Odisha news

ଧାଡ଼ିଭଙ୍ଗା ଗାଡିକୁ ଗୋଡାଉଛି ପୋଲିସ : ବାର ଚାଳକ ଗିରଫ , ବାର ଟ୍ରକ ଜବତ 

0
ପାରାଦୀପ : ଆକ୍ସନ ମୁଡ ରେ ପୋଲିସ | ଅମାନିଆ ଧାଡ଼ିଭଙ୍ଗା ଗାଡିକୁ କିଲିବିଲି କରି ଗୋଡାଉଛି ପୋଲିସ | ରାଜରାସ୍ତା ରେ ଚାଲିଛି ଦୀର୍ଘ ବାଟ ଗୋଡାଗୋଡ଼ି | ଯିଏ ନିୟମ ଭାଙ୍ଗିଲା ସେ ଗିରଫ ହୋଇ କୋର୍ଟ ଚାଲାଣ ହେଲା | ଆଉ ତା ଟ୍ରକ କୁ ଜବତ କଲା ପୋଲିସ | କିଛି ଦିନର ନୀରବତା ପରେ ଏବେ ପୁରା ଫାୟାର ମୁଡ ରେ ଲକ ଥାନା ପୋଲିସ | ନିୟମ ମୁତାବକ ପାରାଦୀପ ବନ୍ଦର କୁ ପଣ୍ୟ ଖଲାସ କରିବାକୁ ଆସୁଥିବା ପଣ୍ୟବାହୀ ଟ୍ରକ ଗୁଡିକ ଧାଡ଼ି ବାନ୍ଧି ଶୃଙ୍ଖଳିତ ହିସାବରେ ଆସି ପଣ୍ୟ ଖଲାସ କରିବେ | କିନ୍ତୁ କିଛି ଅମାନିଆ ଟ୍ରକ ଚାଳକ ସବୁ ନିୟମ କାନୁନ କୁ ଜଳାଞ୍ଜାଳି ଦେଇ ବାମ ପଟେ ଆସୁଥିବା ଟ୍ରକ ର ଡାହାଣ ପଟେ ଧାଡ଼ି ଭାଙ୍ଗି ରୀତିମତ ଆସୁଥିଲେ | ଗତ 16 ଦିନ ତଳେ ଡିଉଟି ରେ ଥିବା ଏକ ସଚ୍ଚୋଟ ହୋମଗାର୍ଡ ରାଜନ ପ୍ରଧାନ ଙ୍କୁ ମଧ୍ଯ ଗାଡି ଚଢାଇ ମାରିଦେଲେ | ପୋଲିସ ଏହି ଧାଡ଼ି ଭଙ୍ଗା ଅଭିଯୋଗ ରେ ବାରଟି ଟ୍ରକ ଜବତ କରିବା ସହ ବାର ଜଣ ଗାଡି ଚାଳକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଜବତ କରିଥିବା ଗାଡ଼ି ଗୁଡ଼ିକ ହେଲା (ଓଡି୦୯-ଭି-୫୭୫୦, ଓଡି୦୯-ଭି-୫୭୮୭, ଓଡି୦୯-ଜେଡ୍-୨୯୨୧, ଓଡି୦୯-ଜେଡ୍-୨୫୨୯, ଓଡି୨୯-ଏମ୍-୧୨୩୨, ଓଡି୨୯-ଏଲ୍-୧୨୩୨, ଓଡି୦୪-କ୍ୟୁ-୭୯୨୨, ଏପି୩୯-ଟିକ୍ୟୁ-୧୯୭୭, ଓଡି୦୪-ଆର୍-୩୯୯୯, ଓଡି୦୪-ଏନ୍-୬୧୧୩, ଓଡି୦୪-ପି-୯୮୦୧, ଓଡି୦୪-ଏସ୍-୭୩୯୬)। ଗିରଫ ଡ୍ରାଇଭରମାନେ ହେଲେ ସଞ୍ଜୟ କୁମାର ସିଂହ, ସନ୍ତୋଷ ଠାକୁର, ମୁକେଶ ଠାକୁର, ମନସୁର, ଅଚିନ୍ତ ମାହତୋ, ସଫିକୁଲ ଇସଲାମ, ରାଜା ମଲ୍ଲିକ, ସୁକାନ୍ତ କିଶୋର ମଲ୍ଲିକ, ରାକେଶ କୁମାର ରାୟ, ତରେଶ ରବି ଦାସ, ଜାରିଫ୍ ଶେଖ୍ ଓ ଫିରୋଜ ଶେଖ୍। ଏ ସଂକ୍ରାନ୍ତରେ ଲକ୍ ଥାନାରେ ତିନିଟି ମାମଲା ରୁଜୁ ହୋଇଛି। ଯାହାକୁ ଦେଖି କିଛି ଅମାନିଆ ଟ୍ରକ ଚାଳକ ଏବେ ସାବାଡ ହେବେ ବୋଲି କୁହାଯାଉଛି | କିନ୍ତୁ ପ୍ରଶ୍ନ ଉଠୁଛି ନିର୍ଦିଷ୍ଟ ଏକ କମ୍ପାନୀ ର ଗାଡି ପେଲେଟ ଗୁଳି ଆଣି ରାତି ସମୟରେ ଆସୁଥିବା ବେଳେ ସେମାନେ ଧାଡ଼ିରେ ଆସୁନାହାନ୍ତି | ଏହି ଗାଡି ଗୁଡିକ ଉପରେ ପ୍ରଶାସନ ର କେବେଯେ ନିୟନ୍ତ୍ରଣ ରହିବ ଓ ସେମାନେ ଧାଡ଼ିରେ ଆସି ପଣ୍ୟ ଖଲାସ କରି ଯିବେ ତାହାକୁ ନେଇ ସ୍ରୁଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ | କିଛି ଚାଳକ ଙ୍କ ପାଇଁ ନିୟମ କଡାକଡି କରି ତାଙ୍କୁ ଗିରଫ କରାଯାଇଛି ସତ ହେଲେ ସେହି ରାତିଅଧିଆ ଆସୁଥିବା ପେଲେଟ ଗୁଳି ଗାଡି ପ୍ରତି ଏତେ କୋହଳ ମନୋଭାବ କଣ ପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

Leave A Reply