Odisha news

ନିଷିଦ୍ଧାଞ୍ଚଳରେ ନିଷିଦ୍ଧ ନିଶା, ଏନସିବି ର ଖୋଳତାଡ଼ , 21 କ୍ରିୟୁ ମେମ୍ବର ଅଟକ

0
ପାରାଦୀପ :  ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ 220 କୋଟି ଟଙ୍କା ର ଜବତ ହୋଇଥିବା କୋକେନ କୁ ନେଇ ଏବେ ଜୋର ଧରିଛି ତଦନ୍ତ | ଦିଲ୍ଲୀର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ( ଏନସିବି ) ର ଦୁଇଜଣିଆ ତଦନ୍ତକାରୀ ଦଳ ପାରାଦୀପ ରେ ପହଂଚି ଜାହାଜ ର ପ୍ରତେକ କ୍ରିୟୁ ମେମ୍ବର କୁ ପଚରା ଉଚରା କରୁଥିବା ଜଣାପଡ଼ିଛି | ଏତେ ପରିମାଣ ର କୋକିନ କିଏ କେଉଁଠୁ ଆଣିଥିଲା ଓ କେଉଠାକୁ ଯାଇଥାନ୍ତା, ଓଡିଶା ମଧ୍ୟରେ ପ୍ରବେଶ କରିଥାନ୍ତା କି ନାହିଁ ଏ ସବୁ ଘଟଣା ର ଟିକିନିଖି ଛାନଭିନ ଆରମ୍ଭ ହୋଇଛି | ଜାହାଜ ର ସମସ୍ତ ସଦସ୍ୟ ଙ୍କୁ ଅଟକ ରଖା ଯାଇଥିବା ବେଳେ ଜାହାଜ ରେ ପଣ୍ୟ ବୋଝେଇ ପ୍ରକ୍ରିୟା ମଧ୍ଯ ବନ୍ଦ କରାଯାଇଛି | ଇଣ୍ଡୋନେସିଆ ରୁ ଜାହାଜ ଟି ଆସିଥିବା ବେଳେ ପାରାଦୀପ ରୁ ଷ୍ଟିଲ ପ୍ଲେଟ ନେଇ ଡେନମାର୍କ ଯିବାର ଥିବାବେଳେ ଜାହାଜ ରୁ କୋକେନ ଭଳି ନିଷିଦ୍ଧ ନିଶାକୁ କଷ୍ଟମ ବିଭାଗ ଜବତ କଲା ପରେ ଏବେ ଏନସିବି ଟିମ ଦ୍ଵାରା ତଦନ୍ତ କୁ ନେଇ ବନ୍ଦର ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି | ତେବେ ଜାହାଜ ର ସମସ୍ତ କ୍ରିୟୁ ମେମ୍ବର ଭିଏତନାମ ଦେଶ ର ନାଗରିକ ହୋଇଥିବା ବେଳେ ସେମାନେ ଇଂରାଜୀ ସେତେଟା ବୁଝି ପାରୁ ନଥିବା କି କହି ପାରୁ ନଥିବା ଯୋଗୁଁ ତଦନ୍ତକାରୀ ସଂସ୍ଥା କୁ ଅସୁବିଧା ର ସମୂଖୀନ ହେବାକୁ ପଡୁଥିବା କୁହାଯାଉଛି | ଦିଲ୍ଲୀ ରୁ ଏକ ସ୍ଵତନ୍ତ୍ର ଅନୁବାଦକ ଙ୍କୁ ଡକାଯାଇଥିବା ବେଳେ ତାଙ୍କ ଉପସ୍ଥିତି ରେ ଆହୁରି ତଦନ୍ତ ଚାଲିବ ବୋଲି ଜଣାପଡିଛି | ଜାହାଜ ରୁ ମିଳିଥିବା ପଦାର୍ଥ ଆଡଭାନ୍ସଡ କିଟ ଦ୍ଵାରା ପରୀକ୍ଷଣ ପରେ ଏହା କୋକେନ ବୋଲି ସ୍ପଷ୍ଟ ହୋଇଥିବା ବେଳେ ମାମଲା କୁ ଆହୁରି ମଜବୁତ କରିବା ପାଇଁ କିଛି ସାମ୍ପଲ କୁ ଭାଇଜାକ୍ ପଠାଯିବାର ବ୍ୟବସ୍ଥା କରାଯାଉଛି | ଏସଟିଏଫ୍ ର ସ୍ଵତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ ନାର୍କୋଟିକ ସନ୍ଧାନୀ କୁକୁର ଦ୍ଵାରା ଜାହାଜ କୁ ତନ୍ନ ତନ୍ନ କରି ଯାଂଚ କରାଯାଉଚି | ତେବେ ଓଡିଶା ବନ୍ଦର ରେ ପ୍ରଥମ କରି ଏତେ ପରିମାଣ ର ଆଉ ଏତେ ମୂଲ୍ୟ ର ନିଷିଦ୍ଧ ନିଶା ନିଷିଦ୍ଧାଞ୍ଚଳ ରେ କେମିତି ଆସିଲା ଆଉ ତାହାକୁ କିଏ ଆଣିଲା ତାହା ଏବେ ସମସ୍ତ ତଦନ୍ତ ସଂସ୍ଥା ପାଇଁ ଚ୍ୟାଲେଞ୍ଜ ର ବିଷୟ ପାଲଟିଯାଇଛି |
Har Ghar Tiranga

Leave A Reply