ପାରାଦୀପ : ଦୀର୍ଘ ପାଞ୍ଚଦିନ ର କସରତ ପରେ ଆଜି କୁଜଙ୍ଗ କୋର୍ଟ ରେ ପହଁଞ୍ଚିଛି କୋକେନ | ବହୁ ଚର୍ଚିତ 220 କୋଟି ଟଙ୍କାର କୋକେନ କୁ କଷ୍ଟମ ବିଭାଗ ଆଜି କୁଜଙ୍ଗ ସ୍ଵତନ୍ତ୍ର ଏନଡିପିସି କୋର୍ଟ ରେ ଦାଖଲ କରିଛନ୍ତି | କୁଜଙ୍ଗ ଜିଲ୍ଲା ଜଜ ଏନଡିପିଏସ କୋର୍ଟ ରେ କଡା ସୁରକ୍ଷା ମଧ୍ୟରେ ଦିନ 10 ଘଟିକା ରେ ଦାଖଲ ହୋଇଛି ଏହି କୋକେନ | ମାନ୍ୟବର କୋର୍ଟ ରେ ଏହାର ସାମ୍ପଲ ଟେଷ୍ଟ କରାଇବାପାଇଁ ଆବେଦନ ପରେ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି | 22 ପ୍ୟାକେଟ ରୁ 22 ଟି ନମୁନା ମାନ୍ୟବର ଅଦାଲତ ଙ୍କ ନିର୍ଦ୍ଦେଶ ପରେ ସଂଗ୍ରହ କରାଯାଇଥିବା ଦେଖିବାକୁ ମିଳିଛି | ମାନ ପରୀକ୍ଷା ପାଇଁ ନମୁନା ଫରେନ୍ସିଂ ଲ୍ୟାବ କୁ ନିଆଯାଇଥିଲା ବେଳେ କଷ୍ଟମ ବିଭାଗ ସମସ୍ତ ଜବତ କୋକେନ କୁ ନିଜ ମାଲଖାନା ରେ ନିଜ ହେପାଜତକୁ ନେଇ ରଖିବାକୁ ମଧ୍ଯ ମାନ୍ୟବର ଅଦାଲତ ନିର୍ଦେଶ ଦେଇଥିବା ଏହାର ସରକାରୀ ଓକିଲ ଦେବାଶିଷ କଣ୍ଠ ପ୍ରକାଶ କରିଛନ୍ତି | ଗତ ଦୁଇ ତାରିଖ ରୁ ପାରାଦୀପ ପିଆଇସିଟି ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଭେସେଲ ଏମ ଭି ଦେବୀ ମଧ୍ୟରୁ ଏହି 220 କୋଟି ଟଙ୍କା ର କୋକେନ ଜବତ କରାଯାଇଥିଲା | ଆଜକୁ 5 ଦିନ ଧରି ତଦନ୍ତ ଚାଲିଥିବା ବେଳେ ଆଜି କୋକେନ କୁ ନେଇ କୁଜଙ୍ଗ କୋର୍ଟ ରେ ହାଜର କରିଛି କଷ୍ଟମ ବିଭାଗ | ତେବେ ଭେସେଲ ର ସମସ୍ତ କ୍ରିୟୁ ମେମ୍ବର ଭିଏତନାମ ର ହୋଇଥିବା ଓ ସେମାନଙ୍କ ସହ ତଦନ୍ତକାରୀ ସଂସ୍ଥା ର ଭାଷାଗତ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏକ ଅନୁବାଦକ କୁ ଆଣିବାକୁ ଚାଲିଛି ଯୋଜନା | ଅନୁବାଦକ ଆସିବା ପରେ ତଦନ୍ତ ତ୍ୱରାନ୍ୱିତ ହେବ ବୋଲି ଜଣାପଡିଛି | କଷ୍ଟମ ବିଭାଗ ନିଜ ପକ୍ଷ୍ୟରୁ ( viii-cas-26(01)DEBI/PDP/2023 ଦଫା – 21( C ) NSPS ACT ଅନୁଯାଇ ମାମଲା ରୁଜୁ କରିଥିବା କୁହାଯାଉଛି | ସେହିପରି ଜିଆର କେଶ ନମ୍ବର 65/2023 ରେ ମାନ୍ୟବର ଅଦାଲତ ରେ ଏହି ମାମଲା ଆଜି ପଞ୍ଜିକୃତ ହୋଇଥିଲା ବେଳେ ଖୁବଶୀଘ୍ର ଏହି ମାମଲା ରେ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଜଣାପଡ଼ଛି |