କରିବା ସହ ଖୁବ ଶୀଘ୍ର ଏହାର ସମାଧାନ କରିବାପାଇଁ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ।
Nalco

Leave A Reply