Odisha news

ପାରାଦୀପରେ ବନ୍ଦର ଓ ଜାହାଜ ଚଳାଚଳ ସଚିବ ରାମଚନ୍ଦ୍ରନ

0
ପାରାଦୀପ  :  ପାରାଦୀପ ବନ୍ଦର କୁ ତିନିଦିନିଆ ଗ୍ରସ୍ତ ରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି ବନ୍ଦର ଓ ଜାହାଜ ଚଳାଚଳ ସଚିବ ଟି କେ ରାମଚନ୍ଦ୍ରନ |ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ୱେଟ ବେଶୀନ ରେ ସିଆଇଏସଏଫ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିବା ବେଳେ ବନ୍ଦର ପ୍ରାଧିକରଣ ର କାର୍ଯ୍ୟଶୈଳୀ କୁ ନେଇ ବନ୍ଦରର ବିଭିନ୍ନ ଅଧିକାରୀ ଙ୍କ ସହ ସେ ଏକ ବୈଠକ କରି ବିସ୍ତୃତ ଆଲୋଚନା କରିଥିଲେ | ଏହି ଅବସରରେ ପାରିପାର୍ଶିକ ଉନ୍ନୟନ ପାଣ୍ଠି ରି ସିପେଟ ଅନୁଷ୍ଠାନ କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା | ପାରାଦୀପ ସାମୁଦ୍ରିକ ସଂଗହାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସ୍ତାନୀୟ ଆକ୍ଵାରିୟମ ଉପରେ କରାଯାଇଥିବା ବେଳେ ପୋର୍ଟ ମେଡିକାଲ ପରିସରରେ ନୂତନ ଭାବେ ନିର୍ମିତ ହୋଇଥିବା ଟ୍ରମା କେୟାର ଓ ବର୍ଣ୍ଣ ଇଉନିଟ କୁ ଉଦଘାଟନ କରିଥିଲେ ରାମଚନ୍ଦ୍ରନ | ଏକ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମିତ ଟ୍ରିଟମେଣ୍ଟ ପ୍ଳାଣ୍ଟ ର ଶିଳାନ୍ୟାସ ମଧ୍ଯ କରିଛନ୍ତି ରାମଚନ୍ଦ୍ରନ | ଏହି ପ୍ରକଳ୍ପ ତାଳଦଣ୍ଡା କେନାଲ ରୁ ଆସୁଥିବା ପାଣି କୁ ଗ୍ରହଣ କରି ତାକୁ ବିଶୁଦ୍ଧ ପାନୀୟ ଜଳ ରେ ପରିଣତ କରିବାସହ ପାରାଦୀପ ସହରାଞ୍ଚଳ ରେ ବସବାସ କରୁଥିବା ଲୋକଙ୍କୁ ଯୋଗାଇବ | ଏହା ପ୍ରତେକ ଦିନ 16 ମିଲିୟନ ଲିଟର ପାଣି କୁ ବିଶୁଦ୍ଧ କରିବାର କ୍ଷମତା ରଖୁଥିବା ବେଳେ 10.50 କୋଟି ଟଙ୍କାର ବ୍ୟୟଅଟକଳ ଏଥିନିମନ୍ତେ କରାଯାଇଥିବା ଜଣାପଡିଛି |

Leave A Reply